-
ବିହାରର ଗୟା ଓ ପୁର୍ଣିୟାରେ ଆୟୋଜିତ ବିଶାଳ ଜନସଭାରେ ପିଏମ ମୋଦିଙ୍କ ସମ୍ବୋଧନ
ନୂଆଦିଲ୍ଲୀ/ଗୟା /ପୂର୍ଣିଆ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ଦିନ ବିହାରର ଗୟା ଓ ପୁର୍ଣିଆ ଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ବିହାରର ଜନସାଧାରଣଙ୍କ ପ୍ରଦେଶର ପ୍ରତ୍ୟେକ ସିଟ ଉପରେ ବିପୁଳ ଭୋଟରେ ଏନଡିଏକୁ ବିଜୟୀ କରିବାକୁ ଆହ୍ୱାନ କରିଛନ୍ତି । ଗୟାର ଜନସଭାରେ ମଂଚରେ ହିନ୍ଦୁସ୍ତାନ ଆୱାମ ମୋର୍ଚାର ସଭାପତି ତଥା ଗୟାରୁ ଏନଡିଏ ପ୍ରାର୍ଥୀ ତେନ ରାମ ମାଂଝି, ଲୋକ ଜନଶକ୍ତି (ପାରସ )ଗୋଷ୍ଠୀର ସଭାପତି ପଶୁପତିନାଥ ପାରସ, ବିହାରର ଉପ ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା, ବରିଷ୍ଠ ନେତା ଡ. ପ୍ରେମ କୁମାର ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସେହିପରି ପୂର୍ଣିୟାରେ ଜନସଭାରେ ଏନଡିଏ ପ୍ରତ୍ୟାଶୀ ସନ୍ତୋଷ କୁଶବାହା (ଜେଡିୟୁ) କଟିହାରରୁ ଏନଡିଏ ସାଂସଦ ଦୁଲାଲ ଚନ୍ଦ୍ର ଗୋସ୍ୱାମୀ (ଜେ଼ଡିୟୁ), ଜେଡିୟୁର ରାଜ୍ୟସଭା ସାଂସଦ ସଂଜୟ ଝା, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରକେଶ୍ୱର ପ୍ରସାଦ ସମେତ ଅନେକ ବରିଷ୍ଠ ପାର୍ଟି ପଦାଧିକାରୀ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗୟା ହେଉଛି ସେହି ଭୂମି ଯାହା ମଗଧର ଐଶର୍ଯ୍ୟ ଓ ବିହାରର ବୈଭବକୁ ଦେଖିଛି । ଶତାବ୍ଦୀ ଶତାବ୍ଦୀ ପରେ ଭାରତ ଓ ବିହାର ପ୍ରାଚୀନ ଗୌରବକୁ ପୁଣି ଥରେ ପ୍ରାପ୍ତ କରିବା ଦିଗରେ ଅଗ୍ରସର ହେଉଛି । ଏହି ନିର୍ବାଚନ ବିକଶିତ ବିହାରର ସକଳ୍ପର ନିର୍ବାଚନ ଅଟେ । ଗୟାକ ମାଟିରେ ଆସିଥିବା ଏହି ଜନ ସମୁଦ୍ର ସ୍ପଷ୍ଟ କରୁଛି ଯେ ଆଗାମୀ ଚାରି ଜୁନ ତାରିଖ ଦିନ ଏନଡିଏର 4 ଶହ ପାର ହେବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ହିଁ ଭାରତୀୟ ଜନତା ପାର୍ଟି ତାର ସଂକଳ୍ପ ପତ୍ର ଜାରି କରିଛି । ପ୍ରଥମ ଥର ପାଇଁ ଏପରି ହୋଇଛି ଯେ କୌଣସି ଦଳର ସଂକଳ୍ପ ପତ୍ରକୁ ଗ୍ୟାରେଂଟି କାର୍ଡ ବୋଲି କୁହା ଯାଉଛି । ଗତ ଦଶ ବର୍ଷ ମଧ୍ୟରେ ଦେଶରେ ଆମେ ଦେଖିଛୁ ଯେ ମୋଦୀର ଗ୍ୟାରେଂଟି ଅର୍ଥାତ ଗ୍ୟାରେଂଟି ପୂରା ହେବାର ଗ୍ୟାରେଂଟି ଅଟେ ।
ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ପ୍ରଥମ ରାଷ୍ଟ୍ରପତି ଡା ରାଜେନ୍ଦ୍ର ପ୍ରସାଦ ଓ ବାବା ସାହେବ ଭୀମରାଓ ଆମ୍ବେଡକରଙ୍କ ଦ୍ୱାରା ଦିଆଯାଇଥିବା ସମ୍ବିଧାନ ଯଦି ନ ଥାନ୍ତା ତେବେ ପଛୁଆ ପରିବାରରେ ଜନ୍ମ ଗ୍ରହଣ କରିଥିବା ଗରୀବର ପୁଅ ଆଜି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରି ନ ଥାନ୍ତା । ଭାରତ ଦେଶ ଅନେକ ଭାଷା, ରୀତି ନୀତି, ପରିଧାନ ଓ ବନଶୈଳୀ ସହିତ ବିବିଧତାରେ ଭର୍ତି ହୋଇ ରହିଛି ଓ ପ୍ରତ୍ୟେକ ପ୍ରକାର ପଥ ସଂପ୍ରଦାୟର ଦେଶ । ଏପରି ସ୍ଥଳେ ଦେଶର ଉଜ୍ୱଳ ଭବିଷ୍ୟତ ପାଇଁ ଏକ ମାତ୍ର ପବିତ୍ର ବ୍ୟବସ୍ଥା ଦେଶର ସମ୍ବିଧାନ ଅଟେ ।
ସମ୍ବିଧାନ ପ୍ରଣେତାଙ୍କ ସ୍ୱପ୍ନ ଥିଲା ଯେ, ଭାରତ ସମୃଦ୍ଧ ହେଉ, କିନ୍ତୁ ଦଶନ୍ଧି ଧରି ଦେଶକୁ ଶାସନ କରୁଥିବା କଂଗ୍ରେସ ସୁଯୋଗ ଓ ଦେଶର ସମୟକୁ ହରାଇଛି କିନ୍ତୁ ଆପଣ ସମସ୍ତଙ୍କ ମୋଦି 25କୋଟି ଦେଶବାସୀଙ୍କୁ ଦାରିଦ୍ରତାରୁ ମୁକ୍ତ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ନିଶାନା ସାଧି କହିଛନ୍ତି ଯେ, କଂଗ୍ରେସ ଓ ତାର ସହଯୋଗୀମାନେ ଦଶନ୍ଧି ଧରି ଗରିବଙ୍କୁ ଘର, ରୁଟିର ସ୍ୱପ୍ନ ଦେଖାଇଛନ୍ତି କିନ୍ତୁ 4କୋଟି ଗରିବଙ୍କ ପକ୍କା ଘର ଏନଡିଏ ସରକାର ଦେଇଛି । ଦଳିତ, ପଛୁଆ ଓ ଆଦିବାସୀଙ୍କ ନାଁରେ କଂଗ୍ରେସ ଓ ରାଜଦ କେବଳ ନିଜର ରାଜନୈତିକ ସ୍ୱାର୍ଥ ସାଧନ କରିଛନ୍ତି, ଯେତେବେଳେ ଦଳିତ, ପଛୁଆ ଓ ବଂଚିତଙ୍କୁ ଅଧିକାର ଓ ସମ୍ମାନପୂର୍ଣ୍ଣ ବନ ଏନଡିଏ ଦେଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଗାମୀ 5ବର୍ଷ ଯାଏ ମୋଦିର ଗ୍ୟାରେଂଟି କାର୍ଡ ଅପଡେଟ ହୋଇଯାଇଛି । ଗରିବଙ୍କ ପାଇଁ 3କୋଟି ପକ୍କା ଘର ନିର୍ମାଣ କରାଯିବ, ନିଶୁଳ୍କ ରାସନ ମିଳିବ, 70ବର୍ଷ ବୟସ ଉପରକୁ ପ୍ରତି ବ୍ୟକ୍ତିକୁ 5ଲକ୍ଷ ଯାଏ ନିଶୁଳ୍କ ସ୍ୱାସ୍ଥ୍ୟସେବା ମିଳିବ, କିଷାନ ସମ୍ମାନ ନିଧି ଆଗକୁ ବି ଜାରି ରହିବ, ଏହା ମୋଦିର ଗ୍ୟାରେଂଟି ଅଟେ । ବିଜେପିର ସଂକଳ୍ପ ପତ୍ରରେ ସମାଜର ପ୍ରତିବର୍ଗ ଓ କ୍ଷେତ୍ର ପାଇଁ ବିକାଶର ମଜବୁତ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ଗୟାରେ ଡୋବି ଅଂଚଳର ଫଟୋ ବି ଶିଳ୍ପ କରିଡରରେ ବଦଳିବାକୁ ଯାଉଛି, ଯାହାପରେ ଏଠାରେ ଯୁବବର୍ଗଙ୍କୁ ରୋଜଗାର ପାଇଁ ବାହାରକୁ ଯିବାକୁ ପଡିବନାହିଁ । ଗତ 10ବର୍ଷରେ ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏକ କ୍ରାନ୍ତିର ଆରମ୍ଭ ହୋଇଛି, ଯାହାର ଆଲୋଚନା କମ୍ ହେଉଛି । ଦେଶର 10କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଡି