ଭୁବନେଶ୍ୱର, ମୋ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ନର୍ଲାରୁ ବିଜେଡି ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତି ।
ସେ କହିଛନ୍ତି ଯେ ଟିକେଟ ପାଇବା ତାଙ୍କ ପାଇଁ ସରପ୍ରାଇଜ ଥିଲା । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତି କରଣ କୁ ପ୍ରାଧାନ୍ୟ ଦେଇଛନ୍ତି। ମହିଳା ହିସାବରେ ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଭରସା ବିଶ୍ୱାସ କରିଛନ୍ତି ମୁଁ ତାକୁ ସଠିକ ଭାବରେ ଅନୁପାଳନ କରିବି ବୋଲି ସେ କହିଛନ୍ତି ।
ବିଧାୟକଙ୍କ ଟିକେଟ କଟା ଯାଇ ଆପଣଙ୍କୁ ଟିକେଟ ଦିଆଯାଇଛି କିଛି ଅଡୁଆ ହେବକି ପ୍ରଶ୍ନରେ ଉତ୍ତର ରଖି ମନୋରମା କହିଛନ୍ତି ଏଇଟା ଦଳୀୟ ନିଷ୍ପତି । ମୁଁ ସଂଗଠନ ସହ ଦୀର୍ଘଦିନ ସହ ଜଡିତ ଅଛି । ନିର୍ବାଚନ ରେ ମୋ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।