ଭୁବନେଶ୍ୱର, ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ ପୋଲିସ ଅଧିକାରୀମାନେ ନିର୍ବାଚନକୁ ବିଜେଡି ସପକ୍ଷରେ କରିବାକୁ କାମ କରୁଛନ୍ତି । ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଷମ କଟକକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିବାରୁ ମନ୍ତ୍ରୀଙ୍କ ସମର୍ଥକ ଲୋକଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାକୁ ୫ ଦିନ ହୋଇଥିଲେ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଶୂନ୍ । ତେଣୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ପ୍ରତିନିଧି ଦଳ ।