ଭୁବନେଶ୍ୱର, ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ଗୁରୁବାର ଭୁବନେଶ୍ୱରରେ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତା ପଂଚାନନ କାନୁନଗୋଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
କଂଗ୍ରେସରେ ଯୋଗଦେବା ପରେ ସିପ୍ରା ମଲ୍ଲିକ କହିଥିଲେ, ଆଜି ମୋ ପାଇଁ ଏକ ବଡ଼ ଦିନ । କଂଗ୍ରେସ ଦଳରେ ନୂତନ ଆରମ୍ଭ କରିବି । ମୋ ବାପା ଏହି ଦଳରେ ଥିଲେ । ମୁଁ ମଧ୍ୟ ଏହି ଦଳକୁ ଫେରିଥିବାରୁ ଅତ୍ୟନ୍ତ ଖୁସି । ଟିକେଟ ପାଇଁ ମୁଁ କିଛି ଆଲୋଚନା କରିନାହିଁ । କିନ୍ତୁ କେନ୍ଦ୍ରାପଡାରୁ ଲଢ଼ିବାକୁ ଆଶା ରଖିଛି । ଯଦି ଦଳ ମୋତେ ସୁଯୋଗ ଦେବ, ତା’ହେଲେ ମୁଁ ନିଶ୍ଚିତ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିବି ।
ସୂଚନାଯୋଗ୍ୟ ଯେ ୨୦୦୯ରେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସିପ୍ରା ମଲ୍ଲିକ । କିନ୍ତୁ ୨୦୧୪ ଓ ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନଥିଲା ।