ଚମ୍ପୁଆ, ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିବା ଜଣେ ବ୍ୟକ୍ତି ଚିକିତ୍ସିତ ହେବା ପୂର୍ବରୁ ମୃତ୍ଯୁବରଣ କରିଥିବା ଜଣା ପଡିଛି। ମିଳିଥିବା ଖବର ଅନୁସାରେ, ଆଜି ସକାଳ ପ୍ରାୟ ଦଶଟା ସମୟରେ ଜଣେ ବ୍ୟକ୍ତି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସିତ ହେବା ପାଇଁ ଆସି ଥିବାବେଳେ ଡାକ୍ତରଙ୍କ ପରାମର୍ଶ ନେବା ପୂର୍ବରୁ ମୃତ୍ୟୁ ବରଣ କରିଛି। ମୃତ ବ୍ୟକ୍ତିଙ୍କ ନାମ ସକରୁଲା ଖାନ୍ ଘର ରାଜସ୍ଥାନ ଭରତପୁର ଜିଲ୍ଲାର ଜଲାଲପୁର ବୋଲି ଜଣାପଡିଛି। ସେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ତେବେ ଆଜି ସେ ରିମୁଳି ନୋ ଏଣ୍ଟ୍ରିରେ ଗାଡି ଛାଡି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସିତ ହେବା ପାଇଁ ଆସିଥିବା ବେଳେ ଡାକ୍ତରଖାନା ପରିସରରେ ହଠାତ ପଡି ଯାଇଥିଲେ। ସଙ୍ଗେ ସଙ୍ଗେ ଡାକ୍ତରଖାନା କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ଖବର ପାଇ ଚମ୍ପୁଆ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।
Related Stories
November 22, 2024