
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଗାମୀ ନିର୍ବାଚନ ରେ ସମସ୍ତ ଭୋଟର ନିଶ୍ଚିତ ମତଦାନ କରି ନିଜର ସାମ୍ବିଧାନିକ ଅଧିକାର କୁ ସାବ୍ୟସ୍ତ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି।ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ବିଧାନସଭା, ବ୍ରହ୍ମଗିରି ବିଧାନସଭା, ସତ୍ୟବାଦୀ ବିଧାନସଭା ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଇ ୨୫ ତାରିଖରେ ଓ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାକଟପୁର ଓ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।ତେଣୁ ପ୍ରତ୍ୟେକ ମତଦାନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।
ଏହି ଅବସରରେ ମାଟିମଣ୍ଡପ ସାହି ଠାରେ ଭୋଟର ସଚେତନତା ପାଇଁ ସଚେତନତା ବାର୍ତ୍ତା ଥିବା ପ୍ଲାକାର୍ଡ ଓ ପ୍ରସ୍ତୁତ ଏକ ଗୀତ କୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଓ ଏସପି ପିନାକ ମିଶ୍ର ଉନ୍ମୋଚନ କରିଥିଲେ।ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।ଉପସ୍ଥିତ ସମସ୍ତ ସାହି ମୁରବି, ସଦସ୍ୟ ଓ ଯୁବ ବର୍ଗ ଚଳିତ ନିର୍ବାଚନ ରେ ନିଶ୍ଚିତ ମତଦାନ କରିବେ ବୋଲି ସୂଚନା ଦେଇଥିଲେ।