ଭୁବନେଶ୍ଵର, ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୩୪ ଡ଼ିଗ୍ରୀ ଉପରେ ରହିଛି । ବାଲେଶ୍ଵରରେ ସର୍ବାଧିକ ୪୦.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।
ସେହିପରି ଭୁବନେଶ୍ଵରରେ ୩୯.୬ ଡ଼ିଗ୍ରୀ, ଝାରସୁଗୁଡ଼ାରେ ୩୯.୫ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୧ ଡ଼ିଗ୍ରୀ, କେନ୍ଦୁଝରରେ ୩୯ ଡ଼ିଗ୍ରୀ, ରାଉରକେଲାରେ ୩୭ ଡ଼ିଗ୍ରୀ, ସମ୍ବଲପୁରରେ ୩୭ ଡ଼ିଗ୍ରୀ, ହୀରାକୁଦରେ ୩୬.୮ ଡ଼ିଗ୍ରୀ, ଗୋପାଳପୁରରେ ୩୫.୪ ଡ଼ିଗ୍ରୀ, ପୁରୀରେ ୩୪.୨ ଡ଼ିଗ୍ରୀ ଏବଂ ପାରାଦୀପରେ ୩୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
ଅନ୍ୟପକ୍ଷରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।