-
କେରଳର ତ୍ରିସୁର ଓ ତିରୁବନନ୍ତପୁରମ ଠାରେ ଆୟୋଜିତ ବିଶାଳ ଜନସଭାରେ ପିଏମ ମୋଦିଙ୍କ ସମ୍ବୋଧନ
ନୂଆଦିଲ୍ଲୀ , ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ଦିନ କେରଳର ଅଲାଥୁର(ତ୍ରିଶୁର) ଓ ଅଟିଙ୍ଗଲ (ତିରୁବନନ୍ତପୁରମ)ରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଓ ବିଜେପିର ପ୍ରାର୍ଥୀ ମାନଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଏହି କାର୍ଯକ୍ରମରେ କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଓ ଅଟ୍ଚିଙ୍ଗଲରୁ ବିଜେପି ପ୍ରାର୍ଥୀ ଶ୍ରୀ ବି ମୁରଲୀଧରନ, କେନ୍ଦ୍ରୀୟ ରାଷ୍ଟ୍ର ମନ୍ତ୍ରୀ ଓ ତିରୁବନନ୍ତପୁରମରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର, କୋଲ୍ଲମରୁ ବିଜେପି ପ୍ରାର୍ଥୀ ଶ୍ରୀ କୃଷ୍ଣକୁମାର, ଅଲାଥୁରରୁ ବିଜେପି ପ୍ରାର୍ଥୀ ଡ. ଟି ଏନ ସରସୋଁ, ତ୍ରିଶୁରରୁ ବିଜେପି ପ୍ରାର୍ଥୀ ସୁରେଶ ଗୋପୀ, ପୋନ୍ନାଡିରୁ ବିଜେପି ପ୍ରାର୍ଥୀ ଶ୍ରୀମତୀ ନିବେଦିତା ସୁବ୍ରମଣିୟମ, ମଲ୍ଲାପୁରମରୁ ବିଜେପି ପ୍ରାର୍ଥୀ ବିସି ଅବଦୁଲ ସଲାମ ଓ ଚଲାକୁଡିରୁ ବିଜେପି ପ୍ରାର୍ଥୀ କେ.ଏ ଉନ୍ନିକୃଷ୍ନନ ସମେତ ପାର୍ଟିର ଅନେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନସମୁଦ୍ରକୁ କେରଳର ନବ ବର୍ଷର ଶୁଭକାମନା ଦେବା ସହ ସିପିଏମ, କଂଗ୍ରେସ, ଲେଫ୍ଟ ପାର୍ଟି ମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କର ଦୁର୍ନୀତି, ଦୋମୁହାଁ ନୀତିର ବାସ୍ତବତାକୁ ଜନସାଧାରଣଙ୍କ ସମ୍ମୁଖରେ ରଖିଥିଲେ । ସେ ବିଜେପିର ସଂକଳ୍ପ ପତ୍ରର ପ୍ରମୁଖ ବିନ୍ଦୁ ଗୁଡିକର ଉଲ୍ଲେଖ କରି ପୁଣି ଥରେ ଦେଶରେ ପଦ୍ମ ଫୁଲ ଫୁଟାଇବା ପାଇଁ ଆହ୍ୱାନ କରିଥିଲେ ।
ଶ୍ରୀ ମୋଦି କହିଛନ୍ତି ଯେ, ଆଜି ଦେଶରେ ସୃଷ୍ଟି ହୋଇଥିବା ସକରାତ୍ମକ ବାତାବରଣ ବିକଶିତ ଭାରତର ସଂକଳ୍ପକୁ ନୂଆ ଉର୍ଜା ଦେଉଛି । ଦେଶର ଲୋକଙ୍କ ଏହି ବିଶାଳ ସମର୍ଥନ ଓ ପ୍ରେମ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, କେରଳର ଏହି ନବବର୍ଷ ଏକ ନୂଆ ଆରମ୍ଭ ନେଇକରିଆସୁ । ଏହି ନୂଆବର୍ଷ କେରଳର ବିକାଶ ଓ ନୂଆ ରାଜନୀତିର ଆରମ୍ଭର ବର୍ଷ ଅଟେ । ଏବେ କେରଳ ସଂସଦରେ ନିଜ ସୁଦୃଢ ପଠାଇବ । ଏଥିପାଇଁ ଆଜି କେରଳ ବି ପୁଣି ଥରେ ମୋଦି ସରକାର ନାରାରେ ଗୁଂଜରିତ ହୋଇଉଠୁଛି । କାଲି ବିଜେପି ନିଜର ସଂକଳ୍ପ ପତ୍ର ଜାରି କରିଛି । ବିଜେପିର ସଂକଳ୍ପ ପତ୍ର ଦେଶର ବିକାଶର ସଂକଳ୍ପ ପତ୍ର ଅଟେ । ବିଜେପିର ସଂକଳ୍ପ ପତ୍ରରେ ମୋଦି ଗ୍ୟାରେଂଟି ରହିଛି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେରଳରେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 3ଲକ୍ଷରୁ ଅଧିକ ଲୋକଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟ ବୀମାର ଲାଭ ମିଳିଛି ଏବଂ ଏବେ ବିଜେପି ସରକାର 70 ବର୍ଷରୁ ଅଧିକ ସମସ୍ତ ବର୍ଗର ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ପରିସରରେ ଆଣିବାକୁ ସଂକଳ୍ପ ନେଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ 3କୋଟି ନୂଆ ଆବାସ ନିର୍ମାଣ କରାଯିବ । କେରଳର ପ୍ରତି ଜନଔଷଧୀ କେନ୍ଦ୍ରରେ ଲୋକଙ୍କୁ 80 ପ୍ରତିଶତ ରିହାତିରେ ଶସ୍ତାରେ ଔଷଧ ଦିଆଯାଉଛି । ଦେଶର ଯୁବବର୍ଗଙ୍କୁ ମୁଦ୍ରା ଯୋଜନା ଅଧୀନରେ 10ଲକ୍ଷ ଟଙ୍କା ସ୍ଥାନରେ 20ଲକ୍ଷ ଟଙ୍କା ଯାଏ ଋଣ ଦିଆଯିବ । ବିଜେପି ନିକଟରେ ଆଗାମୀ ପାଂଚ ବର୍ଷ ପାଇଁ ବିକାଶ ଓ ଐତିହ୍ୟ ଦୁଇଟିର ଦୂରଦୃଷ୍ଟି ରହିଛି । ପାଲକ୍କଡ ଅଂଚଳ କେରଳର ବଡ ସାଂସ୍କୃତିକ ଅଂଚଳ ଅଟେ । କେରଳ ବହୁତ ମନ୍ଦିର, ଚର୍ଚ୍ଚ ଓ ଆସ୍ଥାର ସ୍ଥଳ ଅଟେ । ଆଗାମୀ 5ବର୍ଷ ବିଜେପି ସରକାର କେରଳର ଏହି ଐତିହ୍ୟକୁ ବିଶ୍ୱସ୍ତରରେ ପରିଚୟ ଦେବା ପାଇଁ କାମ କରିବ । କେରଳର ହାଇୱେ, ଏକ୍ସପ୍ରେସୱେ ଓ ବନ୍ଦେଭାରତ ଟ୍ରେନକୁ ନେଟୱାର୍କ ସହିତ ଯୋଡାଯିବ ।
