ମାଲକାନଗିରି-ପୁଲିସ୍ ଡିଜି ଅରୁଣ କୁମାର ଷଡଙ୍ଗୀ ମାଲକାନଗିରି ସ୍ବାଭିମାନ ଅଞ୍ଚଳର ସ୍ଥିତି ସମ୍ପର୍କରେ ଉଚ୍ଚସ୍ତରୀୟ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେଶନ ଦେବଦତ୍ତ ସିଂ ଡିଆଇଜି (ଗୁଇନ୍ଦା) କେବି ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା ଉପସ୍ଥିତ ଥିଲେ। ବିଏସଏଫ ଡିଆଇଜିଙ୍କ ସମେତ ମାଲକାନଗିରି ଏସପିଙ୍କୁ ନେଇ ସମୀକ୍ଷା କରାଯାଇଥିଲା। ମାଲକାନଗିରିରେ ମାଓ ସମସ୍ୟା ନାହିଁ ବୋଲି ପୁଲିସ ଡିଜି କହିଛନ୍ତି।
ସମୀକ୍ଷା ପରେ ପୁଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ଛତିଶଗଡରେ ମାଓ ସମସ୍ୟା ଲାଗି ରହିଛି। ଛତିଶଗଡ ନିର୍ବାଚନ ପରେ ମାଓବାଦୀ ଓଡିଶା ମୁହାଁ ହେବାର ଆଶଙ୍କା ରହିଛି। ତେଣୁ ମାଓ ମୁକାବିଲା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି ବୋଲି ଡିଜି ସୂଚନା ପ୍ରଦାନ କରିଛନ୍ତି।
ବୈଠକରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି ଏସପି ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ନିଜ ଗାଁରେ ସ୍ବାଭିମାନ ଅଂଚଳବାସୀ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। ସ୍ବାଭିମାନ ଅଂଚଳରେ ବୁଥ ସ୍ଥାନାନ୍ତରିକରଣ ହେବ ନାହିଁ । ସେହିପରି ହେଲିକ ପ୍ଟରରେ ପୁଲିଂ ପାର୍ଟି ଯିବେ ନାହିଁ ବୋଲି ପୁଲିସ ଡିଜି ସୂଚନା ପ୍ରଦାନ କରିଛନ୍ତି।