ନୂଆଦିଲ୍ଲୀ, ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାର ଅଭିଯୁକ୍ତ ଓ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ପିଟିସନ ଉପରେ ଶୁଣାଣି କରି ଇଡି ଓ ସିବିଆଇକୁ ନୋଟିସ ଜାରି କରିଛନ୍ତି । ସ୍ପେଶାଲ ଜଜ କାଭେରୀ ବାୱେଜା ଇଡି ଓ ସିବିଆଇକୁ ଏପ୍ରିଲ 20 ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 20ରେ ହେବ ।
ମନୀଷ ସିସୋଦିଆ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଅନ୍ତରୀଣ ଜାମିନ ପାଇଁ ଦାବି କରିଛନ୍ତି । ସିସୋଦିଆ ସିବିଆଇ ଓ ଇଡି ଉଭୟ ମାମଲାରେ ଅନ୍ତରୀଣ ଜାମିନ ଦାବି କରିଛନ୍ତି ।