ଶ୍ରୀ ମୋଦି କହିଛନ୍ତି ଯେ, କେରଳରେ ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗର ବହୁତ ସମ୍ଭାବନା ରହିଛି । କେରଳ ଏବେ ନିଜ ପର୍ଯ୍ୟଟନ କ୍ଷମତାର ପର୍ଯ୍ୟାପ୍ତ ଲାଭ ଉଠାଇପାରୁନାହିଁ । ଏଥିପାଇଁ ବିଜେପି ସରକାର ଆଗାମୀ 5ବର୍ଷରେ କେରଳର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରିବ । ବିକଶିତ ଭାରତର ପରିଚୟ ଆଧୁନିକ ଭିତ୍ତିଭୂମିରୁ ବି ହେବ । ଆଜି ଦେଶରେ ନୂଆ ଏକ୍ସପ୍ରେସ ୱେ ଓ ଏୟାରପୋର୍ଟ ନିର୍ମାଣ ହେଉଛି । ବିଜେପି ନିଜ ସଂକଳ୍ପ ପତ୍ରରେ ଦେଶର ଚାରି ଦିଗରେ ବୁଲେଟ ଟ୍ରେନ ଚଳାଇବାକୁ ଘୋଷଣା କରିଛି । ପଶ୍ଚିମ ଭାରତରେ ଅହମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନ କାମ ଶେଷ ହେବାକୁ ଯାଉଛି, ଏହାପରେ ବାକି ତିନି ଦିଗରେ ବି ବୁଲେଟ ଟ୍ରେନର ସଂଚାଳନ କରାଯିବ । ବୁଲେଟ ଟ୍ରେନ ଦେଶର ବିକାଶକୁ ଗତି ଦେବ ଏବଂ ରୋଜଗାରର ହଜାର ହଜାର ନୂଆ ସୁଯୋଗ ସୃଷ୍ଟି ହେବ । ଏନଡିଏ ସରକାରର ତୃତୀୟ କାର୍ଯ୍ୟକାଳରେ ଏହି ସର୍ଭେ କାମ ଶୀଘ୍ର ଆରମ୍ଭ କରାଯିବ ।
ଆଦରଣୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଲୋକସଭା ନିର୍ବାଚନ, ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବାର ନିର୍ବାଚନ ଅଟେ । କେରଳର ଲୋକମାନେ ଦେଖିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ଏନଡିଏ ସରକାର ସାରା ବିଶ୍ୱରେ ଭାରତର ବିଶ୍ୱସନୀୟତାକୁ ମଜବୁତ କରିଛି। କଂଗ୍ରେସ ସରକାର ଭାରତର ଛବି ଦୁର୍ବଳ ଦେଶ ଭାବେ କରିଦେଇଥିଲା, କିନ୍ତୁ ବିଜେପି ସରକାର ଭାରତକୁ ଏକ ମଜବୁତ ଦେଶ କରିଛି । ଆଜି ଯେତେବେଳେ କୌଣସି ଭାରତୀୟ ଗଲ୍ଫକୁ ଯାଆନ୍ତି, ସେମାନଙ୍କୁ ସମ୍ମାନରେ ଦେଖାଯାଉଛି । ଆଜିର ଭାରତ ଯୁଦ୍ଧରେ ଫସିଥିବା ନିଜ ନାଗରିକଙ୍କୁ ସକୁଶଳ ଫେରାଇ ଆଣିବାର ଶକ୍ତି ରଖିଛି । ଆଜିର ଭାରତ କରୋନା ପରି ମହାମାରୀରେ ଅନ୍ୟ ଦେଶ ଉପରେ ନିର୍ଭର କରିବା ବଦଳରେ ସ୍ୱୟଂ ସ୍ୱଦେଶୀ ତିଆରି କରି ନିଜ ଦେଶ ସହିତ ଅନ୍ୟ ଦେଶର ସହାୟତା କରିଛି । ଗତ 10 ବର୍ଷରେ ଯାହାଥିଲା ତାହା ଟ୍ରେଲର ଥିଲା, ଏବେ ଦେଶକୁ ବହୁତ ଆଗକୁ ନେଇକରି ଯିବାର ଅଛି ।
ଶ୍ରୀ ମୋଦୀ କହିଛନ୍ତି ଯେ ଏନଡିଏ ସରକାର ନାରାୟଣ ବିଚାର ଉପରେ କାମ କରୁଛି । ଲୋକ କଲ୍ୟାଣ ଓ ଗରିବ କଲ୍ୟାଣ ବିଜେପିର ପ୍ରାଥମିକତା ରହିଛି, ଏଥିପାଇଁ ଗତ 10ବର୍ଷ ଭିତରେ କେରଳକୁ 36ଲକ୍ଷ ନଳ ଯୋଗେ ଜଳ ସଂଯୋଗ ମିଳିଛି । କିନ୍ତୁ କେରଳ ସରକାର ଏହି କାର୍ଯ୍ୟକୁ ଦ୍ରୁତ ଭାବେ କରିବାକୁ ଦେଉନାହିଁ । କେରଳର ସରକାର ଦୁର୍ନୀତି ଖୋଜୁଛନ୍ତି ଏଥିପାଇଁ ରାଜ୍ୟର ଘରେ ପାନୀୟ ଜଳର ସଂକଟ ଲାଗିରହିଛି । କେରଳରେ ପାନୀୟ ଜଳ ସଂକଟ, ରାଜ୍ୟ ସରକାରଙ୍କ ବିଫଳତାର ନମୁନା ଅଟେ । ଏହା ମୋଦିର ଗ୍ୟାରେଂଟି ଯେ, ବିଜେପି ପ୍ରତି ଘରେ ନଳ ଯୋଗେ ଜଳ ପହଂଚାଯିବ, ଏଥିପାଇଁ ଲୋକଙ୍କୁ ନିଜର ଆଶୀର୍ବାଦ ବିଜେପିକୁ ଦେବାକୁ ପଡିବ, ଯାହାଦ୍ୱାରା ବିକାଶ କାର୍ଯ୍ୟକୁ ଗତି ମିଳିବ । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ କେରଳର ପ୍ରାୟ ଦେଢ କୋଟି ହିତାଧିକାରୀଙ୍କୁ ନିଶୁଳ୍କ ଖାଦ୍ୟାନ୍ନ ପ୍ରଦାନ କରାଯାଉଛି । ବିଜେପି ନିଜ ସଂକଳ୍ପ ପତ୍ରରେ ଏହି ଗ୍ୟାରେଂଟି ଦେଇଛି ଯେ, ଗରିବ କଲ୍ୟାଣ ଅନ୍ନ ଯୋଜନା ଆଗାମୀ 5ବର୍ଷ ପାଇଁ ବୃଦ୍ଧି କରାଯିବ । ଏନଡିଏ ସରକାର କେଳରେ ମତ୍ସ୍ୟପାଳନ କ୍ଲଷ୍ଟର ତିଆରି କରି, ରାଜ୍ୟର ମତ୍ସ୍ୟଜୀବୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବ ।
ଆଦରଣୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ବିଜେପି ସରକାର ସହିତ ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି । କିନ୍ତୁ ଏଲଡିଏଫ ଓ ୟୁଡିଏଫ କେରଳକୁ ପଛକୁ ଠେଲିଦେବା ପାଇଁ କାର୍ଯ୍ୟ କରୁଛନ୍ତି । ଏନଡିଏ ସରକାର ଦ୍ୱାରା କେରଳରେ କରାଯାଉଥିବା ବିକାଶ କାର୍ଯ୍ୟରେ ରାଜ୍ୟ ସରକାର ବାଧା ସୃଷ୍ଟି କରୁଛନ୍ତି । ଏହି ରାଜ୍ୟ ସରକାର ଜାତୀୟ ରାଜପଥ ପ୍ରକଳ୍ପ ବି