
ଭୁବନେଶ୍ୱର, ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବଚ୍ଛ, ସବୁଜ, ସୁନ୍ଦର ରାଜଧାନୀ ଭୁବନେଶ୍ବର। ନିଜ ଐତିହ୍ୟ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ବର ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି। ରୂପାନ୍ତରଣର ସ୍ପର୍ଶରେ ବିକାଶର ନୂଆ ଶିଖର ଛୁଉଁଛି। ଆସନ୍ତୁ ଏହି ଧାରାକୁ ଅତୁଟ ରଖିବା, ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।