କଟକ- କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଶିଶୁଆ ଛକରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ତିନୋଟି ଦୋକାନ ଘର ସମ୍ପୂର୍ଣ୍ଣ ଜଳିଯିବା ସହିତ ଦୋକାନରେ ଥିବା ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ତନ୍ମଧ୍ୟରେ ଦୁଇଟି ଜଳଖିଆ ଦୋକାନ ଓ ଗୋଟିଏ ତେଜରାତି ଦୋକାନ ରହିଛି । ଖବର ପାଇ ବାଙ୍କୀ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ତେବେ ସେତେବେଳକୁ ସବୁକିଛି ଜଳିପୋଡ଼ି ଛାରଖାର୍ ହୋଇଯାଇଥିଲା । ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ବିପନ୍ନ ମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।
Related Stories
November 24, 2024
November 24, 2024