ଭୁବନେଶ୍ୱର – ଅଧିକ ପାରିଶ୍ରମିକ ପାଇବା ପାଇଁ ଓଡିଶାରୁ ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କୁ ସାହାଯ୍ୟ କରିବାପାଇଁ ଥିବା ହେଲ୍ପ ଡେସ୍କକୁ ବୃଦ୍ଧି କରାଯିବ । ବର୍ତମାନ ୪ଟି ହେଲ୍ପ ଡେସ୍କ ରହିଥିବା ବେଳେ ଆଉ ୩ ଟି ଡେସ୍କ କରାଯିବ । ଏଥିପାଇଁ ପ୍ରକ୍ରିୟା ଚୂଡାନ୍ତରେ ପହଂଚିଛି ବୋଲି ଓଡିଶା ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ କହିଛନ୍ତି । କେରଳ , ଗୁଜୁରାଟ , ତାମିଲନାଡୁ ରେ ଏହି ହେଲପ୍ ଡେସ୍କ ଖୋଲାଯିବ । ଏଥିପାଇଁ ସମ୍ପୃକ୍ତ ରାଜ୍ୟ ମାନଙ୍କ ସହ ଏମଓୟୁ କରାଯିବ । ଦିଲ୍ଲୀ ,ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ ରେ ବର୍ତମାନ ହେଲ୍ପ ଡେସ୍କ ରହିଛି ।
ସେ ଆହୁରି କହିଛନ୍ତି ଯେ ବାହାର ରାଜ୍ୟକୁ ଯାଉଥିବା ପ୍ରତ୍ୟେକ ଶ୍ରମିକଙ୍କୁ ଦାଦନ କହିବା ଉଚିତ୍ ନୁହେଁ । ସେମାନେ ବିଭିନ୍ନ କ୍ଷେତ୍ରରେ ନିପୂଣ । ଅଧିକ ପଇସା ପାଇଁ ସେମାନେ ବାହାରକୁ ଯାଉଛନ୍ତି ।
Related Stories
November 23, 2024