ମାଲକାନଗିରି-ଭାରତୀୟ ଜନତା ପାର୍ଟି ପଡ଼ିଆ ମଣ୍ଡଳର ଏକ ନୁତନ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା।ଉଦଘାଟନ ପୁର୍ବରୁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ସେଠାରୁ ପଡ଼ିଆ ଛକ୍ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ରେ ମାଲକାନଗିରି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ, ପୁର୍ବତନ ବିଧାୟକ ମୁକୁନ୍ଦ ସୋଡି, ବିଧାନସଭା ସଂଯୋଜକ ନିହାର ରାୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରତନ ବଣିକ, ଗଙ୍ଗାଧର ସୋଡି, ମଣ୍ଡଳ ସଭାପତି ପି ଭେଙ୍କଟେଶ୍ଵର ରାଓ, ବିଧାୟକ ପ୍ରତିନିଧି ବାଲାୟା ଏବଂ ଜିଲ୍ଲା ଓ ମଣ୍ଡଳ ସ୍ତରୀୟ ଅନ୍ୟାନ୍ୟ ପଦାଧିକାରୀ ଓ ପଡ଼ିଆ ମଣ୍ଡଳର ଆଠଗୋଟି ପଞ୍ଚାୟତର ଶତାଧିକ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।
ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କର ଉତ୍ସାହକୁ ଦେଖି ଆଗାମୀ ୨୦୨୪ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ୍ ଇଞ୍ଜିନର ସରକାର ଗଠନ ହେବା ନିଶ୍ଚିତ ବୋଲି ସମସ୍ତ ନେତୃବୃନ୍ଦ ମାନେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ପି ଭେଙ୍କଟେଶ୍ଵର ରାଓଙ୍କ ନେତୃତ୍ବରେ ସମ୍ପନ୍ନ ହୋଇଥିଲା। ସେହିପରି କାଲିମେଳା ବ୍ଳକ ଏମଭି ୭ ୯ ଛକ୍ ନିକଟରେ ଭାରତୀୟ ଜନତା ପାର୍ଟି ମାଲାଭରମ ମଣ୍ଡଳର ଏକ ନୂତନ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଗଲା । ଉଦଘାଟନ ପୁର୍ବରୁ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରି ସେଠାରୁ ଏମଭି ୭୯ ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା।