ଭୁବନେଶ୍ୱର, ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ତାର ଘୋଷଣା ପତ୍ର ଶୀଘ୍ର ପ୍ରକାଶ କରିବାକୁ ଯାଉଛି । ଏହା ପୂର୍ବରୁ ପାର୍ଟୀ ପକ୍ଷରୁ ସାଧାରଣ ଲୋକଙ୍କ ମତାମତ ଲୋଡା ଯାଇଛି । ବିଜେ଼ଡି ନେତା ଭିକେ ପାଣ୍ଡିଆନ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଗୁରୁତ୍ବ ଦିଅନ୍ତି। ଏନେଇ ଚଳିତଥର ଲୋକଙ୍କ ମତାମତ ଅନୁସାରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ।
ଏଥିପାଇଁ bjdmanifesto2024@gmail.comରେ ମତାମତ ଦେବାକୁ ଲୋକଙ୍କୁ ସେ ଅପିଲ କରିଛନ୍ତି ।