ଭୁବନେଶ୍ୱର – ଆସନ୍ତା ୨୦ ଦିନ ମଧ୍ୟରେ ବିଧାନସଭାରେ ୱାଇଫାଇ ବ୍ୟବସ୍ଥା କରାଯିବ ।ଏହା କାର୍ଯ୍ୟକାରୀ ହେଲେ ବିଧାନସଭାର ନଥିପତ୍ର ଅନଲାଇନ୍ ମାଧ୍ୟମରେ ଆଦାନପ୍ରଦାନ କରାଯିବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଓଡ଼ିଶା ବିଧାନସଭାରେ ନ୍ୟାସନାଲ୍ ଇ-ବିଧାନ ଆପ୍ଲିକେସନ୍ (ଏନ୍ଇଭିଏ), ଓସ୍ୱାସ୍, ଏନ୍ଇଭିଏ ସହିତ ଓସ୍ୱାସ୍ର ସଂଯୋଗ ଏବଂ ବିଧାନସଭାର କାର୍ଯ୍ୟାବଳୀକୁ ସ୍ୱୟଂକ୍ରିୟ କରିବା ସଂପର୍କିତ ଏକ ସମୀକ୍ଷା ବୈଠକ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ ବିଧାନସଭାସ୍ଥ ପ୍ରକୋÂରେ ଅନୁÂିତ ହୋଇଥିଲା । ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ବିଧାନସଭାରେ ଏନ୍ଇଭିଏ ଆଂଶିକ ଭାବେ କାର୍ଯ୍ୟକାରୀ ହୋଇଛି । ଚଳିତ ମାସ ୧୫ ତାରିଖରେ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ଏହି ବିଷୟରେ ଏକ ବୈଠକ କରି ଏନ୍ଇଭିଏ ସଂପର୍କିତ ଏକ ସଂଶୋଧିକ ମାର୍ଗଦର୍ଶିକା ଜାରି କରିବେ । ଏହା ପରେ ରାଜ୍ୟରେ ଗଠିତହୋଇଥିବା ରାଜ୍ୟ ପ୍ରକଳ୍ପ ପରି·ଳନା କମିଟି (ଏସ୍ପିଏମ୍ସି) ଏକ ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ସଂସଦୀୟ ବ୍ୟାପାର ମନ୍ତ୍ରାଳୟକୁ ପ୍ରେରଣ କରିବେ ଓ ଓଡ଼ିଶା ବିଧାନସଭା ପକ୍ଷରୁ ଏନ୍ଇଭିଏର ନୂତନ ସଂସ୍କରଣ ବିଧାନସଭାରେ ଲାଗୁ କରାଯିବ ।
ଏହା ଛଡ଼ା ଓକାକ୍ ପକ୍ଷରୁ ବିଧାନସଭାରେ ଓସ୍ୱାସ୍ର ପ୍ରଚଳନ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ନିଆଯିବ । ସେହିଭଳି ବିଧାନସଭା ପରିସରକୁ ୱାଇଫାଇ କରିବା ଲୋକାଲ୍ ଏରିୟା ନେଟ୍ୱାର୍କ ସଂଯୋଗ କରିବା ଓ ଏକ ଭିଡ଼ିଓ କନ୍ଫେରେନ୍ସିଂ ପ୍ରକୋÂକୁ କାର୍ଯ୍ୟକ୍ଷମ କରିବା ଦିଗରେ ଓକାକ୍ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବ । ଏହି ପ୍ରକୋÂ କାର୍ଯ୍ୟକ୍ଷମ ହେଲେ ବିଧାନସଭାରୁ ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀଙ୍କ ସହିତ ସିଧାସଳଖ ଯୋଗାଯୋଗ ଓ ଆଲୋଚନା ସମ୍ଭବ ହୋଇପାରିବ । ବିଧାନସଭାକୁ ସ୍ୱୟଂକ୍ରିୟ କରିବା ନିମନ୍ତେ ଏନ୍ଆଇସିର କାର୍ଯ୍ୟ ଜାରି ରହିଛି । ଏହାକୁ ·ଲୁ ରଖିବା ସହିତ ନବୀକରଣ କାର୍ଯ୍ୟ ମଧ୍ୟ ଅବ୍ୟାହତ ରଖିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ।
ଏହି ବୈଠକରେ ଇଲେକ୍ଟ୍ରୋନିr ଓ ସୂଚନା ପ୍ରଯୁକ୍ତି ବିଭାଗର ଶାସନ ସଚିବ ଶ୍ରୀ ମନୋଜ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ରୁଦ୍ରନାରାୟଣ ପଲାଇ, ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ନନ୍ଦ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ପି.ସି. ମହାନ୍ତି, ଏନ୍ଆଇସିର ଷ୍ଟେଟ୍ ଇନ୍ଫରମାଟିr ଅଫିସର ଶ୍ରୀମତୀ ପ୍ରତିଭା ସିଂ, ବରିÂ ବୈଷୟିକ ନିଦେ୍ର୍ଧଶକ ଶ୍ରୀମତୀ ସରିତା ସାହୁ, ବୈଷୟିକ ନିଦେ୍ର୍ଧଶକ ଶ୍ରୀ ଅଶୋକ କୁମାର ବେହେରା, ଏନ୍ଆଇସିଏସ୍ଆଇର ସାଧାରଣ ପରି·ଳକ ଶ୍ରୀ ସମ୍ବିତ ପଣ୍ଡାଙ୍କ ସମେତ ଓକାକ୍ର ବରିÂ ଅଧିକାରୀ ଯୋଗଦେଇଥିଲେ ।