ନୂଆଦିଲ୍ଲୀ, କଂଗ୍ରେସ ପାର୍ଟି ମଧ୍ୟପ୍ରଦେଶର ଖଜୁରାହୋ ସିଟରେ ଫରୱାର୍ଡ ବ୍ଲକର ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛି । ଦଳର ମହାସଚିବ ଜୟରାମ ରମେଶ ଏକ ବୟାନ ଜାରି କରି ଏହା କହିଛନ୍ତି । କଂଗ୍ରେସ ଏହି ସିଟ ସମାଜବାଦୀ ପାର୍ଟି ପାଇଁ ଛାଡିଥିଲା, କିନ୍ତୁ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା ।
ଜୟରାମ ରମେଶ କହିଛନ୍ତି ଯେ, କଂଗ୍ରେସ ଖଜୁରାହୋ ଲୋକସଭା ସିଟ ଆଇଏନଡିଆଇଏ ଗ୍ରୁପର ସହଯୋଗ ସପା ପାଇଁ ଛାଡିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଛି ।