-
ଜାମ୍ମୁ କାଶ୍ମୀରର ଉଧମପୁର ଠାରେ ଆୟୋଜିତ ବିଶାଳ ଜନସଭାରେ ପିଏମ ମୋଦିଙ୍କ ସମ୍ବୋଧନ
ନୂଆଦିଲ୍ଲୀ, ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶୁକ୍ରବାର ଜାମ୍ମୁ କାଶ୍ମୀରର ଉଧମପୁର ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ ଏହି ଅବସରରେ ବିକଶିତ ଜାମ୍ମୁ କାଶ୍ମୀରର ଆହ୍ୱାନ ଦେବା ସହ ଜାମ୍ମୁକାଶ୍ମୀରର ସମସ୍ତ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମାନଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ଆହ୍ୱାନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉଧମପୁରରୁ ବିଜେପି ପ୍ରାର୍ଥୀ ଜୀତେନ୍ଦ୍ର ସିଂହ ଓ ଜାମ୍ମୁରୁ ବିଜେପି ପ୍ରାର୍ଥୀ ଯୁଗଳ କିଶୋର ସମେତ ପାର୍ଟୀର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ଜାମ୍ମୁକାଶ୍ମୀରର ମାଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ମାନସିକତାକୁ ମୋଗଲ ମାନସିକତା ବୋଲି କହି ଇଣ୍ଡି ମେଂଟ ଉପରେ ତୁଷ୍ଟିକରଣର ରାଜନୀତି କରୁଥିବା ଅଭିଯୋଗ କରିଥିଲେ । ସେ ଦେଶବିରୋଧୀ ବକ୍ତବ୍ୟ ଦେଉଥିବା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣକୁ ଅସ୍ୱୀକାର କରିବାକୁ ନେଇ କଂଗ୍ରେସକୁ ଗଭୀର ସମାଲୋଚନା କରିଛନ୍ତି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କାଶ୍ମୀର ଉପତ୍ୟକାର ଜନସାଧାରଣଙ୍କୁ ଅଭୂତପୂର୍ବ ବିକାଶ ଓ ଉପତ୍ୟକାକୁ ଦେଶର ମୁଖ୍ୟଧାରାରେ ଯୋଡିବାର ବିଶ୍ୱାସ ଦେବା ସହ ଲଗାତାର ତୃତୀୟ ଥର ପାଇଁ ମୋଦୀ ସରକାର ଗଠନ କରିବାକୁ ଆହ୍ୱାନ ଦେଇଥିଲେ ।
ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଗତ 5 ଦଶନ୍ଧି ଧରି ଜାମ୍ମୁ କାଶ୍ମୀରର ମାଟିକୁ ଆସୁଛନ୍ତି । 1992 ମସିହାରେ ଯେତେବେଳେ ସେ ଲାଲ ଚୌକ ଠାରେ ଜାତୀୟ ପତାକା ଉତୋଳନ କରିବାକୁ ଆସିଥିଲେ ସେତେବେଳେ ଏହି ପୂରା ଅଂଚଳର ସମସ୍ତ ମାତା – ଭଗିନୀ ମାନେ ତାଙ୍କୁ ଆଶୀର୍ବାଦ ଦେଇଥିଲେ । ଲୋକ ମାନେ ରାସ୍ତାରେ ଆସି ତାଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ସମ୍ମାନ ଦେଇଥିଲେ। 