ଭୁବନେଶ୍ଵର, ସମ୍ପ୍ରତି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଦେହମୁହଁ ପୋଡି ପକାଉଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୭ଟି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ସମ୍ବଲପୁରରେ ୪୨.୪ ଡ଼ିଗ୍ରୀ, କେନ୍ଦୁଝରରେ ୪୨.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୪୨.୨ ଡ଼ିଗ୍ରୀ, ହୀରାକୁଦରେ ୪୨ ଡ଼ିଗ୍ରୀ, ରାଉରକେଲାରେ ୪୧.୮ ଡ଼ିଗ୍ରୀ, ଭୁବନେଶ୍ଵରରେ ୪୧.୪ ଡ଼ିଗ୍ରୀ, ବାଲେଶ୍ଵରରେ ୩୯.୪ ଡ଼ିଗ୍ରୀ, ପାରାଦୀପରେ ୩୪.୮ ଡ଼ିଗ୍ରୀ, ପୁରୀରେ ୩୪.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।