ରୋକିବାକୁ ଚାହୁଁଛନ୍ତି । ବାମ ଦଳର ଚରିତ୍ର ଯେ, ନଥିଙ୍ଗ ଲେଫ୍ଟ, ନଥିଙ୍ଗ ରାଇଟ୍ ଅର୍ଥାତ ଯେଉଁଠି ବାମର ଶାସନ ହୋଇଥାଏ ସେଠାରେ କିଛି ବି ବାକି ନଥାଏ ଏବଂ କିଛି ବି ଠିକ୍ ନଥାଏ । ବାମଦଳ ପଶ୍ଚିମବଙ୍ଗର ଦୁଃସ୍ଥିତି କରିଥିଲା, ତ୍ରିପୁରାରେ କରସଦି ଆଣିଥିଲେ ଏବେ ଏହି କାମ କେରଳରେ ବି କରୁଛନ୍ତି ।
ଆଜି କେରଳ ଭଳି ଶାନ୍ତିପ୍ରିୟ ରାଜ୍ୟରେ ହିଂସା ଓ ଅରାଜକତା ସାଧାରଣ ହୋଇଗଲାଣି । କେରଳରେ ଖୋଲାଖୋଲି ଭାବେ ରାଜନୈତିକ ହତ୍ୟାକାଣ୍ଡ ଘଟୁଛି । ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡା ହୋଇଗଲାଣି , ସାମାଜିକ ସୌହାର୍ଦ୍ୟ ଖରାପ କରୁଥିବା ଲୋକଙ୍କୁ ସଂରକ୍ଷଣ ଦିଆଯାଉଛି । ରାଜ୍ୟରେ ଜନତାଙ୍କ ଟଙ୍କାର ଲୁଟ୍ ହେଉଛି । ରାଜ୍ୟ ସରକାର ଭ୍ରଷ୍ଟାଚାରର ନୂଆ ନୂଆ ମଡେଲ ଆଣୁଛନ୍ତି ଏବଂ ଜନତାଙ୍କ ଗୋଟିଏ ଗୋଟିଏ ଟଙ୍କା ଲୁଟିବାକୁ ଚାହୁଁଛନ୍ତି । କରୁବନ୍ନୁର କୋ-ଅପରେଟିଭ୍ ବ୍ୟାଙ୍କ୍ ସ୍କାମ୍ , ବାମପନ୍ଥୀଙ୍କ ଲୁଟ୍ ର ଏଭଳି ଉଦାହରଣ , ଯାହା ପାଇଁ ସମସ୍ତେ ଚିନ୍ତିତ । ଯେଉଁ ବ୍ୟାଙ୍କରେ ଗରୀବ ଓ ମଧ୍ୟମ ପରିବାରର ଲୋକ ନିଜର ପରିଶ୍ରମର ଆୟକୁ ଜମା କରିଥିଲେ , ତାହାକୁ ସିପିଏମ୍ ର ନେତାମାନେ କାଙ୍ଗାଳ କରିଦେଲେ । ଗରୀବଙ୍କ ବିରୋଧରେ ଏଭଳି ସନ୍ଧି ର ଉଦାହରଣ ବହୁତ କମ୍ ଦେଖିବାକୁ ମିଳେ । ଏହି ଦୁର୍ନୀତି କାରଣରୁ ହଜାର ହଜାର ପରିବାରଙ୍କ ଭବିଷ୍ୟତ ବିପଦରେ ପଡିଯାଇଛି ।
ଶ୍ରୀ ମୋଦି କହିଛନ୍ତି ଯେ ରାଜ୍ୟର ଜନତା ଆଜି ବିଳାପ କରି କହୁଛନ୍ତି ଯେ ସେମାନଙ୍କ କଠିନ ପରିଶ୍ରମର ଆୟ ବୁଡିଗଲା । ସିପିଏମ୍ ର ମୁଖ୍ୟମନ୍ତ୍ରୀ ତିନି ବର୍ଷ ହେଲା କୋ-ଅପରେଟିଭ୍ ଦୁର୍ନୀତିର ପୀଡିତଙ୍କୁ ସେମାନଙ୍କ ଟଙ୍କା ଫେରାଇବା ଏବଂ ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମିଛ କହି ଆସୁଛନ୍ତି । ଏହି ଦୁର୍ନୀତିର ଯାଂଚ ମୋଦୀ କରାଇଛି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରାୟ ୯୦ କୋଟି