ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଚାରମାଳ ଖୁବେଲ ଅଂଚଳରେ ମେରୁ ଯାତ୍ରାରେ ସାମିଲ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନନ୍ୟ । ସମ୍ବଲପୁରର ଚାରମାଳ ଖୁବେଲ ଅଂଚଳରେ ମେରୁ ଯାତ୍ରାରେ ସାମିଲ ହେବା ମୋର ସୌଭାଗ୍ୟ । ଖୁବେଲ ଆମ ଅଂଚଳର ଧାର୍ମିକ ଓ ଆସ୍ଥାର ଅନନ୍ୟ କେନ୍ଦ୍ର । ମେରୁ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ନାଗରିକମାନେ ସମବେତ ହେବା ସମାଜରେ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକତା ଭାବାବେଗର ପରିଚୟ ଦେଉଛି ।