2014 ମସିହାରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ପରେ ମୁଁ ଏହି ପଡିଆରେ ଗ୍ୟାରେଂଟି ଦେଇଥିଲି ଯେ ଜାମ୍ମୁ କାଶ୍ମୀରର ଅନେକ ପୀଢୀ ଅନେକ ବର୍ଷ ଧରି ଯାହା ସହିଛନ୍ତି, ତା ଠାରୁ ମୁକ୍ତି ଦିଆ କରାଇବି । ଆଜି ଜାମ୍ମୁ କାଶ୍ମୀରବାସୀଙ୍କ ଆଶୀର୍ବାଦରେ ମୁଁ ସେହି ଗ୍ୟାରେଂଟିକୁ ପୂରା କରି ନେଇଛି । ଅନେକ ଦଶନ୍ଧି ପରେ ଏହା ହେଉଛି ପ୍ରଥମ ନିର୍ବାଚନ ଯେଉଁଥିରେ ଆତଙ୍କବାଦ, ବିଛିନ୍ନତାବାଦ, ପଥରବାଜୀ, ବନ୍ଦ ହଡତାଳ ଓ ସୀମା ପାର ଗୁଳି ଆଦି ନିର୍ବାଚନ ପ୍ରସଙ୍ଗ ହୋଇ ନାହିଁ ।
ଶ୍ରୀ ମୋଦି କହିଛନ୍ତି ଯେ, ପୂର୍ବରୁ ମାତା ବୈଷ୍ଣୋ ଦେବୀ ଓ ଅମରନାଥ ଯାତ୍ରାକୁ କିଭଳି ସୁରକ୍ଷିତ ଭାବେ ସମ୍ପୂର୍ଣ୍ଣ କରାଯିବ, ତାକୁ ନେଇ ଚିନ୍ତା ଲାଗିରହୁଥିଲା । କିନ୍ତୁ ଏବେ ଜମ୍ମୁ କଶ୍ମୀରର ସ୍ଥିତି ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଛି । ଏବେ ଜମ୍ମୁ-କଶ୍ମୀରରେ ବିକାଶ ବି ହେଉଛି ଓ ଲୋକଙ୍କ ମଧ୍ୟରେ ବିଶ୍ୱାସ ବି ବୃଦ୍ଧି ପାଉଛି । ଜମ୍ମୁ କଶ୍ମୀରର କୋଣ ଅନୁକୋଣରେ ପୁଣି ଥରେ ମୋଦି ସରକାରର ଗୁଂଜରଣ ଶୁଣିବାକୁ ମିଳୁଛି । ଆଗାମୀ ଲୋକସଭା ନିର୍ବାଚନ କେବଳ ସାଂସଦ ଚୟନ ପାଇଁ ନୁହେଁ, ଏହି ନିର୍ବାଚନ କେନ୍ଦ୍ରରେ ଏକ ସୁଦୃଢ ଓ ସ୍ଥିର ସରକାର ଗଠନର ନିର୍ବାଚନ ଅଟେ । ଏକ ଦୃଢ ସରକାର ଚ୍ୟାଲେଂଜ ଭିତରେ ବି ଚ୍ୟାଲେଂଜକୁ ଚ୍ୟାଲେଂଜ ଦେଇ କାମ କରି ଦେଖାଇଛନ୍ତି । ମୁଁ 10 ବର୍ଷ ତଳେ ଜମ୍ମୁ-କଶ୍ମୀର ଆସି କହିଥିଲି ଯେ, ମୁଁ 60 ବର୍ଷର ସମସ୍ୟାକୁ ଦୂର କରି ଦେଖାଇବି । 2014ରେ ମୁଁ ମାଆ-ଭଉଣୀଙ୍କ ସୁରକ୍ଷା ଏବଂ ଗରିବଙ୍କୁ ଦୁଇବେଳା ଭୋଜନର ଗ୍ୟାରେଂଟି ଦେଇଥିଲି । ଆଜି ଜମ୍ମୁ-କଶ୍ମୀରର ଲକ୍ଷଲକ୍ଷ ପରିବାର ନିକଟରେ 5ବର୍ଷ ଯାଏ ମାଗଣା ରାସନ ଓ 5ଲକ୍ଷ ଟଙ୍କାର ମାଗଣା ଚିକିତ୍ସାର ଗ୍ୟାରେଂଟି ଅଛି । 