ଟଙ୍କାର ଅବୈଧ ସମ୍ପତି ଜବତ କରିସାରିଛି । ଭାଜପା ପୀଡିତମାନଙ୍କୁ ସେମାନଙ୍କ ଟଙ୍କା ଫେରାଇବା ପାଇଁ ଆଇନ୍ ଗତ ପ୍ରକ୍ରିୟାର ଯାଂଚ କରାଉଛି । ଭାଜପା ସରକାର ଆଗରୁ ମଧ୍ୟ ଦେଶରେ ଦୁର୍ନୀତି ପୀଡିତଙ୍କୁ ସେମାନଙ୍କ ୧୭ ହଜାର କୋଟି ଟଙ୍କା ଫେରାଇଛି । ଏଥିପାଇଁ କୋ-ଅପରେଟିଭ୍ ଦୁର୍ନୀତିର ପୀଡିତମାନଙ୍କ ଟଙ୍କା ଫେରାଇବାରେ ଭାଜପା ସରକାର ସମସ୍ତ ପ୍ରକାର ଉଦ୍ୟମ କରିବ ।
ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ଦ୍ରୁତ ଗତିରେ ଆଗକୁ ବଢୁଥିବା ଭାରତ ମଡର୍ଣ୍ଣ ଇନଫ୍ରାଷ୍ଟ୍ରକଚର ଉପରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରୁଛି । ଆଗାମୀ ସମୟରେ ଭାରତୀୟ ରେଲୱେର କାୟାକଳ୍ପ କରାଯିବ । ବନ୍ଦେ ଭାରତ ଟ୍ରେନ୍ ର ତିନୋଟି ମଡେଲ ଦେଖିବାକୁ ମିଳିବ – ବନ୍ଦେ ଭାରତ ସ୍ଲିପର, ବନ୍ଦେ ଭାରତ ଚେୟାର କାର ଓ ବନ୍ଦେ ଭାରତ ମେଟ୍ରୋ । ଆଜି କେରଳର ବହୁ ସ୍ଥାନରେ ଡ୍ରଗ୍ସର ଖୋଲା କାରବାର ବଢିବାରେ ଲାଗିଛି ଏବଂ ଡ୍ରଗ୍ସ ମାଫିଆଙ୍କୁ ସୁରକ୍ଷା ମିଳୁଛି । କେରଳର ଯୁବକ ମାନଙ୍କ ଭବିଷ୍ୟତ ଶେଷ କରାଯାଉଛି । ଆଜି କେରଳର ଚର୍ଚ୍ଚା ରାଜନୈତିକ ହିଂସା ଓ ମହିଳା ବିରୋଧୀ ଅପରାଧ ପାଇଁ ହେଉଛି । କେନ୍ଦ୍ର ସରକାର କେରଳର ରାଜ୍ୟ ସରକାରଙ୍କୁ ଯେଉଁ ଟଙ୍କା ପଠାଏ ସେହି ଟଙ୍କାକୁ କେରଳର ସରକାର ନିଜର ଋଣ ସୁଝିବାରେ ବ୍ୟବହାର କରୁଛନ୍ତି ଏବଂ ପୁଣି କେନ୍ଦ୍ର ସରକାର ଉପରେ ମିଛ ଅଭିଯୋଗ ଲଗାଇଥାନ୍ତି । ଯେଉଁଥିପାଇଁ ତାଙ୍କୁ ଉଚ୍ଚତମ ନ୍ୟାୟାଳୟଠାରୁ କଡା ଭର୍ତ୍ସନା ମିଳିଥିଲା । ସୁପ୍ରିମ୍ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ କେରଳରେ ବିତ୍ତୀୟ କୁଶାସନ ପାଇଁ ଏଠାକାର ରାଜ୍ୟ ସରକାର ହିଁ ଦାୟୀ । କଂଗ୍ରେସ ଓ ବାମ ଦଳ ଯଦି କେରଳରେ ମଜବୁତ ରୁହନ୍ତି ତେବେ ରାଜ୍ୟକୁ ବର୍ବାଦ କରିଦେବେ ।
