ବଲାଙ୍ଗିର– ଗତକାଲି ଅପରାହ୍ନ ୫ ଟାରେ ସ୍ଥାନୀୟ ନୃସିଂହ ମନ୍ଦିର ପ୍ରାଙ୍ଗଣ ରେ ବଲାଙ୍ଗିର ସଂସ୍କୃତ ପରିଷଦ ବାର୍ଷିକ ଅଧିବେଶନ ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପଣ୍ଡିତ ବ୍ରଜବିହରି ତ୍ରୀପାଠୀ ବେଦପାଥ ଓ ମଙ୍ଗଲା ଚରଣ ପାଠ କରିଥଲେ। ରାଜେନ୍ଦ୍ର କଲେଜ ର ପୂର୍ବତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାଗ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସରସ୍ଵତୀ ଓ ମହାବୀର ବଜରଙ୍ଗ ବାଲି ଙ୍କ ପୂଜା ଅର୍ଚ୍ଚନା କରିଥଲେ। ସେ ଚିନ୍ତା ଚେତନା ର ମାନବୀୟ ଧର୍ମ କୁ ଆଧାର କରି ଭଗବତ ଗୀତା କୁର ନିଗୃଢ଼ ତତ୍ତ୍ଵ କୁ ଆଲୋକପାତ କରିଥଲେ। ବରିଷ୍ଟ ଆଇନଜୀବୀ ଜୟରାମ ମିଶ୍ର ବାର୍ଷିକ ବିବରଣୀ ପାଠ କରି ଅତିଥି ପରିଚୟ ପ୍ରଦାନ କରିଥଲେ। ପ୍ରବକ୍ତା ଶ୍ୟାମ ସୁନ୍ଦର ଦାଶ ହନୁମାନ ଚାଳିଶା ପାଠ କରିଥଲେ।
ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ଅଧ୍ୟାପକ କବିରାଜ ଡାକ୍ତର ଦଶରଥ ମିଶ୍ର, ଆହ୍ଲାଦ ପୁଝାରୀ, ପଣ୍ଡିତ ବ୍ରଜବିହାରି ତ୍ରିପାଠୀ ଙ୍କୁ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା। ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ଯୋଗୁଁ ଦଶରଥ ମିଶ୍ର ଆସିପରି ନଥିବା ରୁ ତାଙ୍କ ସୁପୁତ୍ର ଅରୁଣ କୁମାର ମିଶ୍ର ପିତାଙ୍କ ଏହି ସମ୍ବର୍ଧନା ଗ୍ରହଣ କରିଥଲେ। ଏହି ସାରସ୍ବତ ସମ୍ବର୍ଧନା କାର୍ଯ୍ୟରେ ସହ ସମ୍ପାଦକ ସଙ୍କୀର୍ତ୍ତନ ତ୍ରିପାଠୀ ସହଯୋଗ କରିଥିବା ବେଳେ କୋଷାଧ୍ୟକ୍ଷ ରାଜକିଶୋର ପଣ୍ଡା ସଭା ପରିଚାଳନା କରିଥିଲେ। ମଦନ ମୋହନ ରଥ ସମସ୍ତ କର୍ମକର୍ତ୍ତା, ସମ୍ମାନୀତ ପ୍ରତିଭା ତଥା ଉପସ୍ଥିତ ସଭ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଏହି ସମାବେଶରେ ପର୍ଶୁରାମ ନାୟକ, କପିଲ ପତି, ବଳିଷ୍ଟ ପଧାନ, ପୁରୁଷୋତ୍ତମ ପଣ୍ଡା, ଗିରିଜା ଶଙ୍କର ରଥ, ବିଶ୍ଵନାଥ ଶତପଥୀ, ଗୋପବନ୍ଧୁ ଶତପଥୀ, ପ୍ରସନ୍ନ କୁମାର ମିଶ୍ର, ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।