10 ବର୍ଷ ପୂର୍ବରୁ ଜମ୍ମୁ-କଶ୍ମୀରର ଗ୍ରାମାଂଚଳରେ ବିଜୁଳି, ପାଣି ଓ ସଡକ ବି ନଥିଲା । ଆଜି ଗାଁ-ଗାଁରେ ବିଜୁଳି, 75 ପ୍ରତିଶତରୁ ଅଧିକ ଘରକୁ ପାଇପଲାଇନ ଯୋଗେ ପାଣି ଓ ଡିଜିଟାଲ ସଂଯୋଗୀକରଣ ପାଇଁ ଦୂର-ସୁଦୂର ପାହାଡରେ ବି ମୋବାଇଲ ଟାୱାର ଲଗାଇବାର ଅଭିଯାନ ଜାରି ରହିଛି । ମୋଦିର ଗ୍ୟାରେଂଟି ଅର୍ଥାତ ଗ୍ୟାରେଂଟି ପୂରଣ ହେବାର ଗ୍ୟାରେଂଟି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସର ଦୁର୍ବଳ ସରକାର ଶାହପୁର-କଂଡି ଡ୍ୟାମକୁ ଦଶନ୍ଧି ଧରି ଝୁଲାଇ ରଖିଥିଲେ । ଜମ୍ମୁର ଚାଷୀଙ୍କ କ୍ଷେତ ଶୁଖିଲା ପଡୁଥିଲା ଏବଂ ଗାଁ ଅନ୍ଧାରରେ ଥିଲା ଓ ଦେଶର ହକ୍ ରାଭୀର ପାଣି ପାକିସ୍ତାନ ଯାଉଥିଲା । ମୋଦି ସରକାର ଚାଷୀଙ୍କୁ ଗ୍ୟାରେଂଟି ଦେଇଥିଲେ ଏବଂ ଏହାକୁ ପୂରଣ ବି କରିକି ଦେଖାଇଲେ, ଯାହାଦ୍ୱାରା କଠୁଆ ଓ ସାଂଭାର ହଜାର ହଜାର ଚାଷୀ ଲାଭାନିତ୍ୱ ହୋଇଛନ୍ତି । ଶାହପୁର-କଂଡି ଡ୍ୟାମ ମାଧ୍ୟମରେ ଯାହା ବିଜୁଳି ଉତ୍ପନ୍ନ ହେବ, ତାହାଦ୍ୱାରା ଜମ୍ମୁ-କଶ୍ମୀରର ଘର ଆଲୋକିତ ହେବ । ମୋଦି ବିକଶିତ ଭାରତ ପାଇଁ ବିକଶିତ ଜମ୍ମୁ-କଶ୍ମୀର ନିର୍ମାଣର ଗ୍ୟାରେଂଟି ଦେଉଛନ୍ତି । କିନ୍ତୁ କଂଗ୍ରେସ, ନ୍ୟାସନାଲ କନଫରେନ୍ସ, ପିଡିପି ଓ ଅନ୍ୟ ସମସ୍ତ ଦଳ ଜମ୍ମୁ-କଶ୍ମୀରକୁ ପୁଣି ଥରେ ପୁରୁଣା ଦିନକୁ ନେଇଯିବାକୁ ଚାହୁଁଛନ୍ତି । ଏହି ପରିବାର ଦ୍ୱାରା ଚାଳିତ ପାର୍ଟି ଜମ୍ମୁ-କଶ୍ମୀରର ଯେତେ କ୍ଷତି କରିଛନ୍ତି, ସେତିକି କ୍ଷତି କେହି କରିନାହାନ୍ତି । ଏଠାରେ ରାଜନୈତିକ ଦଳର ଅର୍ଥ ହେଉଛି ଅଫ୍ ଦ ଫ୍ୟାମିଲି, ଫର୍ ଦି ଫ୍ୟାମିଲି, ବାଇ ଦ ଫ୍ୟାମିଲି । ଏହି ଦଳ କ୍ଷମତା ପାଇଁ 370ର ଏଭଳି ପାଚେରୀ ନିର୍ମାଣ କରିଥିଲା ଯେ, ଅନ୍ୟ ରାଜ୍ୟର ଲୋକେ ଏଠାକୁ ଆସିପାରୁନଥିଲେ । ଏହା ସହିତ ଲୋକଙ୍କ ଭିତରେ ଏଭଳି ଭ୍ରାନ୍ତଧାରା ଖେଳାଯାଇଥିଲା ଯେ, ସେମାନଙ୍କ ଜୀବନ ଯାଏ ଧାରା 370 ରହିବ । କିନ୍ତୁ ଜମ୍ମୁ-କଶ୍ମୀରର ଲୋକଙ୍କ ସମର୍ଥନ ଓ ଆଶୀର୍ବାଦରୁ ମୋଦି ଧାରା 370ର ପାଚେରୀକୁ ଭାଙ୍ଗି ଏହାର