ପଟ୍ଟାମୁଣ୍ଡାଇ, ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ଅଧକ୍ଷା ତଥା ସିନିଅର ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦେଶ କ୍ରମେ ପିଏଲବି ସଭ୍ୟ ପ୍ରଫୁଲ୍ଲ ଦାଶଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ଆଇନୀଜୀବୀ ପଟ୍ଟାମୁଣ୍ଡାଇ ବାର ଆସୋସିଏସନର ଉପସଭାପତି ସୁରେଶ କୁମାର ନରେନ୍ଦ୍ରଙ୍କ ସଂଯୋଜନାରେ ପଟ୍ଟାମୁଣ୍ଡାଇ ବକ୍ତାରପୁର ବିଦ୍ୟାଳୟରେ ମାନସିକ ରୋଗାକ୍ରାନ୍ତ ଦିବସ ପାଳିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବାର ଆସୋସିଏସନର କୋଷାଧ୍ୟକ୍ଷ ତଥା ବରିଷ୍ଠ ଆଇନୀଜୀବୀ ଧୀରେନ୍ଦ୍ରନାଥ ସାହୁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମଙ୍କ ଜୀବନୀର ଉଦାହରଣ ଦେଇ ମାନସିକ ଚିନ୍ତାଗ୍ରସ୍ତ ହୋଇ କାଲାମ କିପରି ଆତ୍ମହତ୍ୟା କରିବାକୁ ଯାଉଥିଲେ, କିନ୍ତୁ ଜଣେ ଉଚ୍ଚକୋଟିର ସନ୍ୟାସୀଙ୍କ ଦୃଷ୍ଟି ପରେ ସେ ଜଣେ ବିଶ୍ଵ ବିଖ୍ୟାତ ବୈଜ୍ଞାନିକ ହୋଇପାରିଥିଲେ ତାହା ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ। ପ୍ରଧାନଶିକ୍ଷକ ସର୍ବେଶ୍ଵର ପତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।
ତାଲୁକ ସେକ୍ରେଟାରୀ ଅପର୍ଣା ସାମଲ, ସୋମ୍ୟରଞ୍ଜନ ପଣ୍ଡା, ମୋହନ ଦାଶ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଆଇନୀଜୀବୀ ଜିତେନ୍ଦ୍ର କୁମାର ନନ୍ଦୀ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରିଥିଲେ।