କନ୍ଧମାଳ ଜିଲ୍ଲାର ସଦର ମହକୁମାସ୍ଥ ସଦ୍ଭାବନା ଗୃହଠାରେ ଅନୁÂିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଦାଶ ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ମାନ ବୃଦ୍ଧି ପାଇଁ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଏବଂ ଛାତ୍ରଛାତ୍ରୀମାନଙ୍କ ପାଶହାର ବୃଦ୍ଧି, ପରୀକ୍ଷାର ସୁପରି·ଳନା ସଂପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଉକ୍ତ ବୈଠକରେ ଫୁଲବାଣୀର ବିଧାୟକ ଶ୍ରୀ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କଅଁର, ଜିଲ୍ଲାପାଳ ଡ. ବୃନ୍ଦା ଡି., ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆକାଂକ୍ଷା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ପ୍ରଧାନଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରବୃନ୍ଦ ଉପସ୍ଥିତ ଥିଲେ ।
ଏହି ଅବସରରେ ସୋନପୁର ଜିଲ୍ଲା ସଦର ମହାକୁମାରସ୍ଥ ସର୍କିଟ୍ ହାଉସ୍ଠାରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଶିକ୍ଷାର ବିକାଶ ଏବଂ ପରୀକ୍ଷା ସୁପରି·ଳନା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁÂିତ ହୋଇଯାଇଛି । ଏହି ବୈଠକରେ ସୋନପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଂଜାଙ୍କ ସମେତ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।