ଆବର୍ଜନାକୁ ମାଟିରେ ପୋତି ଦେଇଛନ୍ତି । ମୁଁ କଂଗ୍ରେସ ସମେତ ଦେଶର କୌଣସି ବି ରାଜନୈତିକ ଦଳକୁ ଚ୍ୟାଲେଂଜ ଦେଉଛି ଯେ, ସେମାନେ ଘୋଷଣା କରି ଦେଖାନ୍ତୁ ଯେ, ଧାରା 370କୁ ପୁଣି ଅଣାଯିବ, ଏହାପରେ ଏହି ଦେଶ ସେମାନଙ୍କ ମୁହଁକୁ ଚାହିଁବନି । ବିରୋଧୀ ମେଂଟର ଦଳ କହୁଥିଲେ ଯେ, ଜମ୍ମୁ-କଶ୍ମୀରରୁ ଧାରା 370 ହଟିଲେ, ରାଜ୍ୟରେ ନିଆଁ ଲାଗିଯିବ, ଜମ୍ମୁ-କଶ୍ମୀରୁ ଦେଶରୁ ଅଲଗା ହୋଇଯିବ । କିନ୍ତୁ ଜମ୍ମୁ-କଶ୍ମୀରର ଯୁବବର୍ଗ ଏମାନଙ୍କୁ ଆଇନା ଦେଖାଇଥିଲେ । ଏବେ ଏହି ବିରୋଧୀ ଦଳର ମିଛ ପ୍ରତିଶ୍ରୁତିର ଖେଳ ଜମ୍ମୁ-କଶ୍ମୀରରେ ଚାଲୁନାହିଁ, ତେଣୁ ଏମାନେ ଦେଶର ଲୋକଙ୍କ ମଧ୍ୟରେ ଭ୍ରମ ଖେଳାଇବାର କାମ କରୁଛନ୍ତି । ବିରୋଧୀ ଦଳର ନେତା ଦେଶର ଅନ୍ୟ ରାଜ୍ୟକୁ ଯାଇ କହୁଛନ୍ତି ଯେ, ଧାରା 370 ହଟିବା ଦ୍ୱାରା କାହାର କଣ ଲାଭ ହେଲା । ଜମ୍ମୁ-କଶ୍ମୀରର ମାଆ-ଭଉଣୀ, ଯେଉଁମାନେ ନିଜ ଅଧିକାର ପାଇଁ ବ୍ୟାକୁଳ ହେଉଥିଲେ, ସେମାନେ ଭଲ ଭାବେ ଜାଣନ୍ତି ଯେ, ଧାରା 370 ହଟିବା ଦ୍ୱାରା କଣ ଲାଭ ହୋଇଛି । ସେମାନଙ୍କ ଭାଇ ତଥା ପୁଅ ମୋଦି ମହିଳାଙ୍କୁ ସେମାନଙ୍କ ଅଧିକାର ଫେରାଇ ଦେଇଛନ୍ତି ।
ଶ୍ରୀ ମୋଦି କଂଗ୍ରେସ ଉପରେ ଜୋରଦାର ଟାର୍ଗେଟ କରି କହିଛନ୍ତି ଯେ, ଜମ୍ମୁ-କଶ୍ମୀରର ଦଳିତ, ବାଲ୍ମିକୀ, ଗଟ୍ଟା ବ୍ରାହ୍ମଣ ଓ କୋଲି ସମ୍ପ୍ରଦାୟର ଲୋକେ ସ୍ୱାଧୀନତା ପରଠାରୁ ହିଁ ସମସ୍ୟା ସହିତ ଯୁଝୁଥିଲେ କିନ୍ତୁ କଂଗ୍ରେସ ସେମାନଙ୍କ ପାଇଁ କିଛି କଲାନାହିଁ । କିନ୍ତୁ ଧାରା 370 ହଟିବା ପରେ ଆଜି ସମସ୍ତଙ୍କୁ ସାମ୍ବିଧାନିକ ଅଧିକାର ମିଳୁଛି । ଏବେ ସୈନିକଙ୍କ ବୀର ମାଆଙ୍କୁ ଚିନ୍ତା କରିବାକୁ ପଡୁନାହିଁ, କାହିଁକି ନା ଏବେ ପଥରମାଡ ହେଉନାହିଁ । ଆଜି କଶ୍ମୀର ଘାଟିର ପ୍ରତି ମାଆ ଶାନ୍ତିରେ ଶୋଉଛନ୍ତି, କାହିଁକି ନା ତାଙ୍କ ସନ୍ତାନ ବରବାଦ ହେବାରୁ ସୁରକ୍ଷିତ ରହୁଛନ୍ତି । ଏବେ ସ୍କୁଲ ଜଳାଯାଉନି, ସଜାଯାଉଛି । ଏବେ ଏମ୍ସ, ଆଇଆଇଟି, ଆଇଆଇଏମ, ଆଧୁନିକ ଟନେଲ, ଚଉଡା ରାସ୍ତା ଓ ସୁନ୍ଦର ରେଲୱେ ଭିତ୍ତିଭୂମି