
ବଲାଙ୍ଗିର,ଆଜି ତା:୧୭-୦୪-୨୦୨୪ ରିଖ ବୁଧବାର ଦିନ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସକାଳ ୯ ଘଣ୍ଟା ସମୟରେ ବଲାଙ୍ଗିର ବିଶ୍ଵହିନ୍ଦୁ ପରିଷଦ ତରଫରୁ ଜିଲ୍ଲା ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ଵରେ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିର ପାଖ ଆଶିଷ ପ୍ଲାଜା ଲଜ୍ ସାମନା ରେ ଶ୍ରୀରାମ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଶ୍ଵହିନ୍ଦୁ ପରିଷଦ ତଥା ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରୀରାମ ଭକ୍ତ ମାନଙ୍କୁ ଆଜିର ପବିତ୍ର ଦିନରେ ରାମ ନାମ ସଙ୍କୀର୍ତ୍ତନ କରିବା ସହ ଭୋଗ ପ୍ରସାଦ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଥିଲେ। ଅଞ୍ଚଳ ର ଲୋକେ ରାମ ଲାଲା ଙ୍କ ପ୍ରସାଦ ଗ୍ରହଣ କରିଥଲେ।