-
ଛୋଟ ପିଲାଙ୍କୁ ନିର୍ବାଚନୀ ପ୍ରଚାରରେ ବିଜେପି ବ୍ୟବହାର କରୁଛି
ଭୁବନେଶ୍ୱର,ଛୋଟ ପିଲାଙ୍କୁ ନିର୍ବାଚନୀ ପ୍ରଚାରରେ ବିଜେପି ବ୍ୟବହାର କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧକାରୀ କାର୍ଯାଳୟ ଯାଇ ଏ ସମ୍ପର୍କରେ ଅଭିଯୋଗ କରିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଦାବି କରିଛ୍ନତି ।
ବିଜେଡି ପକ୍ଷରୁ କୁହାଯାଇଛି ଯେ ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ କରୁଛନ୍ତି । ପୋଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ସହ ବଦଳି କରି ଦେବାର ଧମକ ଦେଉଛନ୍ତି ବିଜେପି ପ୍ରାର୍ଥୀ । ଏପରିକି ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଥିବା କହିଛି ବିଜେଡି । ବିଜେଡି ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର ସମୟରେ ଛୋଟ ପିଲାଙ୍କୁ ବ୍ୟବହାର କରିଥିବାର ଉଦାହରଣ ଦେଇଛି । ବିଜେପି ନେତାମାନେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।