ଅଯୋଧ୍ୟା, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ସୋମବାର ଏକ ପ୍ରେସମିଟରେ ରାମନବମୀ ପର୍ବ ସମ୍ପର୍କରେ କିଛି ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ମଙ୍ଗଳ ଆଳତୀ ପରେ ବ୍ରହ୍ମ ମୁହୂର୍ତ୍ତରେ ଭୋର 3.30ଟା ବେଳେ ଅଭିଷେକ ଶୃଙ୍ଗାର ଏବଂ ଦର୍ଶନ ଏକସଙ୍ଗରେ ଚାଲିବ । ଶୃଙ୍ଗାର ଆରତୀ ସକାଳ 5ଟାରେ ହେବ । ଶ୍ରୀରାମଲଲାଙ୍କ ଦର୍ଶନ ଏବଂ ସମସ୍ତ ପୂଜା ବିଧି ଯଥାବତ ସହିତ ଚାଲିବ । ସେ କହିଛନ୍ତି ଯେ, ଦର୍ଶନ ସମୟ ବଢାଯାଇ 19ଘଂଟା କରାଯାଇଛି, ଯାହା ମଙ୍ଗଳ ଆରତୀରୁ ରାତି 11ଟା ଯାଏ ଚାଲିବ । ଭଗବାନଙ୍କୁ 4ଥର ଭୋଗ ଲଗାଇବା ପାଇଁ କେବଳ 5-5 ମିନିଟ ଯାଏ ପରଦା ବନ୍ଦ ରହିବ ।