ଜୟପୁର, ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତ୍ରୀ ବିନ୍ଦୁରାଣି ମିଶ୍ର । ଏନେଇ ସେ ଆଜି ଜୟପୁର ସୁରିଙ୍ଗାସାହି ସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନି କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବରିଷ୍ଠ ବିଜେଡି ନେତ୍ରୀ ବିନ୍ଦୁ ରାଣି ମିଶ୍ର ଆଜି ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ।
ବିନ୍ଦୁ ରାଣି ସୂଚନା ଦେଇଛନ୍ତି ଯେ, ୧୯୯୭ ମସିହାରୁ ସେ ବିଜେଡିର ଗୋଟିଏ ଶୃଙ୍ଖଳିତ ସହ ଦାୟିତ୍ଵ ବାନ ସଦସ୍ୟ ହିସାବରେ କାଯ୍ୟ କରୁଥିଲେ । ଦୁଃଖ ଓ ପରିତାପରେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ବିନ୍ଦୁ ରାଣି ମିଶ୍ର ଗତ ଦିନରେ କାଉନସିଲର, ଏମପି ପ୍ରତିନିଧି, ଜିଲା ପରିଷଦ ସଭ୍ୟା, ଏନଏସିର ପଯ୍ୟବେକ୍ଷକ ସହ ଜିଲା ସ୍ତରିୟ ବିଭିନ୍ନ ସଂଗଠରେ ଦାୟିତ୍ଵ ତୁଲାଇଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥ ହେବା ପାଇ ବହୁ ବାର ଆବେଦନ କରିଥିଲେ । ଚଳିତ ନିର୍ବାଚନରେ ବିଜେଡି ଜୟପୁରରେ ମହିଳା ପ୍ରାର୍ଥି ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ସେ ଆଶା କରିଥିଲେ ଯେ, ତାଙ୍କୁ ତାଙ୍କୁ ଦଳ ପ୍ରାର୍ଥି କରିବ । କିନ୍ତୁ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ପତ୍ନୀ ଙ୍କୁ ଦଳ ଟିକେଟ ଦେଇଛି । ଦଳ ପରିବାର ବାଦକୁ ଗୁରୁ୍ତ୍ଵ ଦେଇଛି । ଇନ୍ଦିରା ନନ୍ଦ ୨୦୧୯ ରୁ ସକ୍ରିୟ ରାଜନୀତିରେ ଆସିଲେ । ସେ କେବେ ବି କାଉନସିଲର କି ଜିଲା ପରିଷଦ ସଭ୍ୟା ବି ହୋଇ ନାହାନ୍ତି । ଜୟପୁର ବାସୀ ପୂର୍ବତନ ମନ୍ତ୍ରୀଙ୍କୁ ଦୁଇ ଦୁଇ ଥର ପ୍ରତ୍ୟାଖାନ କରିଥିବା ବେଳେ ଦଳ ପତ୍ନୀ ଇନ୍ଦିରା ନନ୍ଦଙ୍କୁ କିପରି ଟିକେଟ ଦେଇଛି । ସ୍ଵାମି ଯଦି ଅଯୋଗ୍ୟ ହେଲେ ପତ୍ନି କିପରି ଯୋଗ୍ୟ ହେବ । ଗତ ଦିନରେ ନୂତନ ଚେହେରା ଦେବା ପାଇଁ ଜିଲା ସ୍ତରିୟ ନେତା ମାନେ ନିଷ୍ପତ୍ତି ନେଇ ଜୟପୁରରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା ଓ ଶକ୍ତି ପ୍ରଦର୍ଶନ କରାଯାଇଥିଲ । ସେହି ଆଶାୟି ପ୍ରାର୍ଥି ମାନେ ନିରବ କାହିଁକି । କିଛି ଭିତିରିଆ ବୁଝାବଣା ହୋଇଛିକି ବୋଲି ଦଳକୁ ସେ ପ୍ରଶ୍ନ କରିଛନ୍ତି । ପରିବାରବାଦକୁ ବିରୋଧ କରୁଥିବା ବିଜେଡି ଦଳ ଗୋଟିଏ ପାରିବାରକୁ ହିଁ ଦୀର୍ଘ ୨୫ ବର୍ଷ ହେବ ଟିକେଟ ଦେଉଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳିରେ ଆଉ କିଏ ଯୋଗ୍ୟ ପ୍ରାର୍ଥି ନାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଅନ୍ୟ ଦଳରେ ମିଶିବେ କି ନାହିଁ ସେ ନେଇ ଆଗାମି ଦିନରେ ସୂଚନା ଦେବେ ବୋଲି ବୋଲି ବିନ୍ଦୁ ରାଣି ସୂଚନା ଦେଇଛନ୍ତି ।