ବଲାଙ୍ଗିର, ବଲାଙ୍ଗିର ଦୈନିକ ବଜାର ସ୍ଥିତ ରାମ ଚରିତ ମାନସ ମନ୍ଦିର ପ୍ରତିଷ୍ଠାର ୩୪ ତମ ଉତ୍ସବ ଉପଲକ୍ଷେ ଗତ ଏପ୍ରିଲ ୯ ତାରିଖ ବର୍ଷ ପ୍ରତିପଦ ଠାରୁ ଆଗାମୀ ୧୭ ତାରିଖ ଶ୍ରୀ ରାମ ନବମୀ ରାମ ଜନ୍ମ ଉତ୍ସବ ପର୍ୟ୍ୟନ୍ତ ବିଶେଷ କାର୍ଯ୍ୟକ୍ରମ ରଖା ଯାଇଛି। ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ଅଗ୍ରୱାଲ ଟ୍ରଷ୍ଟ ର ଅନ୍ୟ ସଭ୍ୟ ମାନଂକ ସହଯୋଗରେ ୯ ତାରିଖ ସକାଳ ୬ଟା ୩୦ ରେ ନବାହ୍ନ ପାରାୟଣ ହୋଇଥିବା ବେଳେ ସନ୍ଧ୍ଯା ୬ଟା ୩୦ ରେ ହିନ୍ଦୁ ନବବର୍ଷ ପାଳନ ହୋଇଥିଲା। ରାମ କଥା ର ମର୍ମଜ୍ଞ ଶ୍ରୀ ଶ୍ୟାମାନନ୍ଦ ଦାସ ମହାରାଜଙ୍କ ମୁଖାରବିନ୍ଦରୁ ରାମ ଚରିତ୍ ମାନସ ର ଶ୍ରୀରାମ ଚରିତ୍ର କଥା ଓ ସରଳ ବ୍ୟାଖ୍ୟା ଆରମ୍ଭ କରିଛନ୍ତି। ପ୍ରତ୍ୟହ ସଂଧ୍ୟା ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାରାଜଙ୍କ ପ୍ରବଚନ ଶୁଣିବା ପାଇଁ ରାମ ରସ ପିପାସୁ ଭକ୍ତ ମନେ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ସମବେତ ହୋଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ କଥା ଶ୍ରବଣ କରିବା ସହିତ ମାନବ ଜୀବନର ସଫଳତା ପ୍ରାପ୍ତ କରିବା ଦିଗରେ ନିଜକୁ ନିମଗ୍ନ କରିଥଲେ।
ଆଗାମୀ ରାମ ନବମୀ ଦିନ ରାମଜନ୍ମ ଉତ୍ସବ ପାଳନ ଦିନ ୧୧ଟା ରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ରଖା ଯାଇଛି। ସଂଧ୍ୟା ୭ଟା ରୁ ୯ଟା ଭିତରେ ପ୍ରବଚନ ସମାପନ ସମାରୋହ ଅନୁଷ୍ଠିତ ହେବ।