ଜମ୍ମୁକଶ୍ମୀରର ନୂଆ ଭାଗ୍ୟ ନିର୍ମାଣ ହେଉଛି । ଜମ୍ମୁ ହେଉ କିମ୍ବା କଶ୍ମୀର, ଏବେ ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଘାଟିରେ ଅନେକ ପିଢି ଦ୍ୱାରା ଦେଖାଯାଇଥିବା ସ୍ୱପ୍ନ ଆଜି ପୂରଣ ହେଉଛି । ଘାଟିର ପ୍ରତ୍ୟେକ ବ୍ୟକ୍ତିର ସ୍ୱପ୍ନ, ମୋଦିର ସଂକଳ୍ପ ଅଟେ । ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତିକ୍ଷଣ ଦେଶ ପାଇଁ ଅଟେ । ବିକଶିତ ଭାରତର ସ୍ୱପ୍ନ ପାଇଁ 24×7 ଫର୍ 2047- ଏହାର ମୋଦିର ଗ୍ୟାରେଂଟି ଅଟେ ।
ଆଦରଣୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ 10ବର୍ଷରେ ବିଜେପି ସରକାର ଆତଙ୍କବାଦୀ ଓ ଦୁର୍ନୀତିଗ୍ରସ୍ତଙ୍କୁ ଲଗାମ ଳଗାଇଛନ୍ତି ଏବଂ ଆଗାମୀ ପାଂଚ ବର୍ଷରେ ବିଜେପି ଏହି ଅଂଚଳକୁ ବିକାଶର ନୂଆ ଶିଖରକୁ ନେଇକରିଯିବ । ଗତ 10ବର୍ଷରେ ଜମ୍ମୁ-କଶ୍ମୀର ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ଏବେ ଯାତ୍ରା, ବିଜୁଳି, ଜଳ ଓ ସଡକ ତ ପହଂଚିଛି କିନ୍ତୁ ସବୁଠୁ ବଡ କଥା ହେଉଛି ଯେ, ଜମ୍ମୁକଶ୍ମୀରର ମନ ବଦଳିଛି । ଜମ୍ମୁ-କଶ୍ମୀର ନିରାଶାରୁ ଆଶା ଅଭିମୁଖେ ବଢୁଛି, କାହିଁକି ନା ଚାରିଆଡେ ବିକାଶ ହୋଇଛି ।
ମାନନୀୟ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଜନତାଙ୍କ ଉପରେ ବିଶ୍ୱାସ ପ୍ରକଟ କରି କହିଛନ୍ତି ଯେ ଜନତାଙ୍କର ମୋ ଉପରେ ଦୃଢ ବିଶ୍ୱାସ ରହିଛି ,ଏବଂ ମୁଁ ଜାଣିଛି ଯେ ଯଦି ମୁଁ ଏଠାକୁ ନଆସିଥାନ୍ତି ତା ପରେ ବି ଜମ୍ମୁ କାଶ୍ମୀରର ଜନତା ମୋଦୀ ପାଇଁ ମୋଦୀ ଠାରୁ ଅଧିକ କାମ କରିଥାନ୍ତେ । ଜମ୍ମୁ କାଶ୍ମୀର ଏତେ ଖରାପ ସମୟ ଦେଖିଛି ଯେ ଏପର୍ଯ୍ୟନ୍ତ ଘାଟିରେ ହୋଇଥିବା ବିକାଶ କାର୍ଯ୍ୟ ଏଠାକାର ଜନତାଙ୍କୁ ବହୁତ ବଡ ବିକାଶ ଲାଗୁଛି । କିନ୍ତୁ ମୋଦୀ ବହୁତ ବଡ ବଡ ଚିନ୍ତା କରିଥାଏ । ଏଥିପାଇଁ ଏବେ ଯାଏଁ ଯାହା ହୋଇଛି ତାହା କେବଳ ଟ୍ରେଲର, ବର୍ତ୍ତମାନ ମୋଦୀକୁ ନୂଆ ଜମ୍ମୁ କାଶ୍ମୀରର ନୂଆ ଓ ଶାନଦାର ଚିତ୍ର ତିଆରି କରିବାର ଅଛି । ସେହି ସମୟ ଦୂର ନାହିଁ ଯେତେବେଳେ ଜମ୍ମୁ କାଶୀ୍ମରରେ ମଧ୍ୟ ବିଧାନସଭାର ନିର୍ବାଚନ ହେବ , ଯେବେ ଜମ୍ମୁ କାଶ୍ମୀରକୁ ରାଜ୍ୟର ମାନ୍ୟତା ମିଳିବ । ଜମ୍ମୁ କାଶ୍ମୀରର ଜନତା ନିଜ ବିଧାୟକ ଓ ମନ୍ତ୍ରୀମାନଙ୍କ ଠାରୁ ନିଜର ସ୍ୱପ୍ନ ପୂରଣ କରିପାରିବେ । ସବୁ ବର୍ଗର ସମସ୍ୟାର ଜଲଦି ସମାଧାନ ହେବ । ଦେଶ ବିଦେଶର ବଡ ବଡ କମ୍ପାନୀ ଜମ୍ମୁ ଓ କାଶ୍ମୀରରେ ନିବେଶ କରିବେ । ଜମ୍ମୁ କାଶ୍ମୀର ପର୍ଯ୍ୟଟନ ସହିତ ଖେଳ ଓ ଷ୍ଟାଟଅପ୍ ପାଇଁ ମଧ୍ୟ ପରିଚୟ ପାଇବ ।
ଶ୍ରୀ ମୋଦୀଜୀ କହିଛନ୍ତି ଯେ ପରିବାର ପାଇଁ ବଞ୍ଚିଥିବା ଓ ମରୁଥିବା ଦଳଗୁଡିକ ବିକାଶ ଓ ଐତିହ୍ୟ ଉଭୟର ବିରୋଧୀ । କଂଗ୍ରେସ ରାମ ମନ୍ଦିରକୁ ଏତେ ମାତ୍ରାରେ ଘୃଣା କରେ ଯେ ରାମ ମନ୍ଦିର ଭାଜପାର ନିର୍ବାଚନୀ ପ୍ରସଙ୍ଗ ବୋଲି କହିଥାଏ । କିନ୍ତୁ ରାମ ମନ୍ଦିର ନା କେବେ ନିର୍ବାଚନର ପ୍ରସଙ୍ଗ ଥିଲା ନା କେବେ ନିର୍ବାଚନର ପ୍ରସଙ୍ଗ ଅଛି ନା କେବେ ନିର୍ବାଚନର ପ୍ରସଙ୍ଗ ହୋଇପାରିବ । ରାମ ମନ୍ଦିରର ସଂଘର୍ଷ ଭାଜପା ର ଜନ୍ମ ଓ ଭାରତରେ ଇଂରେଜମାନଙ୍କ ଆସିବା ପୂର୍ବରୁ ହେଉଥିଲା । ରାମ ମନ୍ଦିରର ସଂଘର୍ଷ ୫୦୦ ବର୍ଷ ପୁରୁଣା । ଯେତେବେଳେ ବିଦେଶୀ ଆକ୍ରମଣକାରୀମାନେ ଆମ ମନ୍ଦିର ଭାଙ୍ଗିଲେ , ଭାରତର ଲୋକମାନେ ନିଜ ଧର୍ମସ୍ଥଳକୁ ଗୁଡିକୁ ବଞ୍ଚାଇବା ପାଇଁ ଲଢେଇ କଲେ । ବର୍ଷ ବର୍ଷ ଧରି ଲୋକମାନେ ନିଜ ବିଶ୍ୱାସ ପାଇଁ ବହୁତ କିଛି ସହିଛନ୍ତି । କଂଗ୍ରେସ ଓ ତାର ସହଯୋଗୀ ଦଳର ନେତା ବଡ ବଡ ବଙ୍ଗଳାରେ ରହୁଥିଲେ କିନ୍ତୁ ଯେତେବେଳେ ରାମ ଲାଲାଙ୍କ ଟେଣ୍ଟର କପଡା ବଦଳାଇବାର କଥା ଆସିଲା ସେତେବେଳେ ଲୋକ ମୁହଁ ବୁଲାଇ ନେଉଥିଲେ । ଏବଂ ଅଦାଲତର ଧମକ ଦେଉଥିଲେ । ରାମଲାଲା ବର୍ଷାରେ ଭିଜି ଚାଲିଥିଲେ ଓ ରାମଲାଲାଙ୍କ ଭକ୍ତ ଟେଣ୍ଟ ବଦଳାଇବା ପାଇଁ ଅଦାଲତର ଚକ୍କର କାଟୁଥିଲେ । ଏହା ସେହି କୋଟି କୋଟି ଲୋକଙ୍କ ବିଶ୍ୱସ ଉପରେ ଆଘାତ ଥିଲା ଯେଉଁମାନେ ରାମଙ୍କୁ ନିଜର ଆରଧ୍ୟ କୁହନ୍ତି । ଭାଜପା ସରକାର ଏହି ଲୋକଙ୍କୁ କହିଥିଲା ଯେ ଗୋଟେ ଦିନ ଆସିବ ଯେବେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ ହେବେ । ରାମ ମନ୍ଦିରକୁ ନେଇ ତିନୋଟି କଥା କେବେ ଭୁଲିବା ଉଚିତ୍ ନୁହେଁ :- ପ୍ରଥମ ହେଉଛି ରାମ ଲାଲା ୫୦୦ ବର୍ଷର ଅବିରତ ସଂଘର୍ଷରେ ନିଜ ମହଲରେ ବିରାଜିତ ହୋଇଛନ୍ତି , ଦ୍ୱିତୀୟ ଏହି କାମ ସମ୍ପୂର୍ଣ୍ଣ ନ୍ୟାୟିକ ପ୍ରକ୍ରିୟାର ପାଳନ କରାଯିବା ପରେ ଅଦାଲତଙ୍କ ନିର୍ଣ୍ଣୟ ଅନୁଯାୟୀ ହୋଇଛି ଏବଂ ତୃତୀୟ ଏହି ଭବ୍ୟ ମନ୍ଦିର ସରକାରୀ ପଇସାରେ ନୁହେଁ ବରଂ ଦେଶର କୋଟି କୋଟି ନାଗରିକଙ୍କ ଟଙ୍କାଏ- ଟଙ୍କାଏ ଦାନରେ ନିର୍ମାଣ ହୋଇଛି । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ରାମ ମନ୍ଦିର ଟ୍ରଷ୍ଟ କଂଗ୍ରେସର ପାପକୁ କ୍ଷମା କରି କଂଗ୍ରେସୀ ଓ ଇଣ୍ଡି ମେଣ୍ଟ ର ନେତାମାନଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ କରିଥିଲେ କିନ୍ତୁ କଂଗ୍ରେସ ଏହି ନିମନ୍ତ୍ରଣକୁ ଗ୍ରହଣ କରିନଥିଲା । ଏଭଳି କେଉଁ ନିର୍ବାଚନୀ ଖେଳ ଥିଲା ଯାହାର ଚାପରେ କଂଗ୍ରେସ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣକୁ ଗ୍ରହଣ କଲା ନାହିଁ ? କଂଗ୍ରେସ ଓ ଇଣ୍ଡି ମେଣ୍ଟ ଏହାକୁ ନିର୍ବାଚନୀ ପ୍ରସଙ୍ଗ କହୁଛନ୍ତି ଏବଂ ସେମାନଙ୍କ ପାଇଁ ଏହା ନିର୍ବାଚନୀ ପ୍ରସଙ୍ଗ ଥିଲା କିନ୍ତୁ ଦେଶ ପାଇଁ ଏହା ଶ୍ରଦ୍ଧାର ପ୍ରସଙ୍ଗ ଥିଲା । ଏହା ଧୈର୍ଯ୍ୟର ବିଜୟ, ଆସ୍ଥା , ବିଶ୍ୱାସ ଓ ୫୦୦ ବର୍ଷର ତପସ୍ୟାର ପ୍ରସଙ୍ଗ ଥିଲା । ସମ୍ପୂର୍ଣ୍ଣ ଦେଶ ଇଣ୍ଡି ମେଣ୍ଟ ର ନିର୍ବାଚନୀ ଆଭିମୁଖ୍ୟ ଓ ଅଂହଙ୍କାରକୁ ଦେଖିଥିଲା । ରାମ ମନ୍ଦିରର ନିମନ୍ତ୍ରଣ ଗ୍ରହଣ ନକରିବା ଇଣ୍ଡି ମେଣ୍ଟର ନିର୍ବାଚନୀ ଆଭିମୁଖ୍ୟ ଥିଲା । ଭଗବାନ ରାମଙ୍କୁ କାଳ୍ପନିକ କହି କଂଗ୍ରେସ ଗୋଟିଏ ଭୋଟ ବ୍ୟାଙ୍କକୁ ଖୁସି କରିବା ପାଇଁ ତୁଷ୍ଟିକରଣର ରାଜନୀତି କରୁଥିଲା । କଂଗ୍ରେସ ଓ ଇଣ୍ଡି ମେଣ୍ଟ ର ନେତାମାନଙ୍କୁ ଦେଶର ଜନତାଙ୍କ ଭାବପ୍ରବଣତାର କୌଣସି ଚିନ୍ତା ନାହିଁ । କଂଗ୍ରେସକୁ ଲୋକଙ୍କ ଭାବପ୍ରବଣତା ସହିତ ଖେଳିବାରେ ମଜା ଆସେ , ଏହି