ହୋଇଛନ୍ତି, ଯାହାଦ୍ୱାରେ ବିହାରର 1.25 କୋଟି ଭଉଣୀ ଓ ଗୟାର 5.25 ଲକ୍ଷ ଭଉଣୀ ସାମିଲ ଅଛନ୍ତି । କଂଗ୍ରେସ ସରକାରରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ବିହାରରେ 150କୋଟିରୁ ବି କମ୍ ସହାୟତା ପ୍ରଦାନ କରାଯାଉଥିଲା, କିନ୍ତୁ ଏନଡିଏ ସରକାରର କାର୍ଯ୍ୟକାଳରେ 40ହଜାର କୋଟିରୁ ଅଧିକ ସହାୟତା ମିଳିଛି । ଏହି ଉଦ୍ୟମ ଯୋଗୁ କେବଳ ବିହାରରେ 12ଲକ୍ଷରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି । ଏବେ ବିଜେପି ଦେଶର 3କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବାର ଅଭିଯାନ ଆରମ୍ଭ କରିଛି, ଯାହାର ବଡ ଲାଭ ବିହାରର ମହିଳାଙ୍କୁ ମିଳିବ ।
ଶ୍ରୀ ମୋଦି କହିଛନ୍ତି ଯେ, ବିଜେପିର ଏଜେଣ୍ଡାରେ ବିକାଶ ବି ରହିଛି, ଐତିହ୍ୟ ବି ରହିଛି । ଗୟାର ଉତ୍ତର କୋଏଲ ପ୍ରକଳ୍ପ ଦୀର୍ଘ ସମୟରୁ ଝୁଲିରହିଥିଲା, କିନ୍ତୁ ଏନଡିଏ ସରକାରର କାର୍ଯ୍ୟକାଳରେ ଏହାକୁ ଲାଇନକୁ ଅଣାଗଲା । ଏହି ପ୍ରକଳ୍ପ ପୂରଣ ହେବା ଦ୍ୱାରା ଗୟା ଓ ଔରଙ୍ଗାବାଦର ଚାଷୀଙ୍କୁ ଜଳସେଚନର ସୁବିଧା ମିଳିବ । ଏନଡିଏ ସରକାରରେ ପ୍ରସାଦ ଯୋଜନା ଅନ୍ତର୍ଗତ ଦେଶର 12 ପୁରାତନ ଐତିହାସିକ ଐତିହ୍ୟରେ ଗୟାକୁ ବି ସାମିଲ କରାଯାଇଛି । ଗୟା ପିତୃ ଶ୍ରାଦ୍ଧ ସ୍ଥଳ ଅଟେ, ଯେଉଁଠାରେ ଭଗବାନ ବୁଦ୍ଧଙ୍କୁ ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲା । ବହୁତ କମ୍ ଲୋକ ଜାଣନ୍ତି ଯେ, ଗୁଜରାଟର ପାଟନ ଜିଲ୍ଲାରେ ସିଦ୍ଦପୁରକୁ ମାତୃ ଶ୍ରାଦ୍ଧ ସ୍ଥଳ ଭାବେ ଗ୍ରହଣ କରାଯାଏ ଓ ପାଟନକୁ ମାତୃ ଗୟା ବି କୁହାଯାଏ । ବିହାରରେ ପିତୃ ଗୟା ଓ ଗୁଜରାଟରେ ମାତୃ ଗୟା ରହିଛି । ମୋଦି ସରକାର ଦେଶର ସମସ୍ତ ସ୍ଥଳୀର ବିକାଶ ପାଇଁ ପ୍ରତିବଦ୍ଧ ଅଟନ୍ତି । ବିଜେପି ନିଜ ସଂକଳ୍ପ ପତ୍ରରେ ବି ଭାରତର ଐତିହ୍ୟକୁ ବିଶ୍ୱ ଐତିହ୍ୟ ମ୍ୟାପରେ ସ୍ଥାନିତ କରିବା ପାଇଁ ସଂକଳ୍ପ କରିଛି, ଯାହାଦ୍ୱାରା ଗୟାକୁ ବି ଏକ ନୂଆ ଶିଖରକୁ ନିଆଯିବ । ଏହି ପଦକ୍ଷେପ ଯୋଗୁ ବହୁ ସଂଖ୍ୟାରେ ବିଶ୍ୱର ପର୍ଯ୍ୟଟକ ଭାରତ ଆସିବେ ଏବଂ ଏହି ପର୍ଯ୍ୟଟନର ଲାଭ ପୂରା ଭାରତର ପର୍ଯ୍ୟଟନସ୍ଥଳୀକୁ ମିଳିବ । ଏହା ବ୍ୟତୀତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ମୋଦି ସରକାର ଦ୍ରୁତ ଗତିରେ ଗୟାର ବିକାଶ କରିଛନ୍ତି । ଅମୃତ ଷ୍ଟେସନ ଯୋଜନା ଅଧୀନରେ ଗୟା ରେଲୱେ ଷ୍ଟେସନର କାୟାକଳ୍ପ କରାଯାଉଛି । ଲୋକଙ୍କୁ ଉତ୍ସାହ ହିଁ ଆଜି ମୋଦି ସରକାରର ବିକାଶର ପ୍ରତିବିମ୍ବ ପାଲଟିଯାଇଛି । କିନ୍ତୁ ଏବେ ଯାଏ ଯେଉଁ ବିକାଶ ହୋଇଛି, ତାହା ମାତ୍ର ଟ୍ରେଲର, ଏବେ ଦେଶକୁ ବହୁତ ଆଗକୁ ଯିବାକୁ ଅଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ଦଳର ନୁହେଁ, ଦେଶର ନିର୍ବାଚନ ଅଟେ । ଗୋଟିଏ ପଟେ ଦେଶର ସଂସ୍କୃତି ଉପରେ ଗର୍ବ କରୁଥିବା ଏନଡିଏମ ମେଂଟ ଅଛି, ଅନ୍ୟପଟେ ଦେଶର ଆସ୍ଥାକୁ ତଳକୁ ଦେଖାଉଥିବା ଲୋକ ଅଛନ୍ତି । କାଲି ବୁଧବାର ରାମନବମୀର ପବିତ୍ର ପର୍ବ ଅଟେ, ସୂର୍ଯ୍ୟଙ୍କ କିରଣ କାଲି ଅଯୋଧ୍ୟାରେ ରାମଲଲାଙ୍କ ମସ୍ତକର ବିଶେଷାଭିଷେକ କରିବ । କିନ୍ତୁ ଅହଂକାରୀ ମେଂଟର ନେତାଙ୍କୁ ରାମମନ୍ଦିରକୁ ବି ନେଇ ଚିନ୍ତା ହେଉଛି । ଭଗବାନ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିବା ଲୋକେ ଆଜି ରାମମନ୍ଦିର ପାଇଁ ଅପିତ୍ର ଭାଷା ପ୍ରୟୋଗ କରିବା ଯାଏ ତଳ ସ୍ତରକୁ ଖସିଆସୁଛନ୍ତି । ଅହଂକାରୀ ମେଂଟର ନେତାର ଏକ ଗୋଷ୍ଠୀ ତୁଷ୍ଟିକରଣ ପାଇଁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ଆମର ଦେଶର ସଂସ୍କାର ଓ ପରମ୍ପରା ନୁହେଁ । ଏହି ଅହଂକାରୀ ମେଂଟର ଜଣେ ନେତା ତଥା କଂଗ୍ରେସର ଯୁବରାଜ ଖୋଲାଖୋଲି ହିନ୍ଦୁଧର୍ମର ଶକ୍ତିର ବିନାଶ କରିବାକୁ ଧମକ ଦେଉଛନ୍ତି । ଆଜି ନବରାତ୍ରୀର ପବିତ୍ର ପର୍ବ ଅଟେ ଓ ଭାରତ ଶକ୍ତିର ଉପାସକ ଅଟେ, ଏହି ଶକ୍ତିର କେହି ବିନାଶ କରିପାରିବେ ନାହିଁ । ଶକ୍ତିର ବିନାଶ ପାଇଁ ବାହାରି ଥିବା ଲୋକର ବିନାଶ ହେବା ନିଶ୍ଚିତ ଅଟେ । ଏହି ମେଂଟର ଅନ୍ୟ ସହଯୋଗୀ ସନାତନ ଧର୍ମକୁ ଡେଙ୍ଗୁ ମେଲେରିଆର ସଂଜ୍ଞା ଦେଇଥାନ୍ତି । ଏହା ସନାତନ ଧର୍ମ, ଆମ ସାଧୁସନ୍ଥ ଓ ପୂର୍ବପୂରୁଷଙ୍କ ଅପମାନ ଅଟେ । ଇଂଡି ମେଂଟ ଗୋଟିଏ ବି ସିଟ୍ ଜିତିବା ପାଇଁ ଯୋଗ୍ୟ ନୁହେଁ । ଅହଂକାରୀ ମେଂଟ ନିକଟରେ କୌଣସି ଦୂରଦୃଷ୍ଟି ନାହିଁ କିମ୍ବା କୌଣସି ବିଶ୍ୱାସ ନାହିଁ । ବିହାରରେ ଇଂଡି ମେଂଟର ଦଳ ଶ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟକୁ ଦେଖାଇ ଭୋଟ ମାଗୁଛନ୍ତି ଏବଂ ଶ୍ରୀ ନୀତୀଶ ଏବଂ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟର କ୍ରେଡିଟ୍ ଖାତା ରହିଛି । ରାଜଦ ବର୍ଷ ବର୍ଷ ଧରି ବିହାରରେ ଶାସନ କରିବା ସତ୍ତ୍ୱେ ବି ନିଜ କାର୍ଯ୍ୟ ଉପରେ ଆଲୋଚନା କରିବାକୁ ଅକ୍ଷମ ଅଟେ । ବିହାରରେ ଜଙ୍ଗଲରାଜର ସବୁଠୁ ବଡ ଚେହେରା, ଦୁର୍ନୀତିର ଅନ୍ୟନାମ ଓ ବରବାଦର ସବୁଠୁ ବଡ ଦୋଷୀ ରାଜଦ ଅଟେ ।
