ଜମ୍ମୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଜମ୍ମୁରେ କହିଛନ୍ତି ଯେ, ବିଜେପି ଘାଟିରେ ପଦ୍ମ ଫୁଟିବାକୁ ଦେଖିବା ପାଇଁ ଜଲଦିରେ ନାହିଁ । ସେ କହିଛନ୍ତି ଯେ, ବିଜେପି କଶ୍ମୀରର ତିନି ଗୁରୁତ୍ୱପୂର୍ର୍ଣ ଲୋକସଭା ସିଟରେ ନିଜ ପ୍ରାର୍ଥୀ ଦେବନାହିଁ । ସେ ଯୁବକଙ୍କୁ ନ୍ୟାସନାଲ କନଫରେନ୍ସ, କଂଗ୍ରେସ ଓ ପିଡିପି ପରି ପାର୍ଟିକୁ ଭୋଟ ନଦେବାକୁ ଅପିଲ କରିଛନ୍ତି ।
ଜମ୍ମୁର ପଲୌଡା ଅଂଚଳରେ ରାଲିକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି ଯେ, ବିଜେପିକୁ ଘାଟିରେ ପଦ୍ମ ଫୁଟିବା ପାଇଁ ଦେଖିବାକୁ ଶୀଘ୍ରତା ନାହିଁ, କାରଣ ପାର୍ଟି ହୃଦୟ ଜିତିବା ପ୍ରକ୍ରିୟାରେ ରହିଛି । ଆମେ କଶ୍ମୀରର ପ୍ରତ୍ୟେକଙ୍କ ହୃଦୟ ଜିତିବାକୁ ଚାହୁଁଛୁ । ଗୃହମନ୍ତ୍ରୀ ଏନସି, ପିଡିପି ଓ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ପାର୍ଟିଗୁଡିକ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଏବଂ ଯୁବକଙ୍କ ହାତରେ ବନ୍ଧୁକ ଧରାଇବା ପାଇଁ ଦାୟୀ ଅଟନ୍ତି ।