ନୂଆଦିଲ୍ଲୀ, କାଲି ରବିବାର ଦିନ ଡ.ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ବିଜେପି ସଂକଳ୍ପ ପତ୍ର ତଥା ଘୋଷଣା ପତ୍ର ଜାରି କରିପାରେ । ପାର୍ଟିର ସୂତ୍ର ମୁତାବକ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସଂକଳ୍ପ ପତ୍ର ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଅନ୍ତିମ ରୂପ ଦେଇପାରନ୍ତି । ରବିବାର ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ସଂକଳ୍ପ ପତ୍ର ଜାରି କରାଯିବ ।
ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ବିଜେପି ଘୋଷଣା ପତ୍ର ଜାରି କରୁଥିଲା, ଯାହାକୁ ଏବଂ ସଂକଳ୍ପ ପତ୍ର ନାମରେ ଜାରି କରାଯାଉଛି । ପାର୍ଟିର ନେତାଙ୍କ ଅନୁସାରେ ଧାରେ 370 ଓ ରାମମନ୍ଦିର ନିର୍ମାଣ ପରି ଜାତୀୟ ସଂକଳ୍ପକୁ ପୂରଣ କରି ବିଜେପି ପ୍ରମାଣିତ କରିଛି ଯେ, ସେ ଯାହା କୁହେଁ, ତାହା ପୂରଣ କରେ । ଏହି ଏହି ସଂକଳ୍ପର ମୋଦିର ଗ୍ୟାରେଂଟି ହୋଇଛି ଏବଂ ଲୋକଙ୍କୁ ମୋଦି ଗ୍ୟାରେଂଟି ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।