ଶ୍ରୀ ମୋଦି କହିଛନ୍ତି ଯେ, ରାଜଦ ବିହାରକୁ କେବଳ ଜଙ୍ଗଲରାଜ ଓ ଦୁର୍ନୀତି ହିଁ ଦେଇଛନ୍ତି । ରାଜଦ ଶାସନ କାଳରେ ବିହାରରେ ଅପହରଣ ଏକ ଉଦ୍ୟୋଗ ପାଲଟିଯାଇଥିଲା, ମହିଳାମାନେ ଘରୁ ବାହାରକୁ ବାହାରି ପାରୁନଥିଲେ ଏବଂ ଗୟା ପରି ଅନେକ ଅଂଚଳ ନକ୍ସଲ ହିଂସାର ନିଆଁରେ ଜଳୁଥିଲେ । ରାଜଦ ବିହାରର ଅନେକ ପରିବାରକୁ ସ୍ଥାନାନ୍ତର ପାଇଁ ବାଧ୍ୟ କରିଦେଇଥିଲା । ଇଂଡି ମେଂଟର ଦଳ ଆଜି ଲୁଟର ଏହି ଖେଳ ଦେଶ ସହିତ ଖେଳିବାକୁ ଚାହୁଁଛି । ଏମାନଙ୍କ ବିରୁଦ୍ଧରେ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ଏହି ଦଳ ମୋଦି ବିରୁଦ୍ଧରେ ଏକାଠି ହୋଇଯାନ୍ତି । ମୋଦି କୁହେଁ, ଦୁର୍ନୀତି ହଟାଅ, ଏମାନେ କୁହନ୍ତି ଦୁର୍ନୀତିଗ୍ରସ୍ତକୁ ବଂଚାଅ । ଇଂଡି ମେଂଟର ନେତାଙ୍କୁ ଲାଗେ ଯେ, ବିହାରର ଲୋକେ ଏମାନଙ୍କ କଥାରେ ଆସିବେ । ସ୍ମାର୍ଟ ଫୋନ ଯୁଗରେ ବିହାରର ଯୁବକଙ୍କୁ ବି ଏହି ଜଙ୍ଗଲରାଜ ନେତାଙ୍କ ସହ ଯିବେ ନାହିଁ । ଲାଲଟେନ ଯୁଗର ଲୋକେ ଲୋକଙ୍କୁ ଆଧୁନିକରେ ଯିବାକୁ ଦେବେ ନାହିଁ । ରାଜଦର ଶାସନ ଥାନ୍ତା ତେବେ ବିହାରରେ ଯୁବକ ନିଜ ମୋବାଇଲ ଚାର୍ଜ ବି କରିପାରନ୍ତେନାହିଁ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ପୂରା ବିଶ୍ୱ ଅସ୍ଥିରତା ଦେଇ ଗତି କରୁଛି, ଏଥିପାଇଁ ଦେଶକୁ ସ୍ଥିର ଓ ମଜବୁତ ସରକାରର ଆବଶ୍ୟକତା ରହିଛି । ଏଥିପାଇଁ ପୂରା ଦେଶରେ ଏନଡିଏକୁ ବିପୁଳ ବହୁମତରେ ବିଜୟୀ ହେବା ଆବଶ୍ୟକ ଅଟେ । ସମ୍ବିଧାନକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଲୋକେ ଗତ 3ଦଶନ୍ଧିରୁ ଲୋକଙ୍କୁ ଡରାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ବିକୃତ କଥା ପ୍ରଚଳିତ କରିଛନ୍ତି ।
ଭାଜପା ଓ ଆରଏସଏସ୍ ଶାସନକୁ ଆସିବା ପରେ ଦେଶର ଜଳ ଉଠିବାର କଥା କୁହାଯାଉଥିଲା କିନ୍ତୁ ଆଜି ଭାଜପା ଗତ ୩୦ ବର୍ଷରୁ ଦେଶର ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ରରେ ସରକାର ଚଳାଉଛି ଏବଂ ଦେଶରେ ସବୁଠୁ ଅଧିକ ଶାନ୍ତି ଭାଜପା ସରକାରରେ ହିଁ ଅଛି । ବିରୋଧୀ ନେତା କହୁଥିଲେ ଯେ ଭାଜପା ଶାସନରେ ଆସିବା ପରେ ସଂଖ୍ୟାଲଘୁମାନଙ୍କୁ ଦେଶ ଛାଡି ପଳେଇବାକୁ ହେବ, ଆଜି ଭାଜପା ଶାସନରେ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ପୂର୍ଣ୍ଣ ଦେଶ ସହିତ ମିଶି କରି ଚାଲୁଛନ୍ତି ଏବଂ ସମସ୍ତ ଯୋଜନାର ଲାଭ ନେବା ସହ ପ୍ରଗତି କରୁଛନ୍ତି । ପୂର୍ବରୁ କୁହାଯାଉଥିଲା ଯେ ଭାଜପା ଗ୍ରଗତିଶୀଳ ନୁହେଁ କିନ୍ତୁ ଭାଜପା ଚନ୍ଦ୍ରକୁ ଚନ୍ଦ୍ରୟାନ ପଠାଇ ନିଜ ପ୍ରଗତିର ପତାକା ଉଡାଇ ଦେଖାଇଦେଲା ।
