ନୂଆଦିଲ୍ଲୀ,ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଏକ ଭିଡିଓ ବାର୍ତ୍ତା ଜାରି କରି ଭୋଟରଙ୍କୁ ଅପିଲ କରିଛନ୍ତି । ସେ କର୍ତ୍ତବ୍ୟ ଓ ଦାୟିତ୍ୱକୁ ବୁଝି ଲୋକଙ୍କୁ ସ୍ୱୟଂ ମତଦାନ କରିବା ତଥା ନିଜ ପରିବାରଲୋକ ଓ ବନ୍ଧୁଙ୍କୁ ମତଦାନ କରିବାକୁ ପ୍ରେରଣା ଦେବା ପାଇଁ କହିଛନ୍ତି ।
ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ କାଲି ହେବ । ଶୁକ୍ରାବର ଏପ୍ରିଲ 19 ସକାଳ 7ଟା ବେଳେ 6ଟି ରାଜ୍ୟର 102ଟି ଆସନରେ ଭୋଟ୍ ହେବ । ନିର୍ବାଚନ ସହିତ ଜଡିତ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି କମିଶନର ।
ନିର୍ବାଚନ ପୂର୍ବରୁ ରାଜୀବ କୁମାର କହିଛନ୍ତି ଯେ, ମତଦାନ ଗଣତନ୍ତ୍ରର ଗୌରବଶାଳୀ ଅଭିବ୍ୟକ୍ତି ଅଟେ । ଏହାଠାରୁ ଭଲ କିଛି ନାହିଁ । ଲୋକଙ୍କ ଭୋଟକୁ ସରଳ ଓ ସୁଲଭ କରିବା ପାଇଁ ନିର୍ବାଚନ କମିଶନର ବଡ ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ସୁବିଧାକୁ ଧ୍ୟାନରେ ରଖାଯାଇଛି ।