
-
ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ, ଦ୍ୱିତୀୟ ସ୍ଥାନରେ ଓଡିଶାର ଅନିମେଶ ପ୍ରଧାନ
ଭୁବନେଶ୍ୱର, ୟୁପିଏସସି ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି । ସେହିପରି ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତୃତୀୟ ସ୍ଥାନରେ ଡି.ଅନନ୍ୟା ରେଡ୍ଡୀ , ଚତୁର୍ଥରେ ସିଦ୍ଧାର୍ଥ ରାମକୁମାର ଓ ପଂଚମରେ ରୁହାନୀ ରହିଛନ୍ତି ।
ଓଡ଼ିଶାରୁ ୨୪ ରାଙ୍କ ରେ ପ୍ରଜ୍ଞାନନ୍ଦନ ଗିରି ରହିଥିବା ବେଳେ ୩୬ ରାଙ୍କରେ ଆୟୁଷୀ ପ୍ରଧାନ ରହିଛନ୍ତି । ସେହିପରି ୫୨ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ,୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ ରହିଛନ୍ତି । ସେହିପରି ୧୧୫ ରାଙ୍କରେ ଯଶୋବନ୍ତ ମଲ୍ଲିକ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୦୪ ରାଙ୍କ ଶୁଭ୍ରା ପଣ୍ଡା ରହିଛନ୍ତି ।୨୮୦ ରାଙ୍କରେ ଅନନ୍ୟା ରଣା, ୩୦୩ ରାଙ୍କରେ ତନିଶା ମିଶ୍ର ଓ ୩୧୯ ରାଙ୍କରେ ରଶ୍ମି ପ୍ରଧାନ ରହିଛନ୍ତି । ୩୪୩ ରାଙ୍କ ବିଶ୍ୱଜିତ ପଣ୍ଡା ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୩୮୭ ରାଙ୍କରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ରାଙ୍କରେ ସନ୍ତୋଷ କୁମାର ପାତ୍ର, ୪୬୬ ରାଙ୍କରେ ସୌରଭ ଦାସଙ୍କ ସହ ୫୭୫ ରାଙ୍କରେ ରାକେଶ କୁମାର ସାହୁ ଓ ୫୮୧ ରାଙ୍କରେ ନୟନ ରଂଜନ ଦାସ ରହିଛନ୍ତି ।