ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶନିବାର ଓଡ଼ିଶାର ଝାରସୁଗୁଡା ମହାନଦୀ ନୌକା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଏକ୍ସରେ ଜାରି ନିଜ ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶାର ଝାରସୁଗୁଡା ନିକଟ ମହାନଦୀରେ ଏକ ନୌକା ବୁଡିବା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଛି । ଶୋକସନ୍ତପ୍ତ ପରିବାରକୁ ମୋର ହାର୍ଦ୍ଦିକ ସମବେଦନା ଜଣାଉଛି । ଏହି ଟ୍ରାଜେଡିରେ ପ୍ରଭାବିତ ସମସ୍ତ ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ଉପରାଷ୍ଟ୍ରପତି ଧନଖଡ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ, ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ମହାନଦୀରେ ନୌକା ଓଲଟିବା ଘଟଣାକୁ ନେଇ ଦୁଖିତ ହୋଇଛି । ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।