-
ନୂଆପଡାରେ ସର୍ବାଧିକ ୧୫.୬ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ନୂଆପଡା ଜିଲ୍ଲାର ନୂଆପଡାରେ ସର୍ବାଧିକ ୧୫.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ନୂଆପଡା ଜିଲ୍ଲାର ବୋଡେନରେ ୧୩.୦ ମି.ମି., ସୋନପୁର ଜିଲ୍ଲାର ବୀରମହାରାଜପୁରରେ ୧୦.୨ ମି.ମି., କଟକ ଜିଲ୍ଲାର ଆଠଗଡ଼ରେ ୧୦.୦ ମି.ମି., ସୋନପୁର ଜିଲ୍ଲାର ତରଭାରେ ୯.୨ ମି.ମି., ନୂଆପଡା ଜିଲ୍ଲାର କୋମନାରେ ୮.୪ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୭.୦ ମି.ମି., ପର୍ଜଙ୍ଗରେ ୭.୦, କଙ୍କଡ଼ାହାଡ଼ରେ ୫.୬, ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ ୫.୬ ଏବଂ ଅନୁଗୁଳ ଜିଲ୍ଲାର ଆର.କେ. ନଗରରେ ୫.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।