ମାଲକାନଗିରି-ସବୁ ବାଦ ବିବାଦ ଓ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି । ଆଜି ମାଲକାନଗିରି ଜିଲ୍ଲା ଚିତ୍ର କୋଣ୍ଡା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ଛି । ଦଳ ବର୍ତମାନ ବିଜୁ ମହିଳା ଦଳ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ଙ୍କୁ ଭରସା କରି ଟିକେଟ ଦେଇଛି । ସେ ୨୦୧୯ ର୍ନିବାଚନରେ କଂଗ୍ରେସ ଦଳରୁ ଟିକେଟ ପାଇ ବିଧାୟକ ପାଇଁ ଚିତ୍ରକୋଣ୍ଡା ରୁ ଲଢ଼ିଥିଲେ । ୨ ୫ 00ଭୋଟ ରେ ନିଜ ଦାଦା ବିଜେଡି ର ପୂର୍ଣ୍ଣ ଚନ୍ଦ୍ର ବାକା ଙ୍କ ଠାରୁ ହାରିଥିଲେ । ସେ ଗତ ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡି ରେ ଯୋଗଦେଇଥିଲେ ଏବଂ ମାଥିଲି ରୁ ଜିଲ୍ଲା ପରିଷଦ ନିର୍ବାଚିତ ହୋଇଥିଲେ । ତାଙ୍କର ଦକ୍ଷ ସଂଗଠନ ଯୋଗୁ ଦଳ ତାଙ୍କ ଉପରେ ଭରସା କରି ଆଜି ଦଳ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସେ ଦଳର ଶୀର୍ଷ ନେତୃତ୍ବକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟଯେ ପୂର୍ବରୁ କଂଗ୍ରେସ ମଙ୍ଗୁ ଖୁଲଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଗତକାଲି ବିଜେପି ମଧ୍ୟ ଚିତ୍ରକୋଣ୍ଡା ପାଇଁ ଡ଼ମ୍ବରୁ ଶିସା ଙ୍କୁ ନାଁରେ ମୋହର ମାରିଥିଲା । ଚିତ୍ରକୋଣ୍ଡା ଆସନରେ ବିଗ ଫାଇଟ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଚିତ୍ରକୋଣ୍ଡା ଆସନ ପାଇଁ ବିଜେପି ରୁ ୧ ୨ ଜଣ ଓ ବିଜେଡିରୁ ୬ ଜଣ ଆଶାୟୀ ରହିଥିଲେ। ହେଲେ ଟିକେଟ ଘୋଷଣା ପରେ ଉଭୟ ଦଳରେ ଅସନ୍ତୁଷ୍ଟ ଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି!ହେଲେ ଉଭୟ ଦଳର ଗୋଷ୍ଠୀ କନ୍ଦଳ ରୁ କଂଗ୍ରେସ ଦଳ ଫାଇଦା ନେବ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।
Related Stories
November 21, 2024
November 21, 2024