ଜମ୍ମୁ, ଜମ୍ମୁ ଜିଲ୍ଲାର ପଲୌଡ଼ାରେ ମଙ୍ଗଳବାର ଏକ ଜନସଭାକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ରାଜ୍ୟରେ ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ ଯୁବକ ମାନଙ୍କ ହାତରେ ଅସ୍ତ୍ର ନୁହେଁ ଲାପଟପ୍ ଅଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଠାରେ ଜମ୍ମୁ ଆସନରୁ ଭାଜପାର ପ୍ରାର୍ଥୀ ଯୁଗଳ କିଶୋର ଶର୍ମାଙ୍କ ସପକ୍ଷରେ ପ୍ରଚାର ପାଇଁ ପହଂଚିଛନ୍ତି । ଏହି ଅବସରରେ ଭାଜପା ନେତାମାନେ ଡୋଗରି ପଗଡ଼ି ପିନ୍ଧାଇ ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ଶାହ କହିଥିଲେ ଯେ, ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପୂର୍ବରୁ ରାଜ୍ୟର ଯୁବକ ମାନଙ୍କ ହାତରେ ବମ୍, ବନ୍ଧୁକ ଥିଲା । ସମୟ ବଦଳିଛି, ଏବେ ସେହି ଯୁବକ ମାନଙ୍କ ହାତରେ ଲାପଟପ୍ ଅଛି । ରାଜ୍ୟରେ ବର୍ତମାନ ଆତଙ୍କବାଦ ଶେଷ ନିଶ୍ଵାସ ନେଉଛି ।