ଶ୍ରୀ ମୋଦୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଏବେ ବିରୋଧୀ ଭାଜପା ସମ୍ବିଧାନ ପରିବର୍ତ୍ତନ କରିଦେବ ବୋଲି ମିଛ ପ୍ରଚାର କରୁଛି କିନ୍ତୁ ସତ ହେଉଛି ଯେ ମୋଦୀ କଣ ସ୍ୱଂୟ ବାବା ସାହେବ ଆମ୍ବେଦକର ମଧ୍ୟ ସମ୍ବିଧାନକୁ ବଦଳାଇପାରିବେ ନାହିଁ । ସନାତନକୁ ଗାଳି ଦେଉଥିବା ଲୋକଙ୍କ ଜଣାଥିବା ଆବଶ୍ୟକ ଯେ ଦେଶକୁ ଶକ୍ତି ଦେଉଥିବା ଏହି ସମ୍ବିଧାନକୁ ତିଆରି କରିଥିବା ସମ୍ବିଧାନ ସଭାରେ୮୦ ପ୍ରତିଶତରୁ ଅଧିକ ସଦସ୍ୟ ସନାତନୀ ଥିଲେ । ସେହି ସନାତନୀମାନେ ଏହି ଉତ୍ତମ ସମ୍ବିଧାନ ତିଆରି କରିବା ପାଇଁ ବାବା ସାହେବ ଆମ୍ବେଦକରଙ୍କ ସାଥ ଦେଇଥିଲେ । ଦେଶର ସ୍ୱାଧୀନତା ପରେ ସମ୍ବିଧାନକୁ ରାଜନୈତିକ ଅସ୍ତ୍ର ରୂପରେ ପ୍ରୟୋଗ କରିବା ବଦଳରେ ଶ୍ରଦ୍ଧା ଭାବେ ଜନତାଙ୍କ ମନରେ ପ୍ରତିଷ୍ଠା କରିବାର ଆବଶ୍ୟକତା ଥିଲା । ଯିଏ ରାମାୟଣ, ମହାଭାରତ ଓ ଗୀତାରେ ବିଶ୍ୱାସ ରଖେ ସେ ଆଜିର ଯୁଗରେ ସମ୍ବିଧାନ ରେ ମଧ୍ୟ ସେତିକି ବିଶ୍ୱାସ ରଖେ । ବିରୋଧୀ ସମ୍ବିଧାନର ରାଜନୀତିକରଣ କରିବାକୁ ପ୍ରୟାସ କରିଛନ୍ତି ଏବଂ ଭାଜପା ସମ୍ବିଧାନ ପ୍ରତି ବିଶ୍ୱାସ ଜନ୍ମାଇବା ପାଇଁ ନୀରନ୍ତର ପ୍ରୟାସ କରିଛି । ଭାଜପା ସମ୍ବିଧାନ ଦିବସ ପାଳନ କରିବା ଆରମ୍ଭ କରିଛି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ସଂସଦରେ ସମ୍ବିଧାନ ଦିବସ ପାଳନ କରାଯିବାର ପ୍ରସ୍ତାବକୁ ବିରୋଧ କରିଥିଲେ । ଭାଜପା ପ୍ରତ୍ୟେକ ବିଦ୍ୟାଳୟରେ ସମ୍ବିଧାନ ପାଠ କରିବାର ପରମ୍ପରା ଆରମ୍ଭ କରିଛି । ଆଜି ସମ୍ବିଧାନ ଦିବସ ଉପରେ ସୁପ୍ରିମ କୋର୍ଟ ଦ୍ୱିଦିବସୀୟ ସେମିନାରର ଆୟୋଜନ କରୁଛି , ସଂସଦରେ ଏହା ଉପରେ ଆଲୋଚନା ହେଉଛି ଏବଂ ଭାଜପା ସମ୍ବିଧାନ ଠାରୁ ୭୫ ବର୍ଷ ପାଳନ କରିବାର ସବୁଠୁ ବଡ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିରୋଧୀଙ୍କ ପାଇଁ ସମ୍ବିଧାନ ରାଜନୀତିର ପ୍ରସଙ୍ଗ ହୋଇଥିବ କିନ୍ତୁ ଭାଜପା ପାଇଁ ସମ୍ବିଧାନ ଶ୍ରଦ୍ଧା ଓ ବିଶ୍ୱାସର କେନ୍ଦ୍ର ଅଟେ । ଭାଜପା ସମ୍ବିଧାନକୁ ମାର୍ଗଦର୍ଶକ ମାନି ନିଜ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ଦିଗରେ ଆଗକୁ ବଢୁଛି । ଭାରତର ସମ୍ବିଧାନରେ ସାମାଜିକ ନ୍ୟାୟ ଆଣିବା ଓ ମିଳିତ ସମ୍ପଦାୟର ସ୍ୱଚ୍ଛ ଭାବନା ଜାଗ୍ରତ କରିବାର ଶକ୍ତି ଅଟେ । ଭାଜପା ଦ୍ୱାରା ବାବା ସାହେବ ଆମ୍ବେଦକରଙ୍କୁ ଦିଆ ଯାଇଥିବା ସମ୍ମାନ ପରେ ବିରୋଧୀଙ୍କୁ ସମ୍ବିଧାନ ବିଷୟରେ କହିବାର କୌଣସି ଅଧିକାର ନାହିଁ । ଭାଜପା ବାବା ସାହେବ ଆମ୍ବେଦକରଙ୍କ ବନର ୫ଟି ମହତ୍ତ୍ୱପୂର୍ଣ୍ଣ ସ୍ଥାନକୁ ପଞ୍ଚ ତୀର୍ଥ କରିଛି । ଏହି ବର୍ଷ ସମ୍ବିଧାନର ୭୫ ବର୍ଷ ର ଆରମ୍ଭ ହେବ । ଯେଉଁଭଳି ସ୍ୱାଧୀନତାର ୭୫ ବର୍ଷ ଅବସରରେ ଦେଶ ଅକୃତ ମହୋତ୍ସବ ପାଳିଥିଲା ସେହିଭଳି ଏଥର ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ବାବା ସାହେବଙ୍କ ସମ୍ବିଧାନର ଭାବନା ପହଂଚିବ । ଦେଶରେ ମିଛ ପ୍ରଚାର କରୁଥିବା ଲୋକଙ୍କୁ ସବୁବେଳେ ଚୁପ୍ କରାଯାଇବାର ଆବଶ୍ୟକତା ଅଛି ଏବଂ ଏହି ଜନତାଙ୍କ ଭୋଟ୍ ଏହି ନେତାମାନଙ୍କୁ ସବୁ ଦିନ ପାଇଁ ଶାନ୍ତ କରାଇଦେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଶାସନରେ ପଡୋଶୀ ଦେଶ ସବୁ ଦିନ ଦେଶରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଏବଂ ଆମର ଯବାନ ଶହୀଦ ହେଉଥିଲେ । ସମ୍ପୂର୍ଣ୍ଣ ଦେଶରେ ରାଗରେ ଜଳୁଥିଲା କିନ୍ତୁ ସରକାର କିଛି କରୁପାରୁନଥିଲା । ଭାଜପା ସରକାର ଗଠନ ହେବା ପରେ ଭାରତୀୟ ସେନା ଘରେ ପଶି ଶତ୍ରୁ ମାନଙ୍କୁ କଡା ଜବାବ ଦେଇଛି ଏବଂ ଯେଉଁ ଦେଶ ଆମକୁ ଆଖି ଦେଖାଉଥିଲା ସେ ଆଜି ଭିକ୍ଷା ଥାଳ ଧରି ବୁଲୁଛି । ଦଶକ ଦଶକ ଧରି ଦେଶର ଜନତା କାଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ କରିବା ପାଇଁ ଦାବି କରି ଆସୁଥିଲେ । ଦଶକ ଦଶକ ଧରି ଦେଶ ଉପରେ ଶାସନ କରୁଥିବା ଏବଂ ଭାଜପାକୁ ସମ୍ବିଧାନ ନାମରେ ଗାଳି ଦେଉଥିବା ନେତାଙ୍କ ପାଖରେ ଏତିକି ମଧ୍ୟ ସାହାସ ନଥିଲା ଯେ ବାବା ସାହେବଙ୍କ ସମ୍ବିଧାନକୁ ସେମାନେ ଜାମ୍ମୁ କାଶ୍ମୀର ରେ ଲାଗୁ କରାଇଥାନ୍ତେ । କିନ୍ତୁ ମୋଦୀ ସମ୍ବିଧାନ ପାଇଁ ସମର୍ପିତ । ଭାଜପା ଧାରା ୩୭୦ ହଟାଇଲା ଏବଂ ଆଜି ଜାମ୍ମୁ କାଶ୍ମୀର ରେ ଭାରତର ସମ୍ବିଧାନ ଲାଗୁ ହୋଇଛି । ବିରୋଧୀ ନେତା କହୁଥିଲେ ଯେ ଧାରା ୩୭୦ହଟିବା ପରେ କାଶ୍ମୀରରେ ନିଆଁ ଲାଗିଯିବ କିନ୍ତୁ ଆଜି କାଶ୍ମୀର ନୁହେଁ , ଭାରତକୁ ଭାଗ ଭାଗ କରିବାର ଉଦ୍ଦେଶ୍ୟ ରଖୁଥିବା ଲୋକଙ୍କୁ ହୃଦୟରେ ନିଆଁ ଲାଗୁଛି ।