ଶ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ କଂଗ୍ରେସର ଜଣେ ବଡ ନେତାପାଇଁ ଉତ୍ତର ପ୍ରଦେଶରେ ନିଜ ପାଇଁ ଘର ତିଆରି କରିବା ମଧ୍ୟ କଷ୍ଟକର ହୋଇପଡିଛି , ଏଥିପାଇଁ ସେ କେରଳରେ ନିଜର ନୂଆ ଠିକଣା ତିଆରି କରିଛନ୍ତି । କଂଗ୍ରେସ ନିର୍ବାଚନ ଜିତିବା ପାଇଁ ଆତଙ୍କବାଦୀ ଗତିବିଧିରେ ଲିପ୍ତ ସଂଗଠନ ସହିତ ବ୍ୟାକ୍ ଡୋରରେ ଆପୋଷ ବୁଝାମଣା କରିଛି । କଂଗ୍ରେସର ନେତା କୋ-ଅପରେଟିଭ୍ ଦୁର୍ନୀତି ବିରୋଧରେ ଗୋଟିଏ ଶବ୍ଦ ମଧ୍ୟ କହୁ ନାହାନ୍ତି । କଂଗ୍ରେସର ଯୁବରାଜ କେରଳର ଲୋକଙ୍କୁ ଭୋଟ୍ ମାଗୁଛନ୍ତି , କିନ୍ତୁ ଜନତାଙ୍କ ହିତରେ ଗୋଟିଏ ଶବ୍ଦ ବି କହୁନାହାନ୍ତି । କେରଳର ଜନତାଙ୍କୁ ଏଲଡିଏଫ ଓ ୟୁଡିଏଫ୍ ଉଭୟଙ୍କ ଠାରୁ ସାବଧାନ ରହିବାକୁ ପଡିବ । କଂଗ୍ରେସ କେରଳରେ ବାମପନ୍ଥୀ ନେତାଙ୍କୁ ଆତଙ୍କବାଦୀ କୁହେଁ କିନ୍ତୁ ଦିଲ୍ଲୀରେ ଏହି କଂଗ୍ରେସ ଓ ବାମପନ୍ଥୀର ନେତା ଏକାଠି ବସି ନିର୍ବାଚନୀ ମେଣ୍ଟ ତିଆରି କରୁଛନ୍ତି । କେରଳରେ ବାମପନ୍ଥୀଙ୍କୁ ଆତଙ୍କବାଦୀ କହୁଥିବା କଂଗ୍ରେସ ପଡୋଶୀ ରାଜ୍ୟ ତାମିଲନାଡୁରେ ବାମପନ୍ଥୀଙ୍କ ସହ ମିଶି ନିର୍ବାଚନ ଲଢୁଛି । କଂଗ୍ରେସ ଉପରେ ପରିବାରବାଦର ଅଭିଯୋଗ ଲଗାଉଥିବା ବାମପନ୍ଥୀ ନେତା ଏବେ କଂଗ୍ରେସ ନେତାଙ୍କ ଠାରୁ ହିଁ ବଂଶବାଦର ଟିପ୍ସ ନେଉଛନ୍ତି । ଏହି ଲୋକ ମେଣ୍ଟ କରି ଏକାସଙ୍ଗେ ଆସିଛନ୍ତି , କାରଣ ସେମାନେ ଜାଣିଛନ୍ତି ଯେ ମୋଦୀ ଏମାନଙ୍କ ଲୁଟ୍ ର ଠିକଣାଗୁଡିକୁ ଶେଷ କରୁଛି । ସେ ବାମପନ୍ଥୀ ହୁଅନ୍ତୁ ବା କଂଗ୍ରେସ , ସମସ୍ତଙ୍କ ଟାର୍ଗେଟ୍ ରେ ମୋଦୀ ରହିଛି କିନ୍ତୁ ମୋଦୀର ଗ୍ୟାରେଣ୍ଟି ଯେ ଭାଜପା ଓ ଏନଡିଏ ଦିଆଯାଇଥିବା ଗୋଟିଏ ଗୋଟି ଭୋଟ ଗରୀବଙ୍କ ଗୋଟିଏ ଗୋଟିଏ ପଇସାର ହିସାବ କରିବ । ୨୬ ଅପ୍ରେଲ, କେରଳ ପାଇଁ ବିକାଶର ସଂକଳ୍ପ ନେବା ଲାଗି ଓ ଉଜ୍ଜ୍ୱଳ ଭବିଷ୍ୟତର ସରକାରର ଦିନ ହେବ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଉପସ୍ଥିତ ଜନ ସମୁଦ୍ରଙ୍କୁ ସ୍ଥାନୀୟ ପ୍ରାର୍ଥୀମାନଙ୍କୁ ବହୁମତରେ ବିଜୟୀ କରିବା ଓ ଦେଶରେ ପୁଣିଥରେ ପଦ୍ମ ଫୁଟାଇବାକୁ ଆହ୍ୱାନ ଦେଇଛନ୍ତି ।