
ଆନୁଗୋଳ ଜିଲ୍ଲା ତାଳଚେର ଆଜି ରାଜ୍ୟ ପ୍ରସିଦ୍ଧ ତାଳଚେର ଗଣେଶ ପୂଜାର ଅନ୍ତିମ ଦିବସ । ଏହି ଅନ୍ତିମ ଦିବସରେ ବିଘ୍ନ ବିନାଶକଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବ ଆରମ୍ଭରେ ଗଣନାଥଙ୍କ ଆଜ୍ଞାଲଡୁର ତାଳଚେର ଗଣେଷ ପୂଜାରେ ପ୍ରଭୁ ଗଣେଷଙ୍କ ଆଜ୍ଞାମାଳ ଓ ଆଜ୍ଞାଲଡୁର ନିଲାମ ହୋଇଛି । ସେଣ୍ଟ୍ରାଲ ପୂଜା କମିଟି ତରଫରୁ ଏହି ଆଜ୍ଞାମାଳ ଓ ଲଡୁ ନିଲାମ ଡକା ଯାଇଥିଲା। ପ୍ରଭୁ ଗଜାନନଙ୍କ ୧୧ କୁଇଣ୍ଟାଲ ଲଡୁ ଓ ଆଜ୍ଞା ମାଳକୁ ୭ ଲକ୍ଷ ୫୦ ହଜାର ଟଙ୍କା ରେ ନିଲାମ ନେଇଛନ୍ତି ଲାଲଵାଗ ରାଜା ବଜାର ଅନୁଷ୍ଠାନ ।ଆଜିର ଗଣେଶ ପୂଜାର ଭଷାଣ ଉତ୍ସବ ଏବଂ ଆଜ୍ଞା ଲଡୁ ନିଲାମ ଉତ୍ସବରେ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ତାଳଚେର ବିଧାୟକ ଶ୍ରୀଯୁକ୍ତ. ବ୍ରଜ କିଶୋର ପ୍ରଧାନ , ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ଓ କେନ୍ଦ୍ରୀୟ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।