ସୁବର୍ଣ୍ଣପୁର– ଗତକାଲି ସନ୍ଧ୍ୟାରେ ସୋନପୁର ତଥା ବୌଦ୍ଧ ଅଞ୍ଚଳର ପରିଚିତ ତଥା ଗ୍ରାମାଞ୍ଚଳର ଯୁବ ସାମ୍ବାଦିକ ଉଗ୍ରସେନ କର୍ମୀଙ୍କ ପିତା ଦାମୋଦର କର୍ମୀଙ୍କ ସୋନପୁର ନିକଟସ୍ଥ ଅର୍ଜ୍ଜୁନପୁରସ୍ଥିତ ବାସଭବନରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ଶ୍ରୀ କର୍ମୀଙ୍କୁ ୭୨ ବର୍ଷ ବୟସ ହୋଇଥିବା ବେଳେ କିଛି ଦିନ ପୂର୍ବରୁ ସେ ଅସୁସ୍ଥ ଥିଲେ। ସ୍ଵର୍ଗତ କର୍ମୀ ଜଣେ ସରଳ, ଅମାୟିକ ଓ ଧର୍ମ ପରାୟଣ ବ୍ୟକ୍ତିତ୍ବ ଥିଲେ। ମୃତ୍ୟୁ ସମୟରେ ଶ୍ରୀ କର୍ମୀଙ୍କ ଧର୍ମ ପତ୍ନୀ ସରୋଜିନୀ କର୍ମୀ ବଡ଼ ପୁତ୍ର ସାମ୍ବାଦିକ ଉଗ୍ରସେନ କର୍ମୀ ସାନ ପୁଅ ସଦାନନ୍ଦ, ପାଞ୍ଚ ଝିଅ ଓ ଜ୍ଵାଇଁ, ନାତି ନାତୁଣୀ, ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ।
ଏହି ଖବର ପାଇ ସୋନପୁର ଅଞ୍ଚଳର କିଛି ସାମ୍ବାଦିକ ଓ ବୁଦ୍ଧିଜୀବୀ ପହଞ୍ଚି ସ୍ଵର୍ଗୀୟ କର୍ମୀଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବେଳେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ଯ ସଭାପତି ଶଶି ଭୂଷଣ ପ୍ରହରାଜ, ସୋନପୁର ଶାଖା ସଭାପତି ମନୋରଂଜନ ତ୍ରୀପାଠୀ, ବରିଷ୍ଠ ସାମ୍ବାଦିକ ଗୋରେଖ୍ ନାଥ ସାହୁ, ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ପଶ୍ଚିମ ଓଡିଶା ବାର୍ତ୍ତା ର ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଗାଁ ସ୍ମଶାନ ଘାଟ ( ଖଲିଆମୁଣ୍ଡା ) ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା।