ହରିଦ୍ଵାର, ବୈଶାଖୀର ପାବନ ପର୍ବ ଅବସରରେ ଗଙ୍ଗା ସ୍ନାନ ନିମନ୍ତେ ହରିଦ୍ଵାରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ହର କି ପୈଡି ସମେତ ଆଖପାଖ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଲକଖି ମେଳା ବୈଶାଖୀର ବ୍ୟବସ୍ଥା ଗୁଡିକ ଉପରେ ନଜର ରଖିବା ପାଇଁ ଜିଲ୍ଲା ଅଧିକାରୀ ଧିରଜ ସିଂହ ଗର୍ବାଲ ତଥା ଏସଏସପି ପ୍ରମେନ୍ଦ୍ର ଡୋଭାଲ ମେଳା କଂଟ୍ରୋଲ ରୁମ୍ ରେ ଉପସ୍ଥିତ ଅଛନ୍ତି ।
ବୈଶାଖୀର ପାବନ ପର୍ବ ଅବସରରେ ଗଙ୍ଗାରେ ବୁଡ଼ ପକାଇବାକୁ ବିଶେଷ କରି ପଞ୍ଜାବ, ହରିୟାଣା, ଦିଲ୍ଲୀ ତଥା ପଶ୍ଚିମ ଉତର ପ୍ରଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ହରିଦ୍ଵାରରେ ପହଂଚିଛନ୍ତି । ଶ୍ରଦ୍ଧାଳୁ ମାନେ ଭକ୍ତି ଭାବର ସହିତ ଗଙ୍ଗାରେ ସ୍ନାନ କରି ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଗରିବଙ୍କୁ ଦାନ କରୁଛନ୍ତି ।