ଲୋକ ଶ୍ରାବଣର ପବିତ୍ର ମାସରେ ଜଣେ ସଜା ପାଇଥିବା ଦୋଷୀର ଘରକୁ ଯାଇ ମଟନ ବନାଉଛନ୍ତି ଓ ତାର ଭିଡିଓ କରି ଦେଶର ଜନତାଙ୍କୁ ଥଟ୍ଟା କରନ୍ତି । ଆଇନ କାହାକୁ କିଛି ବି ଖାଇବାରେ ରୋକ୍ ଲଗାଇ ନାହିଁ କିନ୍ତୁ ଏହି ଲୋକମାନଙ୍କ ଆଭିମୁଖ୍ୟ ଅଲଗା ଥାଏ । ଯେପରି ମୋଗଲ ଆକ୍ରମଣକାରୀମାନଙ୍କୁ କେବଳ କୌଣସି ରାଜାକୁ ହରାଇବାରେ ନୁହେଁ ବରଂ ସେଠାକାର ମନ୍ଦିରକୁ ଭାଙ୍ଗିବାରେ ମଜା ଆସୁଥିଲା , ଠିକ୍ ସେହିପରି ମାନସିକତା ସହିତ ଇଣ୍ଡି ମେଣ୍ଟର ଏହି ନେତା ଶ୍ରାବଣ ମାସରେ ଏଭଳି ଭିଡିଓ କରି ଜନତାଙ୍କ ସହ ଥଟ୍ଟା କରି ନିଜର ଭୋଟ ବ୍ୟାଙ୍କ ପୂରଣ କରିବାକୁ ଚାହୁଁଛନ୍ତି । ନବରାତ୍ରୀରେ ଆମିଷ ଖାଇବାର ଭିଡିଓ ଦେଖାଇବା ପଛରେ ଆରଜେଡି ନେତାଙ୍କର କଣ ଉଦ୍ଦେଶ୍ୟ ଥିଲା ? ଆରଜେଡି ନେତା ଲୋକଙ୍କ ଭାବନା କୁ ଆଘାତ ଦେଇ କାହାକୁ ଖୁସି କରିବାକୁ ଚାହୁଁଛନ୍ତି?
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ କହିଛନ୍ତି ଯେ ବର୍ତ୍ତମାନ ଏହି ବିରୋଧୀ ମେଣ୍ଟ ର ନେତା ମତେ ଗାଳି ଦେବେ , କିନ୍ତୁ କଥା ସହିବା ଠାରୁ ପାର ହେଲେ ମୋ କର୍ତ୍ତବ୍ୟ ହେଉଛି ମୁଁ ଦେଶକୁ ଠିକ୍ ଦିଗ ଦେଖାଇବି ଏବଂ ଆଜି ମୁଁ ନିଜର ଠିକ୍ କର୍ତ୍ତବ୍ୟ ପୂରଣ କରୁଛି । ଇଣ୍ଠି ମେଣ୍ଟ ର ନେତା ଏହି ଦେଶର ମାନ୍ୟତା ଉପରେ ଆକ୍ରମଣ କରିବା ପାଇଁ ଆଉ ଏକ ବଡ ବର୍ଗକୁ ହଇରାଣ କରିବା ପାଇଁ ଏସବୁ କରୁଛନ୍ତି । ଏହା ତାଙ୍କର ତୁଷ୍ଟିକରଣ ଦ୍ୱାରା ଆଗକୁ ବଢିଥିବା ମୋଗଲ ବିଚାର ଅଟେ । କିନ୍ତୁ ଇଣ୍ଡି ମେଣ୍ଟ ର ନେତା ଏହା ଜାଣି ନାହାନ୍ତି ଯେ ଜନତା ଯେତେବେଳେ ଜବାବ ଦିଏ , ବଡ ବଡ ରାଜ ପରିବାରର ଯୁବରାଜମାନଙ୍କୁ ମଧ୍ୟ ବେଦଖଲ ହେବାକୁ ପଡିଥାଏ । ସେ ଉଦ୍ଧମପୁରର ଜନସମୁଦ୍ରକୁ ଏହି ପରିବାରବାଦୀ ଓ ଭ୍ରଷ୍ଟାଚାରୀଙ୍କୁ କଡା ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଏଥର ଜନତାଙ୍କୁ ସ୍ଥାନୀୟ ପ୍ରାର୍ଥୀଙ୍କୁ ରେକର୍ଡ ଭୋଟ ରେ ବିଜୟୀ କରିବାର ଅଛି ଓ ଦେଶରେ ପୁଣି ଥରେ ମୋଦୀ ସରକାର ଗଠନ କରିବାର ଅଛି ।