
ସାନଖେମୁଣ୍ଡି: ଆଡ଼ପଡା ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଆଜି ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମର ଝୋଳ ସୌଜନ୍ୟରୁ ଏକ ଚକ୍ଷୁରୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ଅଧିକ୍ଷକ ଡ଼ଃ.ତପନ କୁମାର ମଲ୍ଲଙ୍କ ପୌରହିତରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟକ୍ରମ ପ୍ରବନ୍ଧକ ଦିଲୀପ କୁମାର ବେହେରାଙ୍କ ସହିତ ୪୮ଜଣ ଆଶାକର୍ମୀ ଓ ୨୩ଜଣ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ର କର୍ମଚାରୀ ଅଂଶଗ୍ରହଣ କରି ସାଧାରଣରେ ଚକ୍ଷୁର ଯତ୍ନ ସହିତ ସମାୟାନୁଯାୟୀ ଚକ୍ଷୁରୋଗ ଓ ତାର ନିରାକରଣ ମାଧ୍ୟମ ସମ୍ଵନ୍ଧରେ ଅନୁପ୍ରାଣିତ କରିଥିଲେ। ଅନୁଷ୍ଠିତ ଶିବିରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଅପରେସନ ମ୍ୟାନେଜର ବିଶ୍ଵଜିତ ନେହୁରୀ, କ୍ୟାମ୍ପ ମେନେଜର ଚିତ୍ରସେନ ଗୌଡ଼, ଇ. ସାକିଲି ଓ ସୁନୀଲ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପର ସମୟରେ ଅପରାହ୍ନରେ ଆଡ଼ପଡା ଗ୍ରାମ ପଞ୍ଚାୟତ ସଭାଗୃହରେ ସରପଞ୍ଚ ଶ୍ରୀ ନୀଳମାଧଵ ରାଉତଙ୍କ ଅଧ୍ୟକ୍ଷତାରେ ଆସନ୍ତା ୮ତାରିଖ ଦିନ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ର ଠାରେ ଆୟୋଜିତ ହେବାକୁ ଥିବା ମାଗଣା କଳା ମୋତିଆ ବିନ୍ଦୁ ଓ ପରଳ ଚକ୍ଷୁ ଚିକିତ୍ସା ଶିବିର ପଞ୍ଚାୟତ ଓ ସ୍ୱାସ୍ତ୍ୟକେନ୍ଦ୍ର ମିଳିତ ଭାବେ କରାଯାଉଥିବାରୁ ପଞ୍ଚାୟତର ସ୍ୱତନ୍ତ୍ର ଅଧିବେଶନ ସହ ଅଞ୍ଚଳ ଆଶା ଓ ଅଙ୍ଗନବାଡି କର୍ମୀ, ନିର୍ଵାଚିତ ପ୍ରତିନିଧି ଓ ଯୁବ ବାହିନୀ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ତରୀୟ ଚକ୍ଷୁ ଚିକିତ୍ସା ସେବା ସଂଗଠନ ‘ ସାଇଟ ସାଭେରସ ଇଣ୍ଡିଆ’ ମୁଖ୍ୟ ସାର କ୍ଳାଇଭ ଜୋନସ୍ ଏବଂ ସଂସ୍କାର ଭାରତ ମୁଖ୍ୟ କାର୍ଯ୍ୟନିର୍ବାହୀ ଆର,ଏନ, ମହାନ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ଅନୁଷ୍ଠିତ ହେବାକୁ କାର୍ଯ୍ୟକ୍ରମ ପ୍ରଚାର ଓ ପ୍ରସାର ପାଇଁ ବ୍ଲକ ସ୍ତରରେ କରାଯିବାକୁ ଏବଂ ଅଞ୍ଚଳର ସମସ୍ତ ଚକ୍ଷୁରୋଗୀ ଏବଂ କଳା ମୋତିଆ ବିନ୍ଦୁ ପରୀକ୍ଷା ନିମିତ୍ତ ୪୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କି ଆକୃଷ୍ଟ କରାଯିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସମିତି ସଭ୍ୟ ସୁରେନ୍ଦ୍ର ବାରିକ, ବିଜୁ ଯୁବ ବାହିନୀ ସଭାପତି ମୁନା ରାଉତ, ଅଙ୍ଗନବାଡି କର୍ମୀ ଝୁଲି ବେହେରା, ଆରତୀ ପ୍ରଧାନ, ଅର୍ଚନା ପ୍ରଧାନ, କାମକଳା ବେହର, ପିଇଓ ଶଙ୍କର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।