ମାଲକାନଗିରି– ଜନ୍ମ କଲା ମା’ର ଗୋଇଠା ମାଡ଼ରେ ୮ ବର୍ଷ ବୟସ ପୁଅର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମରେ ଏପରି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି। ମୃତ ନାବାଳକ ହେଲା ରୋହିତ ପଡ଼ିଆମୀ।
ମିଳିଥିବା ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ତୁମ୍ବାଗୁଡ଼ା ଗ୍ରାମର ୱାଗି ପଡ଼ିଆମୀ ନାମକ ଜଣେ ମହିଳା ଅତ୍ୟଧିକ ରାଗିଯାଇ ନିଜ ୮ ବର୍ଷ ବୟସର ପୁଅ ରୋହିତ ପଡ଼ିଆମୀର ଛାତିକୁ ଏକ ଗୋଇଠା ମାରିବାରୁ ରୋହିତ ତଳେ ପଡ଼ି ଯାଇଥିଲା। ଗୋଇଠା ଏତେ ଜୋର ଥିଲା ଯେ, ଘଟଣାସ୍ଥଳରେ ଶିଶୁଟିର ପ୍ରାଣବାୟୁ ଉଡ଼ି ଯାଇଥିବାର ଅନୁମାନ କରାଯାଉଛି। ଘଟଣାଟି ଆଜି ସକାଳୁ ଜଣାପଡ଼ିବାରୁ ପୁଲିସ ମା” ୱାଗିକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି। ରୋହିତ ଘରୁ କିଛି ପଇସା ଚୋରି କରିବା କାରଣରୁ ମା” ରାଗି ଯାଇ ପୁଅକୁ ଏପରି ଦଣ୍ଡ ଦେଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଂଚି ଅନୁସନ୍ଧାନ ଆରମ୍ଭ କରିଛି।