ମୁମ୍ବାଇ – ଫିଲ୍ମ ଅଭିନେତା ସଲମାନ ଖାନଙ୍କ ଘର ସମ୍ମୁଖରେ ହୋଇଥିବା ଫାୟାରିଂ ମାମଲାରେ ମୁମ୍ବାଇ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିଛି । ବାନ୍ଦ୍ର ପୋଲିସ ଷ୍ଟେସନର ଟିମ୍ ରବିବାର କ୍ରାଇମବ୍ରାଂଚକୁ ତଦନ୍ତ ହସ୍ତାନ୍ତର କରିଥିଲା । ମୁମ୍ବାଇ କ୍ରାଇମବ୍ରାଂଚ ଟିମ୍ ସୋମବାର ଘଟଣାସ୍ଥଳରେ ପହଂଚି ଛାନଭିନ କରିଛି । କ୍ରାଇମବ୍ରାଂଚ ସୂତ୍ର ମୁତାବକ ସଲମାନ ଖାନଙ୍କ ବାସଭବନ ଉପରେ ଫାୟାରିଂ କରିଥିବା ଦୁଇ ଅଭିଯୁକ୍ତଙ୍କ ଫଟୋ ସିସିଟିଭିରୁ ମିଳିଛି । ଏହାସହିତ ଫାୟାରିଂରେ ବ୍ୟବହାର କରାଯାଇଥିବା ବାଇକ ମଧ୍ୟ ଜବତ ହୋଇଛି । ଏହି ବାଇକ ରାୟଗଡ ଜିଲ୍ଲାର ଏବଂ ଅଭିଯୁକ୍ତମାନେ ଏହାକୁ ସେକେଣ୍ଡ ହ୍ୟାଣ୍ଡ କିଣିଥିଲେ ।