କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପତିତପାବନ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠାନ ସଭାପତି ଡ଼ ବଳରାମ ଦାଶଙ୍କ ଅଧ୍ୟକ୍ଷତା ରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଅଛି lରାଷ୍ଟ୍ରୀୟ ନବବର୍ଷ ଅବସରରେ ସଭାପତି ଡ଼. ଦାଶ ଅଭିଭାଷଣ ରେ କହିଥିଲେ ଯେ ଚୈତ୍ର ଶୁକ୍ଳ ପ୍ରତିପଦା ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଧର୍ମରାଜ ଯୁଧିଷ୍ଠୀର ଙ୍କର ରାଜ୍ୟlଭିଷେକ ହୋଇଥିଲା |ମାଦୁର୍ଗାଙ୍କର ନବଦିନାତ୍ମକ ପୂଜା ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ, ସମଗ୍ର ଭାରତୀୟ ମାନଙ୍କ ପାଇଁ ଆଜିର ଦିନ ସ୍ମରଣୀୟ l ଶାନ୍ତି, ମୈତ୍ରୀ, ଭାଇଚାରା ହେଉଛି ଭାରତୀୟ ସଂସ୍କୃତିର ମୂଳମନ୍ତ୍ର l ଆମର ଅସ୍ମିତା ହେଉଛି ଭାରତୀୟତା l ଆଜିର ଦିନ ଅତିପବିତ୍ର, ଶୁଦ୍ଧ ପୁତ୍ତ ଭାବେ ସାକାହାରୀ ଭୋଜନକରି ସଂକଳ୍ପନେଇ ଶୁଦ୍ଧ ଭାରତୀୟ ରୂପେ ନିଜକୁ ପତିପାଦିତ କରିବା ବାଞ୍ଛ ନୀୟ lସମ୍ପାଦକ ଦୟାନିଧି ପଣ୍ଡା ବେଦପାଠ,ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ରୂପେ ଡାକ୍ତର ଗୋପାଳ କୃଷ୍ଣ କର ଯୋଗଦେଇ ଭାରତୀୟ ସନାତନ ସଂସ୍କୃତି ର ଗୁଣଗାନ କରି ଏହା ସମଗ୍ର ବିଶ୍ୱର ମାର୍ଗ ଦର୍ଶକ ଓ ରାଷ୍ଟ୍ରୀୟ ନବବର୍ଷକୁ ଆନନ୍ଦ, ଉତ୍ସlହରେ ପାଳନ କରି ଦେଶବାସୀ ଏକ ଆଧ୍ୟାତ୍ମିକ ସମୃଦ୍ଧବିକଶିତ ଭାରତବର୍ଷ ଗଠନରେ ସହାୟକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତଅତିଥି ରୂପେ ରଘୁନାଥ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କମଳlକାନ୍ତ ମିଶ୍ର ଓ ସମାଜ ସେବୀ ଅନ୍ନପୂର୍ଣ୍ଣା କର ରାଷ୍ଟ୍ରୀୟ ଦିବସର ମାହାତ୍ମ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ସୁଶ୍ରୀ ଅଭିଲିପ୍ସା ଦାଶ ଭକ୍ତି ସଂଗୀତ ପରିବେଷଣ କରିଥିଲେ lଅନ୍ୟମାନଙ୍କ ମଧ୍ୟରେ କବିତା ଆଚାର୍ଯ୍ୟ, ଜାନକୀ ରାଣୀ ଆଚାର୍ଯ୍ୟା ସବିତା ମିଶ୍ର, ଗୀତାଞ୍ଜଳି ମିଶ୍ର ଦେବାଶିଷ ମିଶ୍ର, ସସ୍ମିତା ମିଶ୍ର ଆଦ୍ୟାନ୍ତ ମିଶ୍ର, ଅଂଶୁମାନ ଜେନା, ଯୁଗଜ୍ୟୋତି ପଣ୍ଡା,ପ୍ରୀତିଲିପ୍ସା ଦାଶ, ପ୍ରଦ୍ୟୁମ୍ନ କର, ମଧୁସ୍ମିତା ମିଶ୍ର,ବୀଣାପାଣି କର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଡ଼କ୍ଟର ଐଶ୍ଵର୍ଯା କର ଧନ୍ୟବାଦ ପ୍ରଦାନ କରିଥିଲେ l ସଭାପତି ଓ ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
Related Stories
November 22, 2024