
ଭୁବନେଶ୍ୱର, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରବି ନାରାୟଣ ନନ୍ଦ ପୁଣି ଶଙ୍ଖ ଭବନ ରେ ପଂହଁଚିଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପାର୍ଥି ଘୋଷଣା ଏବେ ସୁଦ୍ଧା ହୋଇ ନାହିଁ ।
ସାମ୍ବାଦିକ ମାନଙ୍କ ସହ କଥାବାର୍ତା କରି ଶ୍ରୀ ନନ୍ଦ କହିଛନ୍ତି ଟିକେଟ କୁ ନେଇ ମୁଖ୍ୟମନ୍ତ୍ରୀ ଠିକ ସମୟରେ ଠିକ ନିଷ୍ପତି ନେବେ । ମୂଁ ଜଣେ ଦଳର ଶୃଙ୍ଖଳିତ କର୍ମୀ । ଦଳ ଆମଭିତରୁ ଯାହାକୁ ଟିକେଟ ଦେବ ଆମେ ତା ପାଇଁ ଲଢେଇ କରିବୁ । ଯିଏ ଟିକେଟ ପାଇବ ନିମିତ୍ତ ମାତ୍ର ମୁଖ୍ୟମନ୍ତ୍ରୀ ଆମ ଚେହେରା ।