
ସମ୍ବଲପୁର, କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ସମ୍ବଲପୁରରେ ଚାର୍ଟାର୍ଡ ଏକାଉଂଟାଂଟ ମାନଙ୍କ ସହ ଆଲୋଚନା କରିଛନ୍ତି । ସେ ନିଜେ ସୋସିଆ ମିଡିଆରେ ଏହି ସୂଚନା ଦେଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି. “ବିକଶିତ ଓଡ଼ିଶା, ବିକଶିତ ଭାରତର ପ୍ରମୁଖ ଅଂଶୀଦାର ଚାଟାର୍ଡ୍ ଆକାଉଣ୍ଟାଣ୍ଟଙ୍କ ସହ ସମ୍ବଲପୁରର ଅପାର ସମ୍ଭାବନାକୁ ନେଇ ଆଲୋଚନା କଲି । ବିକଶିତ ଭାରତରେ ସମ୍ବଲପୁରର ଭୂମିକା ଓ ସବକା ସାଥ-ସବକା ବିକାଶରେ କାମ କରୁଥିବା ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀଙ୍କ ପ୍ରତି ଥିବା ଜନଆସ୍ଥା ନେଇ ଚର୍ଚ୍ଚା ହେଲା । ମୋଦୀଙ୍କ ଗ୍ୟାରେଂଟି ରେ ଆମେ ସମସ୍ତେ ମିଳିତ ଭାବରେ ସମ୍ବଲପୁରର ବିକାଶ ପାଇଁ କାମ କରିବା ।”