ମୁରାଦାବାଦ– ସମାଜବାଦୀ ପାର୍ଟି ଧର୍ମ ଓ ଜାତି ନାମରେ ରାଜ୍ୟକୁ ବାଂଟିବାକୁ କାମ କରୁଛି । ମୁସଲିମ ବହୁଳ ଜନସଂଖ୍ୟା ବିଶିଷ୍ଟ ମୁରାଦାବାରେ ସମାଜବାଦୀ ପାର୍ଟି ମୁସଲିମ ପ୍ରାର୍ଥୀଙ୍କ ଟିକେଟ କାଟି ହିନ୍ଦୁ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ଅନ୍ୟପଟେ ବହୁଜନ ସମାଜପାର୍ଟି ମୁସଲିମ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି । ସମାଜବାଦୀ ପାର୍ଟିର ମୁସଲମାନମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ ।
ବହୁଜନ ସମାଜ ପାର୍ଟିର ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସୋମବାର ମୁରାଦାବାଦରେ ଆୟୋଜିତ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି । ସେ ମହାନଗରର ଲାଇନପାର ସ୍ଥିତ ରାମଲୀଳା ଗ୍ରାଉଣ୍ଡରେ ମୁରାଦାବାଦ ଲୋକସଭାରୁ ବହୁଜନ ସମାଜପାର୍ଟି ପ୍ରାର୍ଥୀ ଇରଫାନ ସୈଫିଙ୍କ ପକ୍ଷରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି ।