ଭୁବନେଶ୍ୱର, ବିଜେଡି ମୋ ସହ ବିଶ୍ୱାସଘାତକତା କରିଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ କୈଳାସ କୁଲେସିକା । ବିଜେପିରେ ସାମିଲ ହେବା ପରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷଣାକୁ ନେଇ ମୁଁ ନିରାଶ। ପ୍ରତିଶ୍ରୁତି ଦେଇ ବିଜେଡି ମୋ ସହ ବିଶ୍ୱାସଘାତକତା କରିଛି । ଲକ୍ଷ୍ମୀପୁରରୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇ ମୋତେ ଦଳରେ ମିଶାଇ ଥିଲେ। କିନ୍ତୁ ଏବେ ଟିକେଟ ନ ଦେଇ ସରକାର ଗଠନ ପରେ ଏସ୍ଡିସି ଦେବେ କହୁଛନ୍ତି। ପୁଣି ମୋତେ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି। ମୋତେ ଯେଉଁ ଆଘାତ ଦେଇଛନ୍ତି ଲୋକେ ଏହାର ପ୍ରତିଶୋଧ ନେବେ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024