ଶ୍ରୀ ମୋଦୀ କହିଛନ୍ତି ଯେ ଭାଜପା ସରକାର ମଖାନାର ମଞ୍ଜିକୁ ବୈଶିକ ପରିଚୟ ଦେଇଛି ଓ ମକା ଉପରେ ମଧ୍ୟ ଏମଏସପି ବୃଦ୍ଧି କରିଛି । ମୋଦୀ ସରକାର ସୀମାଞ୍ଚାଳରେ ଭଲ ସଡକର ନିର୍ମାଣ କରୁଛି ଏବଂ ବହୁତ ଜଲଦି ପୂର୍ଣ୍ଣିୟାରେ ବିମାନବନ୍ଦର ମଧ୍ୟ ତିଆରି ହେବାକୁ ଯାଉଛି । ଭାଜପା ସରକାର ସୀମାଞ୍ଚଳରେ ବନ୍ଦେ ଭାରତ ଓ ଅମୃତ ଭାରତ ମେଟ୍ରୋ ଟ୍ରେନ୍ ର ଚଳାଚଳ ଆରମ୍ଭ କରିବାକୁ ଯାଉଛି । ମୋଦୀ ପାଇଁ ଜନତାଙ୍କ ସ୍ୱପ୍ନ ହିଁ ସଂକଳ୍ପ । ମୋଦୀ ସରକାର ଗାଁ , ଗରୀବ ,ଦଳିତ ବହୁ ଦିନର ସମସ୍ୟାର ସମାଧାନ କରିଛି । ମୋଦୀ ସରକାର ୪ କୋଟି ରୁ ଅଧିକ ଆବାସ ତିଆରି କରିଛି, ୫୦ କୋଟିରୁ ଅଧିକ ଜନଧନ ଖାତା ଖୋଲାଇଛି , କୋଟି କୋଟି ମହିଳାଙ୍କୁ ଉଜ୍ଜ୍ୱଳା ସିଲିଣ୍ଡର ଦେଇଛି , ୧୧ କୋଟି ପରିବାରକୁ ଟ୍ୟାପ ଯୋଗେ ପାଣି ଯୋଗାଇଛି ଏବଂ ୧୧ କୋଟି ଚାଷୀଙ୍କ ଖାତାକୁ କିଷାନ ସମ୍ମାନ ନିଧି ର ଲାଭ ପଠାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୀମାଞ୍ଚଳ ବିହାର ର ଏକ ସମ୍ବେଦନଶୀଳ ଅଞ୍ଚଳ ଅଟେ । ଭୋଟ ବ୍ୟାଙ୍କ୍ ର ରାଜନୀତି କରୁଥିବା ବିରୋଧୀ ନେତାମାନେ ପୂର୍ଣ୍ଣିୟା ଓ ସୀମାଞ୍ଚଳକୁ ଅବୈଧ ଅନୁପ୍ରବେଶ ର ଠିକଣା ବନାଇ ଏଠାକାର ସୁରକ୍ଷାକୁ ବାଜିରେ ଲଗାଇଛନ୍ତି , ଏହାର ଶୀକାର ଦଳିତ , ବଞ୍ଚିତ ଓ ପଛୁଆ ଏବଂ ଗରୀବ ଲୋକଙ୍କୁ ହେବାକୁ ପଡୁଛି । ଦଳିତ ଭାଇମାନଙ୍କ ଘରଗୁଡିକୁ ଜାଳି ଦିଆଯାଇଥିଲା କିନ୍ତୁ ଦଶର ସୁରକ୍ଷା ସହିତ ଖେଳୁଥିବା ପ୍ରତ୍ୟେକ ତତ୍ତ୍ୱ ସରକାରଙ୍କ ନଜରରେ ଅଛି ଏବଂ ୪ ଜୁନ୍ ର ପରିଣାମ ଏହି ସୀମାଞ୍ଚଳର ସୁରକ୍ଷା ନିର୍ଦ୍ଧାରଣ କରିବ ।
ଶ୍ରୀ ମୋଦୀ କହିଛନ୍ତି ଯେ ଦେଶର ଜନତା ଏହା ନିଶ୍ଚୟ କରିଛନ୍ତ ଯେ ଏଥର ଏନଡିଏକୁ ୪୦୦ ପାର୍ ସହିତ ବିଜୟୀ କରାଇବେ କାରଣ ଦେଶର ଜନତା ଭାରତକୁ ୨୦୪୭ରେ ବିକଶିତ ଦେଶ ରୂପରେ ଦେଖିବାକୁ ଚାହୁଁଛନ୍ତି । ଏହାସହ ଦେଶକୁ ଲୁଟିଥିବା ଲୋକ , ଭ୍ରଷ୍ଟାଚାରୀ ଏବଂ ସମ୍ବିଧାନ ସହିତ ଖେଳିଥିବା ଲୋକଙ୍କୁ ସଜା ଦେବା ପାଇଁ ଜନତା ଏନଡିଏକୁ୪୦୦ ପାର୍ ଦେବାକୁ ଚାହୁଁଛନ୍ତି । ଏହି ନିର୍ବାଚନ ଏନଡିଏକୁ ଜିତାଇବା ସହ ଦେଶରେ ବିନାଶର ଅଭ୍ୟାସ ରଖିଥିବା ଲୋକଙ୍କୁ ସଜା ମଧ୍ୟ ଦେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯ ଅପ୍ରେଲରେ ଯେତେ ବି ଗରମ ହେଉ , ସକାଳୁ ସକାଳୁ ଅଧିକରୁ ଅଧିକ ମତଦାନ କରି ଏନଡିଏକୁ ସବୁ ବୁଥ୍ ରେ ଜିତାଇବାର ଅଛି ଏବଂ ଗୟାର ଘର ଘର ପର୍ଯ୍ୟନ୍ତ ମୋଦୀ ଙ୍କ ପ୍ରଣାମ ଜନତାଙ୍କ ପାଖରେ ପହଞ୍ଚାଇବାର ଅଛି ।