
ଭୁବନେଶ୍ୱର, ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷ ଜ୍ୟୋତି ପାଣିଗ୍ରାହୀ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।ବଲାଙ୍ଗୀର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପି ରେ ସାମିଲ ହୋଇଛନ୍ତି ।
ସେହିପରି ନୂଆପଡା ରୁ ବିଜେଡି ର ସମ୍ପାଦକ ସରୋଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ ଚନ୍ଦ୍ର ପଣ୍ଡା, ଡ଼ୁମେରପାଣି ସରପଞ୍ଚ ଟିକେରାମ ସାହୁ ଙ୍କ ସହ ଅନେକ କର୍ମୀ ବିଜେ ପି ରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡା ଙ୍କ ସହ ବିଜେପି ଉପସଭାପତି ଗୋଲକ ମହାପାତ୍ର ଉପସ୍ଥିତି ଥିଲେ ।