
ଶ୍ରୀନଗର, ଶ୍ରୀନଗରର ବଟୱାଡା ଅଂଚଳରେ ମଙ୍ଗଳବାର ସକାଳେ ଝେଲମ ନଦୀରେ ଏକ ଡଙ୍ଗା ଓଲଟିପଡିଛି, ଯେଉଁଥିରେ 8ଜଣ ବୟସ୍କ ଓ 7ଜଣ ବିଦ୍ୟାର୍ଥୀ ଥିଲେ । ଏହି ଦୁର୍ଘଟଣାରେ 6ଜଣ ଲେକାଙ୍କ ମୃତ୍ୟୁ ହୋଇଛି ଏବଂ 6ଜଣଙ୍କୁ ଉଦ୍ଧାର ପରେ ଏସଏମଏଚଏସରେ ଭର୍ତ୍ତି କରାଯାଇଛି । ଡଙ୍ଗାରେ ପ୍ରାୟ 15ଜଣ ଲୋକ ଥିଲେ, ଏବଂ ଏଥିରୁ ଏବେ ବି ତିନିଜଣ ନିଖୋଜ ଅଛନ୍ତି ।