-
କଂଗ୍ରେସ ବିଛିନ୍ନତାବାଦକୁ ସାର- ପାଣି ପ୍ରଦାନ କରୁଥିଲା, ଆମେ ନୂଆ ଉଚ୍ଚତାରେ ପହଂଚାଉଛୁ – ମୋଦୀ
ନୂଆଦିଲ୍ଲୀ, ନଲୱାଡି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଧବାର ଦିନ ଆସାମର ନଳବାଡି ଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଓ ଆସାମର ପ୍ରତ୍ୟେକ ସିଟରେ ବିଜେପି ଓ ଏନଡିଏ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ମଂଚରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, ଆସାମ ବିଜେପିର ସଭାପତି ଭାବେଶ କଲିତା, ବାରପେଟାରୁ ଲୋକସଭା ପ୍ରାର୍ଥୀ ଫଣି ଭୁଷଣ ଚୌଧୁରୀ, କୋକ୍ରାଝରରୁ ପ୍ରାର୍ଥୀ ଜୟନ୍ତ ବସୁମତାରୀ, ଗୌହାଟିର ଲୋକସଭା ପ୍ରାର୍ଥୀ ଶ୍ରୀମତୀ ବିଜୁଳି କଳିତା ଓ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।
ଏହି ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଜେପି ଶାସନରେ ଗତ 10ବର୍ଷରେ ଦେଶ ଓ ପୂର୍ବୋତ୍ତର ପାଇଁ କରାଯାଇଥିବା ଜନକଲ୍ୟାଣକାରୀ ଓ ବିକାଶ କାର୍ଯ୍ୟର ଉଲ୍ଲେଖ କରିଛନ୍ତି ଏବଂ କଂଗ୍ରେସ ଦ୍ୱାରା ପୂର୍ବୋତ୍ତରକୁ ଅଣଦେଖା ସମ୍ପର୍କରେ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆଜି 5ଶହ ବର୍ଷର ଅପେକ୍ଷା ପରେ ଭଗବାନ ରାମ ନିଜ ଭବ୍ୟ ମନ୍ଦିରରେ ବିରାଜମାନ ହୋଇଛନ୍ତି । ଆଜି ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ସୂର୍ଯ୍ୟ ତିଳକ କରି ପବିତ୍ର ନଗରୀ ଅଯୋଧ୍ୟାର ରାମମନ୍ଦିରରେ ପାଳନ କରାଯାଉଛି । ଆଜି ଦେଶର ବର୍ଷ ବର୍ଷର ସାଧନା ଓ ପିଢିପିଢିର ବଳିଦାନ ସିଦ୍ଧିର ଉତ୍ସବ ପାଳନ ହେଉଛି । ଆଜି ଯେତେବେଳେ ସୂର୍ଯ୍ୟ ଦେବତା ସ୍ୱୟଂ ଭଗବାନ ରାମଙ୍କ ଜନ୍ମଦିବସ ପାଳନ କରିବାକୁ ଅଯୋଧ୍ୟା ମାଟିକୁ କିରଣ ଭାବେ ଓହ୍ଲାଇଆସିଛନ୍ତି, ପୂରା ଦେଶରେ ଏକ ନୂଆ ପରିବେଶ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଉତ୍ସାହ ଦେଖି କହିଛନ୍ତି ଯେ, ଜୁନ 4ର ଫଳାଫଳ କଣ ହେବ ତାହା ଏହି ଜନଗହଳିର ଉତ୍ସାହରୁ ସ୍ପଷ୍ଟ ହୋଇଛି, ଜୁନ 4ରେ 4ଶହ ପାର୍ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, 2014ରେ ମୋଦି ଆସାମର ମାଟିରେ ଲୋକଙ୍କ ନିକଟରେ ଏକ ନୂଆ ଆଶା ନେଇ ଆସିଥିଲି, 2019ରେ ଯେତେବେଳେ ଆସିଲେ ସେତେବେଳେ ବିଶ୍ୱାସ ନେଇ ଆସିଥିଲି ଏବଂ ଆଜି ଆପଣଙ୍କ ସମ୍ମୁଖରେ ମୋଦିର ଗ୍ୟାରେଂଟି ନେଇ ଆସିଛି, ଯାହା ମୋଦିର ଗ୍ୟାରେଂଟି ଅର୍ଥାତ ଗ୍ୟାରେଂଟି ପୂରଣ ହେବାର ଗ୍ୟାରେଂଟି ।
ଶ୍ରୀ ମୋଦି କହିଛନ୍ତି ଯେ, ବିହୁ ଦିନ ବିଜେପି ନିଜ ସଂକଳ୍ପ ପତ୍ର ଜାରି କରିଛି । ବିଜେପି ଏକ ଏଭଳି ଦଳ ଯିଏ ସବକା ସାଥ, ସବକା ବିକାଶ ମନ୍ତ୍ରରେ ଚାଲିଥାଏ । ଏନଡିଏ ସରକାରର ଯୋଜନାରେ କୌଣସି ଭେଦଭାବ ନାହିଁ, ଏହାର ଲାଭ ସମାଜର ସବୁବର୍ଗକୁ ମିଳୁଛି । ଏବେ ଏନଡିଏ ସ୍ଥିର କରିଛି ଯେ, ଦେଶର ପ୍ରତି ନାଗରିକଙ୍କ ଠାରେ ପଂହଚି ଯେଉଁ ସୁବିଧାର ସେମାନେ ପାତ୍ର, ସେମାନଙ୍କୁ ସେହି ସୁବିଧା ପ୍ରଦାନ କରାଯିବ । ଆଗାମୀ 5ବର୍ଷରେ ଗରିବଙ୍କ ପାଇଁ ଆଉ 3କୋଟି ନୂଆ ଆବାସ ନିର୍ମାଣ କରାଯିବ, ନିଶୁଳ୍କ ରାସନ ବି ବିନା କୌଣସି ଭେଦଭାବରେ ଦିଆଯିବ । ବିଜେପି ନିଜ ସଂକଳ୍ପ ପତ୍ରରେ ଆଉ ଏକ ଘୋଷଣା କରିଛି, ଯାହାର ଲାଭ ଦେଶର ପ୍ରତିକୁ ହେବ । ମୋଦି ନିର୍ଦ୍ଧାରଣ କରିଛି ଯେ, 70 ବର୍ଷରୁ ଅଧିକ ବୟସର ପ୍ରତି ବ୍ୟକ୍ତିକୁ ଆୟୁଷ୍ମାନ ଯୋଜନା ଅଧୀନରେ ନିଶୁଳ୍କ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ ।
ପ୍ରଧାନମନ୍ତ୍ରୀ ବିଜେପିର ଅନ୍ୟ ଯୋଜନାର ବିସ୍ତୃତ ବିବରଣୀ ଦେଇ କହିଛନ୍ତି ଯେ, ଲୋକଙ୍କ ବିଜୁଳି ବିଲ୍ ଜିରୋ ଆସିବ, ଏଥିପାଇଁ ବିଜେପି ସରକାର ଦ୍ୱାରା କମ ଦାମରେ ସୋଲାର ପ୍ୟାନେଲ ପ୍ରଦାନ କରାଯିବ, ଏହାଦ୍ୱାରା ବିଜୁଳି ବିଲ ଜିରୋ ହେବା ସହିତ ଇଲେକ୍ଟ୍ରିକ ଯାନକୁ ବି ଚାର୍ଜ କରାଯାଇପାରିବ, ଯାହାଦ୍ୱାରା ଯାତାୟତ ଖର୍ଚ୍ଚ ବି ଜିରୋ ହେବ । ଦେଶର କୋଟି କୋଟି ଭଉଣୀ ଆଜି ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଡି ହୋଇଛନ୍ତି ଏବଂ ବିଜେପି ସରକାର ଲକ୍ଷ୍ୟ ରଖିଛି ଯେ, 3କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରାଯିବ । ଏବେ ଭଉଣୀମାନେ ଡ୍ରୋନ ପାଇଲଟ ହେବେ । ଏହି ନିଷ୍ପତ୍ତିର ବହୁତ ବଡ ଲାଭ ଆସାମର ଗରିବ, ଚାଷୀ, ବଂଚିତ, ଦଳିତ, ପୀଡିତ ଓ ଚା ବଗିଚା ଶ୍ରମିକଙ୍କୁ ହେବ । ଆସାମର ପ୍ରସିଦ୍ଧ ଅସମିୟା ଖାର ଭାତ କଥା ଉଠାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ବିଜେପି ସରକାର ଆସାମର ଚାଷୀଙ୍କ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଆସାମର ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି ଅଧୀନରେ 5400 କୋଟି ଟଙ୍କାରୁ ଅଧିକ ମିଳିଛି ଏବଂ ଆଗକୁ ବି ଏହି ଯୋଜନାର ଲାଭ ବିନା କୌଣସି ଭେଦଭାବରେ ମିଳିବ ।
ଶ୍ରୀ ମୋଦି କହିଛନ୍ତି ଯେ, ଆଜି ପୂରା ଦେଶରେ ମୋଦିର ଗ୍ୟାରେଂଟି ଚାଲୁଛି ଏବଂ ପୂରା ପୂର୍ବୋତ୍ତର ମୋଦି ଗ୍ୟାରେଂଟିର ସାକ୍ଷୀ ଅଟେ । ଯେଉଁ ପୂର୍ବୋତ୍ତରକୁ କଂଗ୍ରେସ ସରକାର କେବଳ ସମସ୍ୟା ଦେଇଥିଲା, ତାକୁ ବିଜେପି ସୁଯୋଗର ସ୍ରୋତ ବନାଇଛି । କଂଗ୍ରେସ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଇଥିଲା କିନ୍ତୁ ମୋଦି ପୂର୍ବୋତ୍ତରକୁ ଆଲିଙ୍ଗନ କରିବାର କାମ କରି ଶାନ୍ତି-ସୁରକ୍ଷା ପାଇଁ ଉଦ୍ୟମ କରିଛନ୍ତି । ଯାହା କଂଗ୍ରେସ 60ବର୍ଷରେ କରିପାରିନି, ତାହା ବିଜେପି 10ବର୍ଷରେ କରିକି ଦେଖାଇଛି କାରଣ ମୋଦି ପାଇଁ ଲୋକଙ୍କ ସ୍ୱପ୍ନ ସଂକଳ୍ପ ଅଟେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୋଦୀର ପ୍ରତ୍ୟେକ ମିନିଟ୍ ଦେଶ ଓ ଜନତାଙ୍କ ସ୍ୱପ୍ନ ପାଇଁ ଏଥିପାଇଁ ୨୪/୭ ଫର ୨୦୪୭ । ଭାଜପା ଶାସନରେ ମୁସଲମାନ ଭଉଣୀମାନଙ୍କୁ ତିନ ତଲାକ୍ ର କୁପ୍ରଥାରୁ ମୁକ୍ତି ମିଳିଛି ଯାହାର ଲାଭ ସବୁ ମୁସଲମାନ ପରିବାରକୁ ମିଳିଛି । ଆସାମର ବିକାଶ ପ୍ରମାଣ ଯେ ଯେତେବେଳେ ଉଦ୍ଦେଶ୍ୟ ଠିକ୍ ତେବେ ଫଳାଫଳ ମଧ୍ୟ ଠିକ୍ ଆସେ । କଂଗ୍ରେସ ଦଳ ରାଜନୈତିକ ଫାଇଦା ପାଇଁ ଏହି ଅଞ୍ଚଳକୁ ନିଜ ପଞ୍ଝାରେ ଫସାଇ ରଖିଥିଲା ଯାହା ଫଳରେ ଭ୍ରଷ୍ଟାଚାର ଓ ଲୁଟ୍ ର ଦ୍ୱାର ଖୋଲା ରହିବ । କିନ୍ତୁ ବର୍ତ୍ତମାନ ଏହି ପଞ୍ଝା ଖୋଲିଯାଇଛି , ଆସାମରେ ସବକା ସାଥ ଓ ସବକା ବିକାଶର ମନ୍ତ୍ର ଲାଗୁ ହୋଇଛି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମରେ ଦେଶର ବହୁତ ବର୍ଷ ସେମି କଣ୍ଡକ୍ଟର ଫ୍ୟାସିଲିଟି ର ଶିଳାନ୍ୟାସ କରାଯାଇଛି, ଯାହା ପାଇଁ ୨୭ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ । ଆଗାମୀ ସମୟରେ ସମ୍ପୂର୍ଣ୍ଣ ବିଶ୍ୱରେ ଆସାମକୁ ସେମି କଣ୍ଡକ୍ଟର ର ଏକ ବଡ ହବ୍ ରୂପରେ ପରିଚୟ ମିଳିବ । ଏହି ପ୍ରାରମ୍ଭ ଐତିହାସିକ ଓ ଅପ୍ରତ୍ୟାଶିତ ଅଟେ ଏବଯ ଏହି ନିର୍ଣ୍ଣୟ ଏହି ଅଞ୍ଚଳ ର ବିକାଶକୁ ଏକ ନୂଆ ଶକ୍ତି ଦେବାକୁ ଯାଉଛି । ପୂର୍ବୋତ୍ତରରେ ହୋଇଥିବା ନିବେଶ ବିକଶିତ ଭାରତ ର ସଂକଳ୍ପକୁ ଶକ୍ତି ଦେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାଜପାର ସବୁଠୁ ବଡ ପ୍ରାଥମିକତା ପୂର୍ବୋତର ର ଯୁବକମାନଙ୍କୁ ଭବିଷ୍ୟତର ଭାରତର ପ୍ରତ୍ୟେକ ସେକ୍ଟରରେ ନୂଆ ସୁଯୋଗ ଯୋଡିବା ଏବଂ ଏହି ସୁଯୋଗ ଲଗାତାର ଏହିଭଳି ବଢି ଚାଲିବ , ଏହା ମୋଦୀର ଗ୍ୟାରେଣ୍ଟି । ଆସାମ ଆଜି କେବଳ ଅଲଗା ରାଜ୍ୟ ମାନଙ୍କ ସହ ସମାନ ହୋଇନାହିଁ ବରଂ ବିକାଶର ନୂଆ ରେକର୍ଡ ତିଆରି କରୁଛି । ଯେଉଁ ଆସାମରେ ରାସ୍ତା ନଥିଲା ସେଠାରେ ଗତ ୧୦ ବର୍ଷରେ ୨୫୦୦ କିଲୋମିଟର ଜାତୀୟ ରାଜମାର୍ଗ ର ନିର୍ମାଣ ହୋଇଛି । ଆସାମର ଦରାଙ୍ଗ, ଉଦଲଗୁରି, ବାରପେଟା ଓ କୋକରଝାର ଅଞ୍ଚଳରେ ହିଁ ୨ହଜାର କୋଟି ଟଙ୍କାର ସଡକ ଯୋଜନା ଉପରେ କାମ ଚାଲିଛି ।
ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ଦେଶରେ ସବୁଠାରୁ ବଡ ନଦୀର ପୋଲ ଭୂପେନ ହଜାରିକା ସେତୁ ଦେଶର ସବୁଠାରୁ ବଡ ରେଳ ରୋଡ ପୋଲ ବୋଗିବିଲ ପୋଲ ଆସାମରେ ରହିଛି । ଗୌହାଟୀ ଠାରେ ଆସାମର ନିଜସ୍ୱ ଏମ୍ସ ଖୋଲି ସାରିଛି । ବାରପେଟା ଓ କୋକ୍ରାଝର ରେ ମଧ୍ୟ ମେଡିକାଲ କଲେଜ ଖୋଲି ସାରିଛି । ଆସାମର ପାଂଚଟି ଜିଲ୍ଲାରେ କ୍ୟାନସର ହସପିଟାଲ ଖୋଲାଯିବାର ଯୋଜନା ଉପରେ କ୍ଷିପ୍ର ଗତିରେ କାମ କରାଯାଉଛି । 6ଟି ନୂଆ ଇଂଜିନିୟରିଂ କଲେଜ ଖୋଲା ଯାଇଛି । ପୂର୍ବୋତରର ଉର୍ଜା ଆବଶ୍ୟକତାକୁ ପୂରା କରିବାକୁ 90 ହଜାର କୋଟି ଟଙ୍କାର ବ୍ୟୟରେ ନର୍ଥ ଇଷ୍ଟ ଗ୍ରିଡ ପ୍ରସ୍ତୁତ କରାଯାଉଛି ଓ ପିଏମ ଉର୍ଜା ଯୋଜନାରେ ବରୌନୀ ଗୌହାଟୀ ପାଇପଲାଇନ ଦେଶକୁ ସମର୍ପିତ କରାଯାଇଛି । ଏହା କେବଳ ବିକାଶର ତଥ୍ୟ ନୁହେଁ ସମସ୍ତଙ୍କର ପ୍ରୟାସର ଉଦାହରଣ ଅଟେ । ବିଜେପି ସରକାରରେ ଦେଶରେ ବନ କ୍ଷେତ୍ରର ବିସ୍ତାର ହୋଇଛି ଓ ଚିତା ମାନଙ୍କର ସଂଖ୍ୟା ମଧ୍ୟ ବଢିଛି । ଜୈବ ବିବିଧତା ଆସାମର ଏକ ବଡ ଶକ୍ତି । ବିଜେପି ତାର ଘୋଷଣା ପତ୍ରରେ ସଂକଳ୍ପ ଗ୍ରହଣ କରିଛି ଯେ ଦେଶର ଐତିହ୍ୟକୁ ସରକାର ବୈଶ୍ୱିକ ମାନଚିତ୍ରରରେ ଅଣାଯିବ ଯାହା ଦ୍ୱାରା ଆସାମରେ ଗ୍ଲୋବାଲ ଟୁରଜିମର ସମ୍ଭାବନା ବଢିବ । ବିଜେପି ବିକାଶ ମଧ୍ୟ ଓ ଐତିହ୍ୟ ମଧ୍ୟ ମନ୍ତ୍ରରେ ଚାଲିଛି । ବିଜେପି ବାରପେଟାକୁ ବୈକୁଂଠ ଧାମ କରି ନମନ କରୁଚି । ଆଜି ଯଦି କାଶୀ ବିଶ୍ୱନାଥ ଧାମର ବିସ୍ତାର ହୋଇଛି ତେବେ ଆସାମରେ କାମାକ୍ଷା କରିଡରର ମଧ୍ୟ ବିକାଶ କାମ କରାଯାଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି ସରକାରଙ୍କ ପ୍ରୟାସରେ ଆସାମର ମହାନ ଯୋଦ୍ଧା ଲଚିତ ବଡଫୁକନଙ୍କ 4ଶହ ତମ ଜୟନ୍ତୀ ସମ୍ପୂର୍ଣ ଦେଶରେ ପାଳନ କରାଯାଇଛି ଓ ଆସାମର ଗମୋଚାର ବ୍ରାଂଡ ଆମ୍ବାସଡର ତୋ ନିଜେ ଆପଣଙ୍କର ମୋଦୀ ହିଁ । କଂଗ୍ରେସକୁ ଦେଶର ଐତିହ୍ୟ ସହ ସମସ୍ୟା ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ସ୍ଥାନୀୟ ପରମ୍ପରାର ବସ୍ତ୍ରକୁ କଂଗ୍ରେସ ଉପହାସ କରିଥାଏ । କଂଗ୍ରେସ ଲୋକ ମାନଙ୍କର ଭାବନାର ସମ୍ମାନ କରି ନ ଥାଏ । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆସାମର ବିକାଶ ପାଇଁ ଏତେ ପରିଶ୍ରମ କରୁଛନ୍ତି ଯେ କଂଗ୍ରେସର ଦାୟରା ହିଁ ସମାପ୍ତ ହୋଇ ଯାଇଛି । ଭାରତୀୟ ଜନତା ପାର୍ଟି କୁ ଦିଆଯାଇଥିବା ପ୍ରତ୍ୟେକ ଭୋଟ ବିକଶିତ ଭାରତ ତିଆରି କରିବ । ପ୍ରଧାନମନ୍ତ୍ରୀ ବାରପେଟାରୁ ଶ୍ରୀ ଫଣୀ ଭୁଷଣ ଚୌଧୁରୀ, କୋକ୍ରାଝରରୁ ଜୟନ୍ତ ବସୁମତାରୀ ଓ ଗୌହାଟୀରୁ ଶ୍ରୀମତୀ ବିଜୁଳି କଳିତା ମେଧୀଙ୍କୁ ବିଜୟୀ କରାଇବାକୁ ଅପିଲ କରିଥିଲେ।